ବ୍ୟାସନଗର ପୌର ପରିଷଦ ପକ୍ଷରୁ ରାଜୀବ ଗାନ୍ଧୀ ଷ୍ଟାଡିୟମରେ ୭୬ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପ୍ୟାରେଡ ଉତ୍ସବ ଅନୁଷ୍ଠିତ
ବ୍ୟାସନଗର ପୌର ପରିଷଦ ପକ୍ଷରୁ ରାଜୀବ ଗାନ୍ଧୀ ଷ୍ଟାଡିୟମରେ ୭୬ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପ୍ୟାରେଡ ଉତ୍ସବ ଅନୁଷ୍ଠିତ ହେଇଯାଇଛି l ଆଜି ବ୍ୟାସନଗର ମହାବିଦ୍ୟାଳୟ ଏନସିସି ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପୌର ପରିଷଦର ଅଧ୍ୟକ୍ଷା ସଂଗୀତା ପିଙ୍ଗୁଆ, ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ବଳ, ଅତିରିକ୍ତ ଏସପି ଓ ପୌର ପରିଷଦର ନିର୍ବାହୀ ଅଧିକାରିଣୀ ଯୋଗଦେଇ ଦେଶ ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ସହୀଦ ମାନଙ୍କୁ ମନେ ପାଇଥିଲେ l ଏହି ଅବସରରେ ବ୍ୟାସନଗର ପୌର ପରିଷଦ ସ୍ଥିତ ବିଭିନ୍ନ ସ୍କୁଲରୁ ୩୩ ଟ୍ରୁପ ଗ୍ରୁପ ଛାତ୍ର ଛାତ୍ରୀ ଏହି ପ୍ୟାରେଡ ଅଂଶଗ୍ରହଣ କରିଥିଲେ l ପରିଶେଷରେ ଏହି ପ୍ୟାରେଡରେ ବିଜେତା ପ୍ୟାରେଡ ଗ୍ରୁପକୁ ଉପସ୍ଥିତ ଅତିଥି ମାନେ ପୁରସ୍କୃତ କରିଥିଲେ l
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live
