ପିସିପିଏନଡ଼ିଟି ପରାମର୍ଶଦାତା କମିଟି ବୈଠକ

ଜଗତସିଂହପୁର, ତା ୦୨.୦୫.୨୦୨୫ : ଆଜି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ରେ ଜିଲ୍ଲା ସ୍ତରୀୟ ପିସିପିଏନଡ଼ିଟି ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକ ରେ ଜିଲ୍ଲାପାଳ ଅଧ୍ୟକ୍ଷତା କରି ଲିଙ୍ଗ ନିରୂପଣ କୁ କିଭଳି କଡାକଡି ଭାବରେ ରୋକାଯାଇପାରିବ ସେଥିପାଇଁ ଗୁରୁତ୍ଵା ଦେବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦେଶ ଦେଇଥିଲେ I ଏହି ବୈଠକରେ କାର୍ଯ୍ୟକ୍ଷମ ଥିବା ପଞ୍ଜିକୃତ ଅଲ୍ଟ୍ରାସାଉଣ୍ଡ କ୍ଲିନିକ ଗୁଡିକର ସମୀକ୍ଷା କରାଯାଇଥିଲା I ବୈଠକରେ ନୂତନ କ୍ଲିନିକ ପଞ୍ଜୀକରଣ ଓ ନବୀକରଣ ପାଇଁ ଆବେଦନ ହୋଇଥିବା ଦରଖାସ୍ତ ଗୁଡିକ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା I ବୈଠକରେ ପୂର୍ବ ବୈଠକର ବିବରଣୀ ଉପରେ ଆଲୋଚନା କରାଯାଇଥିଲା I ଜିଲ୍ଲା ରେ ଲିଙ୍ଗ ଅନୁପାତ ଅର୍ଥାତ ୧୦୦୦ ପୁଅ ରେ ଝିଅଙ୍କ ସଂଖ୍ୟା (ଜନ୍ମ ସମୟ ) ୮୬୨ ରହିଛି .I ଜଗତସିଂହପୁର ଜିଲ୍ଲା ଏକ ଉପକୂଳବର୍ତ୍ତୀ ଏବଂ ଶିକ୍ଷିତ ଜିଲ୍ଲା ହେବI ସତ୍ତ୍ୱେ ମଧ୍ୟ ଏହାର ଲିଙ୍ଗ ଅନୁପାତ ବହୁତ କମ ରହିଥିବାରୁ ଜିଲ୍ଲାପାଳ ଉଦବେଗ ପ୍ରକାଶ କରିଥିଲେ I ଏହାକୁ ବଢାଇବା ପାଇଁ ଏବଂ ଜନସଚେତନତା ସୃଷ୍ଟି ପଦକ୍ଷେପ ନେବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦେଶ ଦେଇଥିଲେ I ଜିଲ୍ଲା ରେ ଥିବା ଆଶାକର୍ମୀ ମାନଙ୍କୁ ଜନସଚେତନତା କାର୍ଯ୍ୟରେ ନିୟୋଜିତ କରିବା ଏବଂ ସେ ଦିଗରେ ସେମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ I ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦ୍ୱାରା ତନଖି ହୋଇଥିବା ଅଲ୍ଟ୍ରାସାଉଣ୍ଡ କ୍ଲିନିକ ସେଥିମଧ୍ୟରୁ ଦୁଇଟି କାର୍ଯ୍ୟକ୍ଷମ ଅଲ୍ଟ୍ରାସାଉଣ୍ଡ କ୍ଲିନିକଏବଂ ଗୋଟିଏ ବନ୍ଦ ହୋଇଯାଇଥିବା କ୍ଲିନିକର ତନଖି ରିପୋର୍ଟ ଜିଲ୍ଲପାଳ ତର୍ଜମା କରିଥିଲେ Iତନଖି କାର୍ଯ୍ୟ ନିୟମିତ ଭାବରେ ଜାରି ରଖିବାକୁ ନିର୍ଦେଶ ଦେଇଥିଲେ Iବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଶତ୍ରୁଘ୍ନ ଦାଶ ସ୍ୱାଗତ ଭାଷଣ ଦେଇଥିଲେ I ବୈଠକରେ ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ ) ଡା ପ୍ରମୋଦ କୁମାର ବାରିକ , ଜନ ସ୍ୱାସ୍ଥ୍ୟ ଅଧିକାରୀ (ମେଡିକାଲ )ତଥା ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ଡା ସରୋଜ କୁମାର ଜେନା , ଶିଶୁରୋଗ ବିଶେଷଜ୍ଞ ଡା ରାଜେଶ ମହାନ୍ତି ,ସରକାରୀ ଆଇନ ପରାମର୍ଶଦାତା ଶ୍ରୀ ସଲିଲ କୁମାର ଘୋଷ , ସମାଜ ସେବୀ ଡା ଜ୍ୟୋତିର୍ମୟୀ ମହାନ୍ତି , ବେସରକାରୀ ସଂଗଠନ ଆଶ୍ରା ର ସେକ୍ରେଟେରୀ ଶ୍ରୀ ଅଜୟ ଖୁଣ୍ଟିଆ ଏବଂ ନୂତନ ଭାବରେ ଯୋଗ ଦେଇଥିବା ଡ଼ି ପି ଏ ମ ସୋନାଲି ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ I ଶେଷରେ ଆସିଷ୍ଟାଣ୍ଟ ମ୍ୟାନେଜର ସ୍ୱସ୍ତି ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ I

Leave a Reply

Your email address will not be published. Required fields are marked *