ପୁଅ ଝିଅଙ୍କ ପାଇଁ ବାପା ମାଆ ଅଲୋଡା ।ଗୋଟେ ଦିନପାଇଁ ବୁଧ୍ୟାଶ୍ରମ ସେବାକଲେ ମା ମଙ୍ଗଳା ସେବା ସଂଗଠନର ସଦସ୍ୟ।
୨୭/୯,କଥାରେ ଅଛି କର୍ମ ହିଁ ଭଗବାନ , ପୁଅ ଝିଅ ବଡହେଲେ ବାପା ମାଆଙ୍କ ମୁହଁକୁ ଟିକେ ହସ ଖୁସି ଦେବେ ବୁଢା କାଳରେ ତାଙ୍କୁ ସାହାଯ୍ୟ କରିବେ କିନ୍ତୁ ଭଗବାନଙ୍କ ଲୀଳା ବହୁ ବିଚିତ୍ର ।ପୁଅ ବଡ଼ ହେଲାପରେ ହାତକୁ ଦିହାତ ହେଲା ପରେ ବହୁ କଥାରେ ପଡି ବାପା ମାଙ୍କୁ ଭୁଲିଗଲା ଏହି ଦୁଖଃରେ ବାପା ମାନସିକ ଭାରସାମ୍ୟ ହରାଇ ପାଗଳ ହୋଇଗଲା ପରେ ମା ଏକ ବୁଧ୍ୟାଶ୍ରମରେ ବହୁ ଦୁଃଖ କଷ୍ଟ ପାଇ ନିଜକୁ ଆଶ୍ରୟ ନେଉଛନ୍ତି । କାହା ପୁଅ ଚାକିରୀ କରିଛି ତ ଆଉ କାହା ଝିଅ ବି ଚାକିରୀ କରିଛି ।ବାପା ମାଙ୍କୁ ଖାଇବା ପାଇଁ କିମ୍ବା ରହିବା ପାଇଁ ଟିକେ ଆଶ୍ରୟ ଦେଉନାହାନ୍ତି । ସବୁବେଳେ ଏକୁଟିଆ ବସି ବାହୁଟି ବାହୁଟି ଘର ସଂସାର କଥା ମନେପକାଇ କାନ୍ଦୁଛନ୍ତି । ଏଭଳି ଏକ ଦୁଷ୍ୟ ଦେଖି କେନ୍ଦୁଝର ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ମା ମଙ୍ଗଳା ସେବା ସଂଗଠନର ପକ୍ଷରୁ ଯାଜପୁର ଜିଲ୍ଲାର ଛତିଆ ସେବକ ଆଶ୍ରମକୁ ଆସି ମା ମଙ୍ଗଳା ସ୍ବେଚ୍ଛାସେବୀ ସଂଗଠନର ଫାଉଣ୍ଡର ହରିହର ଓଝାଙ୍କ ନିର୍ଦ୍ଦେଶ କ୍ରମେ ଏଠାରେ ରହୁଥିବା ୨୦୦ରୁ ଉର୍ଦ୍ଧ୍ବ ବରିଷ୍ଠ ସିନିୟର ସିଟିଜେନ୍ ବ୍ୟକ୍ତି ମାନଙ୍କର ଗୋଟିଏ ଦିନର ସମସ୍ତ ପ୍ରକାର ସେବା କରିବା ସହିତ ସମସ୍ତଙ୍କ ପାଇଁ ନୂତନ ବସ୍ତ୍ର କରିଥିଲେ ପରେ ସକାଳୁ ସଂଧ୍ୟା ପଯ୍ୟନ୍ତ ସମସ୍ତଙ୍କୁ ଖାଦ୍ୟପେୟ ବଣ୍ଟନ କରିଥିଲେ । ଏବଂ ବୁଧ୍ୟାଶ୍ରମ ପରିସରରେ ଚାରୋଟି ଗୋଶାଳା ରେ ରହୁଥିବା ପାଞ୍ଚସହରୁ ଉର୍ଦ୍ଧ୍ବ ଗୋରୁ ଗାଈଙ୍କ ସେବା କରି ସଫାସୁତୁରା କରିଥିଲେ । ଶେଷରେ ସମସ୍ତ ସିନିୟର ସିଟିଜେନ୍ ମାନଙ୍କୁ ଆଶ୍ରମ ପରିସରରେ ବସାଇ ନାମ ସଂକୀର୍ତ୍ତନ ଭଜନ କୀର୍ତ୍ତନ କରି ଆଶ୍ରମ ପରିବେଶକୁ ସୌନ୍ଦଯ୍ୟମୟ କରିଥିଲେ । ମା ମଙ୍ଗଳା ସେବା ସଂଗଠନର ଏଭଳି କାଯ୍ୟକ୍ରମ ପାଇଁ ସମଗ୍ର ଅଞ୍ଚଳ ଓ ରାଜ୍ୟରେ ସେବା ସଂଗଠନର କର୍ମକର୍ତ୍ତା ମାନେ ପ୍ରଶଂସା କରିଛନ୍ତି ।ଏଥିରେ ସଂଗଠନର କୋଷାଧ୍ୟକ୍ଷ ମନୋଜ କୁମାର ବାରିକ ,ସଭାପତି ମିଶ୍ର ସାର ,ସେକ୍ରେଟାରୀ ଆଶିଷ କୁମାର ଓଝା ଏବଂ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ସମସ୍ତ ପ୍ରକାର ଦାଇତ୍ୱଶାନ୍ତି ସୁଙ୍ଖଳାରେ ଶେଷ କରିଥିବା ଦେଖିବାକୁ ମିଳିଛି ।।
