ଫୁସଫୁସ ରୋଗରେ ପୀଡିତ ଗିରିଧାରୀଙ୍କୁ ଅର୍ଥ ଅଭାବରୁ ହୋଇ ପାରୁନି ଚିକିତ୍ସା
ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ ବ୍ଲକ ରାଜେନ୍ଦ୍ର ପୁର ପଞ୍ଚାୟତ ର ସାରୋ ଗାଁର ଗିରିଧାରୀ (22)ଙ୍କ ଅର୍ଥ ଅଭାବରୁ ହେଇ ପାରୁନି ଚିକିତ୍ସା।
ଗିରିଧାରୀ ଦାଦନ ଖଟିବାକୁ ବାଙ୍ଗାଲୋର ଚାଲିଯାଇଥିଲେ । କିଛି ଦିନ ପରେ ଦେହ ଅସୁସ୍ଥ ହେବାର ଲାଗିଲା । କିଛି ଯୁବକ ଗିରିଧାରୀଙ୍କୁ ଆଣି ଘରେ ଛାଡି ଦେଇ ଚାଲିଯାଇଥିଲେ ।
ଗିରିଧାରୀଙ୍କୁ ତାଙ୍କ ମା ନେଇ ଭଦ୍ରକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇ ଯାଇଥିଲେ ଡାକ୍ତର ତାଙ୍କୁ ଟିଭି ରୋଗ ହେଇଛି ବୋଲି କହିଥିଲେ ।
ଗିରିଧାରୀଙ୍କ ମା କିଛି ଓପାୟ ନ ପାଇ ଘରକୁ ନେଇ ଆସିଥିଲେ । ଆଶା କର୍ମୀ ଙ୍କ ସହ ଯୋଗା ଯୋଗ କଲାପରେ ଆଶା ଦିଦି ମେଡିସିନି ଦେବା ଫଳରେ ଗିରିଧାରୀ ଙ୍କ ଦେହ ସୁସ୍ଥ ହେବାରେ ଲାଗିଲା, ଆଠ ଦଶ ଦିନ ଗଲାପରେ ଗିରିଧାରୀଙ୍କ ଛାତିର ଯନ୍ତ୍ରଣା ବଢିବା ସହ କାଶ ଲାଗିରହିଲା ।
ତାଙ୍କ ଦେହ ଖରାପ ଜଣା ପଡିବାରୁ ତାଙ୍କୁ ଭଦ୍ରକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆ ଯାଇଥିଲା l ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଉତ୍ତମ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଗଲା,
ହେଲେ ସେଠିବି ନିରାଶ ହୋଇ ଫେରିଲେ ଗିରିଧାରୀ, ପରେ ଏମ୍ସ ରେ ଭର୍ତି କରାଗଲା, ତାଙ୍କର କୋଭିଟ ରିପୋଟ ଯେ ହେତୁ ଆସି ନଥିଲା ସେଥି ପାଇଁ ତାଙ୍କୁ ବିଳମ୍ବରେ ଆଡିମିଶନ କରାଗଲା ।
ଏବଂ ଅନେକ ଟେଷ୍ଟ କରିବା ପରେ ଜଣା ପଡ଼ିଲା କି ଗିରିଧାରୀ ର ଫୁସଫୁସ ଟି ସମ୍ପୂର୍ଣ ନଷ୍ଟ ହେଇ ଯାଇଛି। ଗିରିଧାରୀଙ୍କ ଫୁସଫୁସ ପ୍ରତି ରୂପଣ ପାଇଁ ତିରିଶି ରୁ ପଚାଷ ଲକ୍ଷ ଲାଗିବ ବୁଲି କହିଥିଲେ ଏମ୍ସ ଡାକ୍ତର ।
ଏବଂ ତାଙ୍କ ପରିବାର ର ଏକ ମାତ୍ର ପୁଅ ଗିରିଧାରୀ ରୋଜଗାର କ୍ଷମ ଥିଲେ । ସେଥିପାଇଁ ତାଙ୍କ ମା ନିରାଶ ହୋଇ ପଡିଛନ୍ତି । ଏବଂ ସାରୋ ଗ୍ରାମର ଗ୍ରାମବାସୀ ମାନେ ପ୍ରଶାସନ ସାହାଯ୍ୟ ନିମନ୍ତେ ଅନୁରୋଧ କରିଛନ୍ତି।
