ଅବ୍ୟବସ୍ଥା ଘେରରେ ବାଲିଗୁଡା ଉପଖଣ୍ଡ ଡାକ୍ତରଖାନା ଡାକ୍ତର ଙ୍କ ଅନୁପସ୍ଥିତରୋଗୀ ହନ୍ତସନ୍ତ ।
କନ୍ଧମାଳ, ବାଲିଗୁଡ଼ା ଉପଖଣ୍ଡ ଡାକ୍ତରଖାନାରେ ଶିଶୁ ଡାକ୍ତର ତିନିଦିନ ଧରି ଅନୁପସ୍ଥିତ । ମେଡିକାଲ ପରିଚାଳନା ସର୍ବଦା ଢିଲ। କନ୍ଧମାଳ ଜିଲ୍ଲାର ବଡ ସବଡ଼ିଭିଜ ବାଲିଗୁଡା, ଏହି ସବଡ଼ିଭିଜନ ରେ ୯ ଗୋଟି ବ୍ଲକ ରହିଁଛି । କୋଟଗଡ଼, ତୁମୁଡିବନ୍ଧ, ରାଇକିଆ, ଓ ବାଲିଗୁଡ଼ାରୁ କେତାକାଂଶ ଅଞ୍ଚଳ ଉପାନ୍ତ ଓ ଦୁର୍ଗମ ଅଗ୍ନାଗ୍ନୀ ଅଞ୍ଚଳ ରହିଁଛି । ଏସବୁ ଅଞ୍ଚଳ ର ରୋଗୀ ୫୫କିମି ରୁ ୮୦ କିମି ଦୂରରୁ ବାଲିଗୁଡା ସବଡିଭିଜନ ଡାକ୍ତର ଖାନାକୁ ଚିକିତ୍ସା ପାଇଁ ଆସିଥାନ୍ତି । ଅଧିକାଂଶ ରୋଗୀ ଗରିବ ଶ୍ରେଣୀର ହୋଇଥିବାବେଳେ ସାମାନ୍ୟ ସ୍ୱଚଳ ବର୍ଗର ଅଟନ୍ତି । ଡାକ୍ତରଖାନାରେ ଚିକିତ୍ସା ସେତେ ଭଲ ନଥିଲେ ମଧ୍ୟ ଡାକ୍ତର ସର୍ବଦା ଅନୁପସ୍ଥିତ ରହୁଥିବା ଅଭିଯୋଗ ହେଇ ଆସୁଛି । ଶିଶୁ ଡାକ୍ତର ଦୁଇ ତିନି ଦିନ ଧରି ନ ଥିଲେ ଶିଶୁ ରୋଗୀ ଫେରିଯାଆନ୍ତି । ଅନ୍ୟାନ୍ୟ ଡାକ୍ତର ରୋଗୀ ଆସିବାର ଦେଢ଼ ଘଣ୍ଟା ପରେ ଡାକ୍ତର ଆସିଥାନ୍ତି ଧାଡିରେ ରୋଗୀ ଠିଆ ହୋଇଥାନ୍ତି । ସତେଯେପରି ଡାକ୍ତର ମାନେ ରୋଗୀଙ୍କୁ ଦୟା କରୁଛନ୍ତି ଡାକ୍ତର ମାନେ ଭୁଲିଯାଉଛନ୍ତି ଜେ ବାଲିଗୁଡା ଡାକ୍ତର ଖାନା ସରକାରୀ ଦାତବ୍ୟ ଡାକ୍ତରଖାନା ବୋଲି ।
