ଦର୍ଶକ ଓ କଳାକାରଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାରବା ମୁକ୍ତମଞ୍ଚ
ଭବାନୀପାଟଣା, ୧୫/୦୧()-୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଦର୍ଶକ ଓ କଳାକାରଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି ପାରବା ଖୋଲାମଞ୍ଚ। ବିଶେଷ ସଭା କାର୍ଯ୍ୟକ୍ରମ ନଥିବା ଓ କେବଳ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିବିଧତା ଯୋଗୁଁ ଏହି ମଞ୍ଚରେ ସନ୍ଧ୍ୟା ହେଉଣୁ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି। ଉତ୍ସବ ପଡ଼ିଆରେ ବିଭିନ୍ନ ଷ୍ଟଲ ବୁଲି ଦେଖୁଥିବା ମୁକ୍ତ ମଞ୍ଚରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଶିଶୁ ଓ କିଶୋର କଳାକାର ସହିତ ଜିଲ୍ଲା ବାହାର ଓ ରାଜ୍ୟ ବାହାରର କଳାକାରମାନେ ଏଠାରେ ନିଜର କଳା ପ୍ରଦର୍ଶନ କରୁଛନ୍ତି। ଏହି ମୁକ୍ତମଞ୍ଚ ଗ୍ରାମାଞ୍ଚଳ ଓ ଦୂର ଦୁରାନ୍ତରରୁ ଆସୁଥିବା ଲୋକଙ୍କ ପାଇଁ ମନୋରଞ୍ଜନ ଯୋଗାଉ ଥିବାବେଳେ ଏଥିରେ ସନ୍ଧ୍ୟାରୁ ବିଳମ୍ବିତ ରାତିଯାଏଁ ଭିଡ଼ ଲାଗି ରହିବା ଦେଖିବାକୁ ମିଳୁଛି।

ଆଜି ଦ୍ଵିତୀୟ ସନ୍ଧ୍ୟାରେ ଶାସ୍ତ୍ରିଜୀ ମଡେଲ ସ୍କୁଲ, ଅତ୍ରୀଷ୍ଠା ନାୟକ, ଫୁଣ୍ଡା ଏସଏସଡି ସ୍କୁଲ, ସଞ୍ଚିତା ଶୁଭଦର୍ଶିନୀ ଓ ସାଥୀ, ଭିଲେଜ୍ ଭାଇବ, ସକ୍ଷମ ଏକାଡେମୀ, ଦେବାଂଶୀ ମହାରଣା, ଅର୍ପିତା ରାଉତ, ତ୍ରିଷ୍ଣା ଡ୍ୟାନ୍ସ ସ୍କୁଲ ଅଫ୍ ଡ୍ୟାନ୍ସ, ମାହେଶ୍ୱରୀ ଝାକର, ଚକାଡୋଳା ଡ୍ୟାନ୍ସ ଗୃପ୍, ଉଦୟ ଡ୍ୟାନ୍ସ ଗୃପ, କଳାହାଣ୍ଡି ଜିଏନ୍ଏମ୍ ନର୍ସିଙ୍ଗ ସ୍କୁଲ, ଆହାନା ହନୁମାନ୍, ଆଭା ଅଭିଷ୍କା ପଟ୍ଟନାଏକ ଓ ଗୃପ୍, ଅର୍ନବୀ ପଣ୍ଡା, ଭିଲେଜ୍ କ୍ସିନ୍, ସ୍କେଲା ପଣ୍ଡା, କଳାହାଣ୍ଡି କଳା କେନ୍ଦ୍ର, ଆରୋହୀ ବାଗ, ଆଦର୍ଶ ନାଟ୍ୟ ସଂସ୍ଥା, ମଝୀପଡା ନୋଡାଲ ସ୍କୁଲ, ଈଶାନ୍ଭି ସାହୁ, ଆରାଧ୍ୟା ପଣ୍ଡା, ଦେବୀ ଅଫ୍ କଳାହାଣ୍ଡି (ସବ୍ -ଜୁନିୟର),ଦେବୀ ଅଫ୍ କଳାହାଣ୍ଡି (ସିନିୟର), ସୋନୀ ଡ୍ୟାନ୍ସ ଗୃପ୍ ର କଳାକାରମାନେ ନୃତ୍ୟ ପ୍ରଦର୍ଶନ କରିଥିଲେ।
