କାକଟପୁର ଥାନା ପକ୍ଷରୁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ.
କାକଟପୁର- କଟକ ସହରରେ ଭସାଣି ସମୟରେ ଘଟିଥିବା ସମ୍ପ୍ରଦାୟିକ ପରିସ୍ଥିତିକୁ ନଜରରେ ରଖି ପୁରୀ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଧେଶକ୍ରମେ କାକଟପୁର ଅଂଚଳର ସମସ୍ତ ବୁଦ୍ଧିଜୀବୀ ମାନଙ୍କୁ ନେଇ ଆଜି କାକଟପୁର ଥାନାରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଅଛି । ଏହି ବୈଠକରେ ଅତିଥି ଭାବେ ଏସଡିପିଓ ନିମାପଡା ଶ୍ରୀ ଜନାର୍ଦନ ପାଢ଼ୀ, ଆଇଆଇସି ବସନ୍ତ କୁମାର ସାହୁ , ପଂଚାୟତ ସମିତି ଅଧ୍ୟକ୍ଷ ଶ୍ରୀଧର ନାୟକ ଓ କାକଟପୁର ଅଞ୍ଚଳର କେତେକ ପ୍ରମୁଖ ବୁଦ୍ଧିଜୀବୀମାନେ ଯୋଗ ଦେଇ ଅଂଚଳରେ ଶାନ୍ତି ,ମୈତ୍ରୀ ଓ ଭାତୃତ୍ୱ ଭାବ ପ୍ରତିଷ୍ଠା ସାଙ୍ଗକୁ ହିନ୍ଦୁ ଓ ମୁସଲିମଙ୍କ ମଧ୍ୟରେ ଭାଇଚାରା ଭାବ ରଖି ଚଳାଚଳ ହୋଇ ଶାନ୍ତି ବଜାୟ ରଖିବାକୁ ସମସ୍ତ ସଦସ୍ୟ ମାନେ ନିଜ ନିଜର ମତ ପରି ପ୍ରକାଶ କରିଥିଲେ । ପରିଶେଷରେ ଆମ କାକଟପୁର ଅଞ୍ଚଳରେ ଗୋମାତା ମାନଙ୍କୁ ସୁରକ୍ଷା ପାଇଁ କାକଟପୁର ପୋଲିସ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ ।
