ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ଉଦଯାପିତ
ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗ ଜଗତସିଂହପୁର ଠାରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ସ୍ଥାନୀୟ ଆଦିକବି ଶାରଳା ଦାସ ସଂସ୍କୃତି ଭବନ ଠାରେ ଆୟୋଜିତ ଏହି ଉଦଯାପନୀ ଉତ୍ସବ ମୁଖ୍ୟ ଅତିଥି ଭାବରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ, ଜିଲ୍ଲାପାଳ ଜେ ସୋନାଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇ ଚାଷୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ପାଣି ପଞ୍ଚାୟତ ଗଠନ ସମ୍ପର୍କରେ ଆଲୋଚନା କରିଥିଲେ । ତେବେ ଆଗମୀ ଦିନରେ ଚାଷୀ ଭାଇ ମାନଙ୍କ ନିକଟରେ କିପରି ଭାବେ ଶେଷ ମୁଣ୍ଡ ପର୍ଯ୍ୟନ୍ତ ପାଣି ପହଁଚିବ ସେ ବାବଦରେ ଆଲୋଚନା କରିବା ସହିତ ଚାଷୀ ଭାଇ ମାନଙ୍କର ଉର୍ଣ୍ଣତି ହେଲା ଦେଶର ଉର୍ଣ୍ଣତି ହୋଇ ପାରିବ ବୋଲି ଜଗତସିଂହପୁର ବିଦ୍ୟାଳୟ କହିଛନ୍ତି l
