କାର୍ଗୋ ପରିବହନ କ୍ଷେତ୍ରରେ ରେକର୍ଡ ସୃଷ୍ଟି କରିଛି ପାରାଦୀପ ବନ୍ଦର

Date-28/11/25*ସର୍ବ ଭାରତୀୟ ବୃହତ ବନ୍ଦର ମାନଙ୍କ ମଧ୍ୟରେ କାର୍ଗୋ ପରିବହନ କ୍ଷେତ୍ରରେ ରେକର୍ଡ ସୃଷ୍ଟି କରିଛି ପାରାଦୀପ ବନ୍ଦର l- ସର୍ବ ଭାରତୀୟ ବୃହତ ବନ୍ଦର ମାନଙ୍କ ମଧ୍ୟରେ କାର୍ଗୋ ପରିବହନ କ୍ଷେତ୍ରରେ ରେକର୍ଡ ସୃଷ୍ଟି କରିଛି ପାରାଦୀପ ବନ୍ଦର lଚଳିତ ଆର୍ଥିକ ବର୍ଷରେ ଗତକାଲି ସୁଦ୍ଧା ସବୁଠାରୁ ଦ୍ରୁତତମ 100 ମିଲିୟନ ମେଟ୍ରିକ ଟନ କାର୍ଗୋ ପରିବହନ କରି ସର୍ବ ଭାରତୀୟ ବୃହତ ବନ୍ଦର ମାନଙ୍କ ମଧ୍ୟରେ ଇତିହାସ ସୃଷ୍ଟି କରିଛି ଯାହା ଗତ ଆର୍ଥିକ ବର୍ଷ ତୁଳନାରେ 12 ଦିନ ପୂର୍ବରୁ ଏହି ରେକର୍ଡ ହାସଲ କରିଛି ପାରାଦୀପ ବନ୍ଦର l ଚଳିତ ବର୍ଷ ଆଇରନ ଓର ବଜାର ମାନ୍ଦା ହେବା ସତ୍ତ୍ୱେ,ବନ୍ଦର ଏହି କୀର୍ତ୍ତିମାନ ସ୍ଥାପନ କରିଛି l ଯାହାକୁ ନେଇ ପାରାଦୀପ ବନ୍ଦର ସମ୍ମିଳନୀ କକ୍ଷରେ ବନ୍ଦର ଅଧ୍ୟକ୍ଷ କେକ କାଟି ସେଲିବ୍ରେସନ କରିବା ସହିତ ସମସ୍ତ ବରିଷ୍ଠ ଅଧିକାରୀ ମାନଙ୍କୁ କେକ ଖୁଆଇ ବନ୍ଦରର ଏହି କୀର୍ତ୍ତିମାନ ର ସେଲିବ୍ରେସନ କରିଛନ୍ତି l

ପାରାଦୀପ ବନ୍ଦର ର ଏହି ସଫଳତା ପାଇଁ ଗଣମାଧ୍ୟମ ସହିତ ଆଲୋଚନା କରିବା ସମୟରେ ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଙ୍କ ପ୍ରତି ପ୍ରତି କୃତଜ୍ଞତା ଜଣାଇବା ସହିତ ବନ୍ଦର ର ସମସ୍ତ ଅଧିକାରୀ/କର୍ମଚାରୀ, ଉପଭୋକ୍ତା ଶିଳ୍ପ, ଷ୍ଟିଭେଡୋର୍ସ, ଷ୍ଟିମର ଏଜେଣ୍ଟମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବନ୍ଦରର ସେବା କରିବାରେ ଏପରି ଆଶ୍ଚର୍ଯ୍ୟଜନକ ସଫଳତା ପାଇଁ ବାଣିଜ୍ୟ ସଂଘ, ପିପିପି ଅପରେଟରମାନଙ୍କୁ ଧନ୍ୟବାଦ ଜଣାଇବା ସହିତ ସମସ୍ତ ଶ୍ରେୟ ଦେଇଛନ୍ତି ପାରାଦୀପ ବନ୍ଦର ଅଧ୍ୟକ୍ଷ ପି ଏଲ ହରାନାଦ l

Leave a Reply

Your email address will not be published. Required fields are marked *