ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଯୋଗୁଁ ଯାତ୍ରୀମାନେ ହଟହଟା

ଉଦଳା ୯/୭/୨୫:- ରାଜ୍ୟ ଚାଳକ ମହାସଂଘ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଯୋଗୁଁ ଦୂର ଦୂରଦୂରାନ୍ତରୁ ଆସିଥିବା ଯାତ୍ରୀମାନଙ୍କୁ ନାନା ସମସ୍ୟାରେ ସମ୍ମୁଖୀନ ହେବାକୁ ପଡ଼ିଛି।ଚାଳକ ମାନେ ୭ ଦଫା ଦାବି ପୂରଣ ନେଇ ବସଷ୍ଟାଣ୍ଡ ଛକରେ ବସି ପରିବହନ ଆୟୁକ୍ତଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଥିବା ଜଣାପଡିଛି। ଏହି ବନ୍ଦ ଯୋଗୁଁ ନିୟମିତ ଚିକିତ୍ସିତ ହେଉଥିବା ରୋଗୀ, ଗ୍ରାମାଞ୍ଚଳରୁ ପିଲାଛୁଆ ଧରି ଆସିଥିବା ମହିଳା ଯାତ୍ରୀ, ଛାତ୍ର ଛାତ୍ରୀ, ବ୍ୟବସାୟୀ ତଥା ସରକାରୀ ବେସରକାରୀ କର୍ମଚାରୀମାନେ ବହୁ ଅସୁବିଧାର ସମ୍ମୁଖିନ ହୋଇଛନ୍ତି ।ଉଦଳାରୁ ଜାହ୍ନବୀ ପୁଟିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *