ଖଲିଆମେଣ୍ଟା ଉଚ୍ଚବିଦ୍ୟାଳୟରେ ଅବିଭାବକ ବୈଠକ
ଆନନ୍ଦପୁର 15/12(ସ ମି ସ): ଘସିପୁରା ବ୍ଲକ ଅନ୍ତର୍ଗତ ଖାଳିଆମେଣ୍ଟା ଧନେଇ ନୋଡାଲ ଉଚ୍ଚବିଦ୍ୟାଳୟ ରେ ଅଭିଭାବକ ବୈଠକ ଅନୁଷ୍ଠିତ ହୋଇ ଯାଇଛି ଗ୍ରାମର ସଚେତନ ଯୁବକ ଓ ଶିକ୍ଷା ପ୍ରେମୀ ମାନଙ୍କ ଉଦ୍ୟମ ରେ ଏହି ବୈଠକ ରେ ଅନେକ ଅଭିଭାବକ ଯୋଗଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ ପ୍ରଧାନଶିକ୍ଷୟିତ୍ରୀ ଜୋସନାମୟୀ ବରାଳ ଙ୍କୁ ବିଦ୍ୟାଳୟ ର କେତେକ ଶିକ୍ଷକ-ଶିକ୍ଷୟତ୍ରୀ ଅସହଯୋଗ କରିବା ଏବଂ ଜୈନେକଶିକ୍ଷୟତ୍ରୀ ନିଜର ନବଜାତକ ଶିଶୁ କୁ ବିଦ୍ୟାଳୟ କୁ ପ୍ରତିଦିନ ସାଥିରେ ଆଣିବା ଘଟଣା ରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ବିଦ୍ୟାଳୟ ଶିକ୍ଷଦାନ ରେ ବ୍ୟାଘାତ ସୃଷ୍ଟି ହେବାରୁ ଏହାର ଆପୋଷ ସମାଧାନ ପାଇଁ ଗ୍ରାମବାସୀ ମାନଙ୍କ ସହଯୋଗ ରେ ଏକ ଅଭିଭାବକ ବୈଠକ ହୋଇଥିଲା ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିଭୁତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତା ରେ ସରପଞ୍ଚ ବୃନ୍ଦାବନ ଜେନା ବିଜେପି ନେତା ଦେବ ଜେନା ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ ର ସଭାପତି ରଙ୍ଗାଧର ମହାରଣା ବିକାଶ ଜେନା ବ୍ରଜକିଶୋର ଭୂୟାଁ ସମେତ ଅନେକ ଅଭିଭାବକ ଗ୍ରାମବାସୀ ଓ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇ ସମସ୍ୟା ର ଅନୁଧ୍ୟାନ କରିବା ସହିତ ବିବାଦ ର ଆପୋଷ ସମାଧାନ କରିଥିଲେ ।
