ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକ ଠାରୁ ଗାନ୍ଧୀ ପାର୍କ ପର୍ଯ୍ୟନ୍ତ “ପରାକ୍ରମ ଶୋଭାଯାତ୍ରା” ଅନୁଷ୍ଠିତ
ରାୟଗଡ ତା ୧୫-୦୫- ୨୫ପହଲଗାଁ ଆକ୍ରମଣର ପ୍ରତିଶୋଧ ଓ ଅପରେସନ ସିନ୍ଦୁର ଜରିଆରେ ଆତଙ୍କୀ ଉପରେ ଭାରତର ବଡ ବିଜୟ ସହ ତିନି ସେନାର ବୀରତ୍ୱ ସମ୍ପର୍କରେ ଦେଶବାସୀ ତ୍ରିରଙ୍ଗା ଯାତ୍ରା ମାଧ୍ୟମରେ ଲୋକଙ୍କୁ ଅବଗତ କରାଇବା ଅବସରରେ ଭାରତୀୟ ସେନାର ମନବଳକୁ ଆହୁରି ସୁଦୃଢ଼ କରିବା ଓ ଆମ ବୀର ଯବାନମାନଙ୍କୁ ସମ୍ମାନ ଜଣାଇବା ଉରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ ଦ୍ଦେଶ୍ୟରେ ଆଜି ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକ ଠାରୁ ଗାନ୍ଧୀ ପାର୍କ ପର୍ଯ୍ୟନ୍ତ “ପରାକ୍ରମ ଶୋଭାଯାତ୍ରା” ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ଏହି ଶୋଭାଯାତ୍ରାକୁ ରାୟଗଡା ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ, ଯୋଗଦାନ କରି ମୋଟର ସାଇକେଲ ଶୋଭାଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଏହି କାର୍ଯ୍ୟକ୍ରମରେ ଶ୍ରୀ ନବୀନ ଚନ୍ଦ୍ର ନାୟକ,ଅତିରକ୍ତ ଜିଲ୍ଲାପାଳ, ରାୟଗଡା, ଶ୍ରୀ ନିହାର ରଞ୍ଜନ କହଁର, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ), ଶ୍ରୀ ରମେଶ କୁମାର ଜେନା, ଉପଜିଲ୍ଲାପାଳ,ଶ୍ରୀ ଚନ୍ଦ୍ର କାନ୍ତ ମାଝୀ, ପ୍ରକଳ୍ପ ପ୍ରଶାସକ, ଆଇଟିଡ଼ିଏ, ରାୟଗଡା, ପୌର ନିର୍ବାହୀ ଅଧିକାରୀ କୁଲଦୀପ କୁମାର ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତି ଥିଲେ l ଏହି ଶୋଭାଯାତ୍ରାରେ ସିଆରପିଏଫ ବାହିନୀ, ସ୍ଥାନୀୟ ପୋଲିସ, ରାୟଗଡା ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟର ସମର ଶିକ୍ଷାର୍ଥୀ ବାହିନୀର ଛାତ୍ର ଛାତ୍ରୀ,ବିଭିନ୍ନ ବିଭାଗର ସରକାରୀ କର୍ମଚାରୀ, ପଦାଧିକାରୀ,ଦଳଗତ ନିର୍ବିଶେଷରେ ବିଭିନ୍ନ ଦଳର କର୍ମକର୍ତ୍ତା, ବରିଷ୍ଠ ନାଗରିକ କଲ୍ୟାଣ ସଙ୍ଘ, ପ୍ରେମ ପାହାଡ଼ ୱାକର୍ କ୍ଲବ, ଜିସିଡ଼ି ୱାକର୍ କ୍ଳବ, ବିକଳ୍ପ ସଙ୍ଘ, ନlଗlବଳୀ ଲୟନ୍ସ କ୍ଲବ, ଶକ୍ତି ବାହିନୀ, ବ୍ରାହ୍ମଣ ସଂଘ, ପୌର ପରିଷଦର ଉପ ନଗରପାଳ ଓ ପରିଷଦ ବର୍ଗ, ରାୟଗଡ ସହରର ଜନସାଧାରଣ, ସାମ୍ବାଦିକ ଆଦି ବହୁ ସଂଖ୍ୟାରେ ଯୋଗଦେଇଥିଲେ । ତ୍ରିରଙ୍ଗା ପତାକା ସହ ଭାରତ ମାତାକି ଜୟ ଧ୍ୱନିରେ ସାରା ସହର ପ୍ରକମ୍ପିତ ହୋଇଥିଲା । ଜିଲ୍ଲାପାଳଙ୍କ ଛକରୁ ବାହାରି ବ୍ଲକ ଛକ, ସାଇ ଇଣ୍ଟରନ୍ୟାସନାଲ ଛକ ଯାଇ ସେଠାରୁ ରିଲୟନ୍ସ ଜିଓ ମାର୍ଟ ଛକରୁ ଫେରି କପିଳାସ ଛକ ରୁ ରେଲବାଇ ଅଭର ବ୍ରିଜ ଦେଇ କୋରାପୁଟ ଛକ ଟାଉନ ଥାନା ଦେଇ ସ୍ଥାନୀୟ ମହାତ୍ମା ଗାନ୍ଧୀ ପ୍ରମୋଦ ଉଦ୍ୟାନ ପର୍ଯ୍ୟନ୍ତ ଶୋଭାଯାତ୍ରା ଯାଇଥିଲା । ସେଠାରେ କାର୍ଯ୍ୟକ୍ରମ ସାଙ୍ଗ କରାଯାଇଥିଲା ।
ରାୟଗଡା ରୁ ନୀଳାମ୍ବର ମିଶ୍ର ଙ୍କ ରିପୋର୍ଟ
