ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟରେ ଅଭିଭାବକ ସହଭାଗିତା କାର୍ଯ୍ୟକ୍ରମ
କୋଣାର୍କ,୨୮.୦୩ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ବିଭିନ୍ନ ଅନୁସୂଚିତ ଜାତି ଓ ଜନଜାତି ସ୍କୁଲ ଗୁଡିକରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ନେଇ ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ପୂର୍ବାହ୍ନରେ କୋଣାର୍କରେ ଥିବା ଦୁଇ ଗୋଟି ସରକାରୀ ଆଶ୍ରମ ସ୍କୁଲରେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କୋଣାର୍କ ବସଷ୍ଟାଣ୍ଡ ନିକଟସ୍ଥ ଅନୁସୂଚିତ ଜାତି ଓ ଜନଜାତି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପିତାମାତା ଓ ଅଭିଭାବକ ସହଭାଗିତା ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ନିହାର ପ୍ରସାଦ ଲେଙ୍କାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରଲରେ ଅତିଥି ଭାବେ ଆୟୁଷ ଡାକ୍ତର ବିଦୁଭୂଷଣ ନାୟକ, ଶିକ୍ଷାବିତ୍ ରାମକୃଷ୍ଣ ମହାନ୍ତି, ଡବ୍ଲ୍ୟୁଇଓ ଶ୍ରୀନିବାସ ମହାନ୍ତି ପ୍ରମୁଖ ଯୋଗଦେଇ ପିତାମାତା ଓ ଅଭିଭାବକ ସହଭାଗିତାକୁ ନେଇ ଛାତ୍ରଛାତ୍ରୀ ମାନେ ଉତ୍ତମ ଶିକ୍ଷା ପାଇବା ସହିତ ସମାଜରେ ଏକ ଉତ୍ତମ ନାଗରିକ ଭାବେ ଗଢିତୋଳି ଥାଏ, ବିଦ୍ୟାଳୟ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହ ଅଭିଭାବକ ମାନେ ସହଭାଗିତା କଲେ ବିଦ୍ୟାଳୟ ସହ ଶିକ୍ଷାଦାନ ଓ ଛାତ୍ରଛାତ୍ରୀ ମାନେ ଉନ୍ନତି କରିବେ ବୋଲି ଅତିଥି ମାନେ ମତପ୍ରକାଶ କରିଥିଲେ। କାର୍ଯ୍ୟକ୍ରମକୁ ଶିକ୍ଷକ ଭାଗିରଥି ପାଇକରାୟ ଓ ଶିକ୍ଷୟତ୍ରୀ ନୟନା ଶତପଥି ସଂଯୋଜନା କରିଥିବା ବେଳେ ଶିକ୍ଷକ ସତ୍ୟ ରଞ୍ଜନ ମିଶ୍ର ଅଭୟ ମଲ୍ଲ, ସୁଲୋଚନା ବେହେରା, ଦୀପିକା ଜେନା, ସିଲା ଭଟ୍ଟ ଓ ସୁଭସ୍ମିତା ପାଇକରାୟଙ୍କ ସହ ସମସ୍ତ କର୍ମଚାରୀ ମାନେ ପରିଚାଳନା କରିଥିଲେ। ସେହିପରି ଭାବେ ଥାନାଛକ ସ୍ଥିତ ଆଶ୍ରମ ସ୍କୁଲ ପରିସରରେ ପିତାମାତ ଓ ଅଭିଭାବକ ସହଭାଗୀତା ବୈଠକ ମହାସମାରୋହରେ ଅନୁଷ୍ଠିତ ହୋଇଛି । ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକ ରେ ଅତିଥି ଭାବେ ସହ ଶିକ୍ଷା ଅଧିକାରୀ ପୁଷ୍ପମିତ୍ରା ମିଶ୍ର, ଜୁନେଇ ସ୍କୁଲ୍ ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳି ନାୟକ, ସିଆରସିସି କୃଷ୍ଣ ଚନ୍ଦ୍ର ବଳବନ୍ତରାୟ, ଜୟନ୍ତୀ ବିଶ୍ବାଳ, ଶରତ ଚନ୍ଦ୍ର ଜେନା ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କ ସହଯୋଗ କାମନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଆଶ୍ରମ ସ୍କୁଲର ଶିକ୍ଷକ ଦୀପକ କୁମାର ପ୍ରଧାନ ,ସୁନ୍ଦର ମୋହନ ମାଝୀ, ଶିକ୍ଷୟତ୍ରୀ ଚିନ୍ମୟୀ ପାଢ଼ୀ, ଗୀତାଞ୍ଜଳି ସ୍ୱାଇଁଙ୍କ ସମେତ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ।
