ସଂକୀର୍ତ୍ତନ କ୍ଷେତ୍ରରେ ଗ୍ରାମାଞ୍ଚଳ ମା’ମାନଙ୍କ ଯୋଗଦାନ ଏକ ଶୁଭ ସଂକେତ : ମହାସଚିବ

ସଂକୀର୍ତ୍ତନ କ୍ଷେତ୍ରରେ ଗ୍ରାମାଞ୍ଚଳ ମା’ମାନଙ୍କ ଯୋଗଦାନ ଏକ ଶୁଭ ସଂକେତ : ମହାସଚିବ କୋଦଳା, ତା. ୦୫/୦୧ : କୋଦଳା ବ୍ଲକ ଅନ୍ତର୍ଗତ ମର୍ଦ୍ଦାମେଖ ଗ୍ରାମ ସ୍ଥିତ ନବ ଗଠିତ ଶ୍ରୀଶ୍ରୀ ଗୋପୀନାଥ ମା’ ଭରାଣ୍ଡି ମହିଳା ସଂକୀର୍ତ୍ତନ ମଣ୍ଡଳିର ପ୍ରଥମ କଳା ପ୍ରଦର୍ଶନ କାର୍ଯ୍ୟକ୍ରମ ଗ୍ରାମବାସୀଙ୍କ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରି ସଂକୀର୍ତ୍ତନ କ୍ଷେତ୍ରରେ ଗ୍ରାମାଞ୍ଚଳ ମା’ମାନଙ୍କ ଯୋଗଦାନ ଆମ ସଂସ୍କୃତି କ୍ଷେତ୍ର ପାଇଁ ଶୁଭ ସଂକେତ ଏବଂ ଏଥିପ୍ରତି ସଭିଏଁ ନିଷ୍ଠାବାନ ହେବା ଆବଶ୍ୟକ ବୋଲି ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କୁ ଉଦବୋଧନ ଦେଇଥିଲେ। ସଂକୀର୍ତ୍ତନ ମଣ୍ଡଳି ପରିଚାଳକ ସୁବଳ ଗୌଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ନାମ ଗୁରୁ ତ୍ରିଲୋଚନ ପଲେଇ, ମୃଦଙ୍ଗ ଗୁରୁ ନୀଳାଞ୍ଚଳ ଜେନା, କଣ୍ଠଶିଳ୍ପୀ ପଙ୍କଜ ମହାରଣା, ମହାସଂଘ କୋଷାଧ୍ୟକ୍ଷ ମହେନ୍ଦ୍ର କୁମାର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଂଚାସୀନ ଥିଲେ। ସତ୍ୟଭାମା ଗୌଡ଼, ସୁଲୋଚନା ସାହୁ, ରଞ୍ଜୁ ଦଳେଇ, ମିନତୀ ଗୌଡ଼, ରୁନୁ ଗୌଡ଼, ସୁନିତା ଗୌଡ଼, ଅଞ୍ଜଳି ଦଳେଇ, ରଜନୀ ଗୌଡ଼, ପ୍ରଭାସିନୀ ଗୌଡ଼, ଉଷା ଗୌଡ଼, ନମିତା ସ୍ୱାଇଁ, ନମିତା ଗୌଡ଼ ପ୍ରମୁଖ ମହିଳା ସଂକୀର୍ତ୍ତନ ସଦସ୍ୟା ଆଖଡ଼ା ପ୍ରଦର୍ଶନ ପରେ ଗ୍ରାମ ପରିକ୍ରମା କରିଥିଲେ। ସର୍ବଶ୍ରୀ ରମେଶ ଗୌଡ଼, ଗାନ୍ଧି ଦଳେଇ, ଅଭିରାମ ଗୌଡ଼ଙ୍କ ସମେତ ଗ୍ରାମବାସୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *