ପାର୍କିଂ ଆକ୍ସିଡେଣ୍ଟ, ମେଲରେ ଯାଇଛି Ar – ପୁରୀ ଜଗନ୍ନାଥବଲ୍ଲଭ ମଲ୍ଟି ଲେବଲ କାର୍ ପାର୍କିଂରେ ଅଭାବନୀୟ ଘଟଣା।

ପାର୍କିଂ ଆକ୍ସିଡେଣ୍ଟ, ମେଲରେ ଯାଇଛି Ar – ପୁରୀ ଜଗନ୍ନାଥବଲ୍ଲଭ ମଲ୍ଟି ଲେବଲ କାର୍ ପାର୍କିଂରେ ଅଭାବନୀୟ ଘଟଣା। ପାର୍କିଂର ଏକତାଲା ଉପରୁ ତଳକୁ ଖସିଲା ବୋଲେରୋ ଗାଡ଼ି। ବୋଲେରୋ ଗାଡିଟି ତଳକୁ ଖସି ଯିବାରୁ ଡ୍ରାଇଭର ଜଣକ ଗୁରୁତର ହୋଇଛନ୍ତି। ଗାଡ଼ି ଭିତରେ ଥିବା ଡ଼୍ରାଇଭରଙ୍କୁ ଉପସ୍ଥିତ ଲୋକମାନେ ଉଦ୍ଧାର କରି ଚିକିତ୍ସା ପାଇଁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି। ଗୁରୁତର ଡ୍ରାଇଭର ଜଣକ ହେଉଛନ୍ତି ଧାମରା ମେରାଇନ ଥାନା ଅଞ୍ଚଳର ସଞ୍ଜୟ ସେଠୀ। ଖବରପାଇ ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ବୋଲେରୋ ଗାଡିଟି ଯାତ୍ରୀଙ୍କୁ ବାଲେଶ୍ଵରରୁ ପୁରୀ ଆଣି ଆସିଥିଲା। ଜଗନ୍ନାଥ ବଲ୍ଲଭ ମଲ୍ଟି ଲେବଲ କାର୍ ପାର୍କିଂରେ ଯାତ୍ରୀଙ୍କୁ ଓହ୍ଲାଇ ଗାଡ଼ିକୁ ପାର୍କିଂରେ ରଖିବା ପାଇଁ ବ୍ୟାକ୍ କରିବା ବେଳେ ପଛପାର୍ଶ୍ବରେ କୌଣସି ବାଡ ନ ଥିଲା। ଯାହା ଫଳରେ ବୋଲେରୋ ଡ୍ରାଇଭର ଗାଡ଼ି ପଛକୁ କରୁଥିବା ସମୟରେ ଭାରସାମ୍ୟ ହରାଇ ଏକତାଲାରୁ ତଳକୁ ଖସି ପଡିଥିଲା। ସେପଟେ ପୁରୀକୁ ଆସୁଥିବା ଯାତ୍ରୀ ମାନେ ନିଜ ଗାଡିର ପାର୍କିଂ ପାଇଁ 50 ଟଙ୍କା ଦେଉଥିଲେ ମଧ୍ୟ ଗାଡିର ସୁରକ୍ଷା ନ ଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *