ପରବ ୨୦୨୪ ଲଷ୍ମୀପୁର ବ୍ଲକ ରେ ଅନୁଷ୍ଠିତ

ଲକ୍ଷ୍ମୀପୁର:୨୨/୧୧/ ୨୦୨୪କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସଦର ମହକୁମାର ସାଙ୍ଗାନ୍ନା ଉଚ୍ଚ ବିଦ୍ୟାଳୟ ରେ ୨୬ ତମ ବ୍ଲକ ସ୍ଥରୀୟ ପରବ ମହୋତ୍ସବ ମହା ଆଡମ୍ବର ସହିତ ପାଳନ କରାଯାଇଛି । ଏହି ମହୋତ୍ସବ ରେ ବ୍ଲକ ଅଧ୍ୟକ୍ଷା ଶୁଆଇ କୁଲେସିକା ଙ୍କ ସଭାପତିତ୍ବ ରେ ଶୁଭାରମ୍ଭ କରାଯାଇ ଥିଲା । ଲକ୍ଷ୍ମୀପୁର ର ଅଧିଷ୍ଟ୍ରତି ଦେବୀ ମୁତ୍ୟାଲୁ ମା ଙ୍କ ମନ୍ଦିର ରୁ ମଶାଲ ଶୋଭାଯାତ୍ରା ରେ ଆସି ସାଙ୍ଗାନ୍ନା ଉଚ୍ଚ ବିଦ୍ୟାଳୟକୁ ଅଣାଯାଇ ଥିଲା ଏବଂ ମଶାଲ ସ୍ଥାପନ କରି ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ୱାରା ପରବ ପତାକା ଉତ୍ତୋଳନ କରାଯାଇ ଅତିଥି ମାନଙ୍କୁ ଗୋଟି ଗୋଟି କରି ମଞ୍ଚ ଉପରକୁ ଆମନ୍ତ୍ରଣ କରି ପୁଷ୍ପଗୁଛ ଦେଇ ସମ୍ମାନିତ କରି ଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଯୁବ ବିଧାୟକ ପବିତ୍ର ସାଉଁନ୍ତା ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁଶ୍ରୀ ସସ୍ମିତା ମେଲେକା, ଉପାଧ୍ୟକ୍ଷା ଆରତୀ କୁଲଦୀପ, ପୂର୍ବତନ ସାଂସଦ ଝିନ ହିକକା, ପୂର୍ବତନ ବିଧାୟକ କୈଳାସ କୁଲେସିକା ଓ କୃଷ୍ଣ ଚନ୍ଦ୍ର ସଗରିଆ, କୁମୁଦ ଚନ୍ଦ୍ର ସାଉଁନ୍ତା, ଆଗସ୍ତି ହଲୱା, ନକୁଲ ବିଷୋୟୀ, ଉଦୟ ହିକକା, ମନୋଜ କୁମାର ସାହୁ, ଅନନ୍ତ ହୁଇକା ସହ ୧୩ ସରପଞ୍ଚ , ସମିତି ସଭ୍ୟ ଯୋଗ ଦେଇ ଥିଲେ । ଏହା ପରେ ଅତିଥି ମାନେ ନିଜ ନିଜ ଅଭିଭାଷଣ ରେ ପରବ ପାଳନ ର ମହତ୍ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଜନାଧାରଣଙ୍କୁ ଆଲୋକପାତ କରିଥିଲେ । ଏହା କୁ ବିଡିଓ ଗୁରେଶ୍ଵର୍ ଭୋଇ ଏବଂ ଜିପିଓ ସୁଧିର କୁମାର ବେହେରା ଙ୍କ ନେତୃତ୍ବ ରେ ବ୍ଲକ ର ସମସ୍ତ କର୍ମଚାରୀ ଙ୍କ ସହଯୋଗରେ ଏହା ସ୍ଥାନୀୟ ଅଞ୍ଚଳ ର ପାରମ୍ପରିକ ଉତ୍ସବ ଶୈଳୀ ରେ ଆୟୋଜନ କରାଯାଇ ଥିଲା । ସ୍ଥାନୀୟ ତହସିଲଦାର ନୈବେଦ୍ୟ କୁମାର ଭୋଇ, ଅତିରିକ୍ତ ତହିଲଦାର ମାଧବ ଭୋତ୍ରା ମଧ୍ୟ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ ଏହା ବ୍ୟତୀତ ସାଂସଦ ପ୍ରତିନିଧି କୈଳାସ ଖୋସ୍ଲା, ବିଧାୟକ ପ୍ରତିନିଧି ମୋଣ୍ଟି ଖରା, ଜିଲ୍ଲାପରିଷଦ ପିଙ୍କି ହିମେରିକା, ହିଙ୍ଗୁ ଯାନୀ ବ୍ଲକ ର ପ୍ରାୟ ସବୁ ବିଭାଗ ର କର୍ମଚାରୀ ଓ ଅଞ୍ଚଳବାସୀ ଉକ୍ତ କାର୍ଯ୍ୟକ୍ରରେ ଯୋଗ ଦେଇ ସ୍ଥାନୀୟ ଅଞ୍ଚଳ ର ବିଭିନ୍ନ ପ୍ରକାର କଳା ସଂସ୍କୃତି କୁ ଉପଭୋଗ କରି ଥିଲେ ।ସଭାକୁ ଶିକ୍ଷକ ଗୋଲକ ଲେଙ୍କା,ସୁରେନ୍ଦ୍ର କୁଲଦୀପ ଅବସରପ୍ରାପ୍ତ ପିଇଓ ଅଭିନାସ ବୁଡ଼ିକା ପରିଚାଳନା କରି ଥିଲେ । ଉକ୍ତ ବିଦ୍ୟାଳୟ ର ପରିସର ରେ ୧୦ ଟି ଷ୍ଟଲ ରେ ଅଞ୍ଚଳ ରେ କର୍ଯ୍ୟରୋଜ ସଂସ୍ଥା ଗୁଡ଼ିକର ବିଭିନ୍ନ ପ୍ରକାର ବିଷବସ୍ତୁକୁ ପ୍ରଦର୍ଶନ କରାଯାଇ ଥିଲା ଏବଂ ବିଭିନ୍ନ ପ୍ରକାର ରଞ୍ଜ ବିରଙ୍ଗ ର ଆଲୋକ ଲାଇଟ୍ ଦ୍ୱାରା ସଭା ମଣ୍ଡପ କୁ ସୁସଜ୍ଜିତ କରାଯାଇ ଥିଲା । ବିଭିନ୍ନ କ୍ଷେତ୍ର ରେ ଉତ୍ତମ ପ୍ରଦର୍ଶନକାରୀ ପ୍ରତିଭା ମାନଙ୍କୁ ଚିହ୍ନଟ କରି ଜିଲ୍ଲା ସ୍ତରରେ ନିଜର ପ୍ରତିଭାପଣ କୁ ପ୍ରଦର୍ଶନ ପାଇଁ ପଠା ଯିବା ନେଇ ଚୟନ କମିଟି କହିଛି । ସୁରକ୍ଷା ଦୃଷ୍ଟି ରୁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲାl

Leave a Reply

Your email address will not be published. Required fields are marked *