ପାରାଦୀପ କଳିଙ୍ଗ ବାଲିଯାତ୍ରା ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଜଗତସିଂହପୁର ଜିଲ୍ଲା ପାରାଦୀପ ଠାରେ ଓଡ଼ିଶାର ଦ୍ଵିତୀୟ ପ୍ରସିଦ୍ଧ ପାରାଦୀପ କଳିଙ୍ଗ ବାଲିଯାତ୍ରା ର ପ୍ରସ୍ତୁତି ବୈଠକ ସ୍ଥାନୀୟ ଅଫିସର୍ସ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ତଥା କଳିଙ୍ଗ ବାଲିଯାତ୍ରା କମିଟିର ସଭାପତି ଜେ.ସୋନାଲ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ପାରାଦୀପ ବିଧାୟକ ତଥା ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମହୋତ୍ସବ କୁ ଶାନ୍ତିପୂର୍ଣ୍ଣ ଓ ସଫଳତାର ସହ ଆୟୋଜନ କରିବାକୁ ପରାମର୍ଶ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ପାରାଦୀପ ପୌରାଧ୍ୟାକ୍ଷ ବସନ୍ତ ବିଶ୍ଵାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଙ୍କିତ କୁମାର ବର୍ମା, ଅତିରିକ୍ତ ଜିଲ୍ଲାପାଳ ସମ୍ବିତ ରାଉତ ଙ୍କ ସହ ପାରାଦୀପ ବନ୍ଦର, ଇଫକୋ, ପିପିଏଲ ଆଇଓସିଏଲ ସମସ୍ତ କମ୍ପାନୀ ଅଧିକାରୀ, ବାଲିଯାତ୍ରା କମିଟିର ସଦସ୍ୟ ଓ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହି ଆସନ୍ତା ନଭେମ୍ବର ୪ ତାରିଖରେ ଆଠ ଦିନ ବ୍ୟାପି ଏହି କଳିଙ୍ଗ ବାଲିଯାତ୍ରାର ସଫଳ ଆୟୋଜନ ପାଇଁ ଆଲୋଚନା କରିଥିଲେ l ଏହି ସଭାରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ତଥା କଳିଙ୍ଗ ବାଲିଯାତ୍ରା କମିଟିର ଉପସଭାପତି ନିରଞ୍ଜନ ବେହେରା ମହୋତ୍ସବ ବିବରଣୀ ପାଠ କରିଥିବା ବେଳେ ପୌର ନିର୍ବାହୀ ଅଧିକାରୀ ତଥା କମିଟି ର ସମ୍ପାଦକ ଅଭିଷେକ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l ଏହି ବୈଠକରେ ବହୁ ବୁଦ୍ଧିଜୀବୀ, କମିଟି ସଦସ୍ୟ, ଗଣମାଧ୍ୟମ ପ୍ରତିନିଧି ଓ ଅନୁଷ୍ଠାନର ପ୍ରତିନିଧି ମାନେ ଉପସ୍ଥିତ ରହି ମହୋତ୍ସବର ସଫଳତା ପାଇଁ ଉପାଦେୟ ଆଲୋଚନା ଓ ପ୍ରସ୍ତାବ ଦେଇଥିଲେ l

Leave a Reply

Your email address will not be published. Required fields are marked *