ପାର୍ବଣ ଆସୁଛି
ପାର୍ବଣ ଆସୁଛି
ପ୍ରକୃତି ବନ୍ଧୁ ହରିହର ସାହୁ –
ପାର୍ବଣ ଆସୁଛି ପାର୍ବଣ ଆସୁଛି
ଧରାପୃଷ୍ଠ ଆଜି ସ୍ବାଗତ କରୁଛି
ଦେବୀ ଙ୍କ ଆଗମନ କୁ
ପୁରପଲ୍ଲୀ ଆଜି ଅପେକ୍ଷା କରୁଛି
ଦେବୀ ଙ୍କ ଆବିର୍ଭାବ କୁ
ଦେବୀ ପୀଠ ଆଜି ଚଳ ଚଞ୍ଚଳ ଯେ
ଦୁର୍ଗତିନାଶିନୀ ପାଇଁ
ମନ୍ତ୍ର ଧ୍ବନି ରେ ପ୍ରକମ୍ପିତ ଆଜି
ଦେବୀ ଆସନ୍ତି ଓହ୍ଲାଇ।
ଶାରଦୀୟ ପୂଜା ଗାଁ ଗହଳିରେ
ମଙ୍ଗଳ କାମନା ପାଇଁ
ସିଂହ ବାହିନୀ ଦୁର୍ଗତି ନାଶିନୀ
ଆଶିଷ ଦିଅନ୍ତି ଧାଇଁ।
ଦେବୀ ଙ୍କ ଆଶିଷ ଲଭିଣ ଭକତ
ପୁର ପଲ୍ଲୀରେ ଆନନ୍ଦ
ସତେକି ସମସ୍ତ ଉଲ୍ଲାସ ହୃଦୟେ
ପାଆନ୍ତି ପୂର୍ଣ୍ଣିମା ଚାନ୍ଦ।
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ
