ଫୁଲବାଣୀ ବସ୍ ଷ୍ଟାଣ୍ଡ ରେ ଯାତ୍ରୀ ଅସୁରକ୍ଷିତ ।
ଫୁଲବାଣୀ ତା ୧୪/୦୨/୨୦୨୫ କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ସ୍ଥାନୀୟ ବସ୍ ଷ୍ଟାଣ୍ଡ ଯାତ୍ରୀ ସୁରକ୍ଷିତ ନ ଥିବା କଥା ନଜରକୁ ଆସିଛି । ସୂଚନା ମୁତାବକ ଫୁଲବାଣୀ ବାପୁଜୀ ବସ୍ ଷ୍ଟାଣ୍ଡ ନୂତନ ଭାବେ ୧୯୯୪ ମସିହାରେ ସ୍ଥାନୀୟ ଫୁଲବାଣୀ ମୁଖ୍ୟ ପଶୁ ଚିକିତ୍ସା ଳୟ ପାଖରେ ଶୁଭାରମ୍ଭ ହୋଇଥିଲା ।ଏହ। ପୂର୍ବେ ସହରର ମୁଖ୍ୟ ବଜାର ତଥା ବଜାର ପେଟ୍ରୋଲ ପମ୍ପ ପାଖରେ ଥିଲା କାଳକ୍ରମେ ଏହ। ସ୍ଥାନ।ନ୍ତରିତ ହୋଇ ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସାଳୟ ପାଖରେ ତିଆରି ହୋଇଥିଲା । ଏହି ଠାରେ ଏକ ଅସ୍ଥାୟୀ ପୋଲିସ ଫାଣ୍ଡି ହୋଇଥିଲା ।ସେହି ସମୟରେ ବସ୍ ଷ୍ଟାଣ୍ଡ ଅତି ସୁନ୍ଦର୍, ସୁରକ୍ଷିତ ଯାତ୍ରୀ ନିର୍ଭୟରେ ଯାତାୟତ କରୁଥିଲେ । କୋଭି ଡ ପରେ ପରେ ଅ ଥାତ୍ ୨୦୧୯ ପରେ ପରେ ଉକ୍ତ ଫାଣ୍ଡି ସ୍ଥାନୀୟ ବସ୍ ଷ୍ଟାଣ୍ଡ ରୁ ଉ ଠାଯାଇଥି ଲ। । ୨୦୨୧ ମସିହାରୁ ଆଜିଯାଏଁ ସ୍ଥାନୀୟ ବସ୍ ଷ୍ଟାଣ୍ଡ ରେ ଫାଣ୍ଡି ବା ପୋଲିସ ର ନଜର ଆଶାତୀତ ନ ଥିବାରୁ ଏହି ଠାରେ ବିଭିନ୍ନ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟିହେବାରେ ଲାଗିଛି ।ସ୍ଥାନୀୟ ଘୋରୋଇ ବସ୍ ମାଲିକ ସଂଘର କିଛି କର୍ମ କର୍ତ୍ତା କହିବନୁ ଯାଇ ବସ ଷ୍ଟାଣ୍ଡ ଆଗରେ ଦୁଇ ଦୁଇଟି ମଦ ଦୋକାନ ଥିବାହେତୁ ନିଶା ଶି ଳ ବ୍ୟକ୍ତିମାନେ ମଦ ଆଣି ଶୀତକାଳୀନ ଗୃହ ମଧ୍ୟରେ ନିଶା ସେବନ କରି ର।ତି ସାରା ହ ଟଗୋଳ କରୁଛନ୍ତି, କିଛି ଅସାମାଜିକ ଯୁବକ ମାନେ ଯାତ୍ରୀ ମାନଙ୍କ ଠାରୁ ଦିନ ଦ୍ୱିପ୍ରହର ରେ ସୁନା, ଟଙ୍କା, ବ୍ୟ। ଗ୍, ଏପରିକି ଯାତ୍ରୀ ମାନକୁ ଧମକାଇ ସେମାନଙ୍କୁ ମାରପିଟ୍ କରି ସେମାନଙ୍କଠାରୁ ଟଙ୍କା ପଇସା ଛଡ଼ାଇ ନେ, ମୋବାଇଲ ଧରି ପଳାଇବା, ଏମିତି ବସ୍ ଷ୍ଟାଣ୍ଡ ମଧ୍ୟରେ ହଣ। କଟା କରିଥିବା କଥା ସ୍ଥାନୀୟ ଦୋକାନୀ ମାନଙ୍କ ଠାରୁ ଶୁଣିବାକୁ ମିଳୁଛି ।କାରଣ ବସ୍ ଷ୍ଟାଣ୍ଡ ରେ ମୁଖ୍ୟ ତ ପୋଲିସ ଫାଣ୍ଡି ନାହିଁ ।କି ପୋଲିସ ସଦାବେଳେ ନିୟମିତ ନ ଥିବା ହେତୁ ସଦ ସର୍ବଦା ଗଣ୍ଡଗୋଳ, ହଣ। କଟା ଲୁଟ ତ ରଜ ବିଭିନ୍ନ ସମସ୍ୟା ଦେଖିବାକୁ ମିଳୁଛି । ସ୍ଥାନୀୟ ଘୋରାଇ ବସ୍ ମାଲିକ ସଂଘର କର୍ମ କର୍ତ୍ତା ମାନେ ମଧ୍ୟ ମାନେ ନିଜକୁ ଅସୁରକ୍ଷିତ ମନେକରି ୨୧/୧୨/୨୦୨୪ ରିଖରେ ଅତିରିକ୍ତ ଆର କ୍ଷୀ ଅଧିକାରୀ ଙ୍କୁ ଭେଟି ସମସ୍ତ ଘଟଣା ଜଣାଇଥିଲେ ସୁଦ୍ଧା ଆଜିଯାଏ କୌଣସି ପଦକ୍ଷପ ପୋଲିସ ନେଇନାହାନ୍ତି ।ଯାହା ଫଳରେ ଦିନ କୁ ଦିନକୁ ଦିନ ସ୍ଥାନୀୟ ବସ୍ ଷ୍ଟାଣ୍ଡ ରେ ବିଶୃଙ୍ଖଳା ବଡ଼ିବାରେ ଲାଗିଛି ।ଏହି ପରିକି ମହିଳା ଯାତ୍ରୀ ମାନଙ୍କ ପାଇଁ ଖଣ୍ଡେ ପାଇଖାନା ନାହିଁ ।ପାଣିର ସମସ୍ୟା କହିବାକୁ ଗଲେ ବହୁତ ଦୁଃଖର କଥା । ଏବେ ସାଧାରଣରେ ଚର୍ଚ୍ଚା ହେଉ ଅଛି କି ଯଦି ସରକାର ତୁରନ୍ତ ଏହିଠାରେ ପୋଲିସ ଫାଣ୍ଡି ତିଆରି ନ କରନ୍ତି କେତେଯେ, ଧନ, ଜୀବନ ନଷ୍ଟ ହେବ କହିହେବନହି ।ଏଣୁ ସରକାରଙ୍କୁ ଅନୁରୋଧ କାଯାଉଅଛିକି ।ଅତି ଶୀଘ୍ର ବସ୍ ଷ୍ଟାଣ୍ଡରେ ପୋଲିସ ଫାଣ୍ଡି ତିଆରିକରି ସମସ୍ତଙ୍କୁ ସୁରକ୍ଷା ଦେବା ପାଇଁ ସାଧାରଣରେ ଚର୍ଚ୍ଚା ହେଉ ଅଛି ।
