ପୁରୀଠାରେ ଓଡ଼ିଶା ଠିକାଦାର ସଂଘ ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ ପଦମାତ୍ରା
ତା ୧୯.୦୨.୨୬ ରିଖ (ଗୁରୁବାର) ଅପରାକୁ ଘ.୪.୩୦ମି. ସମୟରେ ପୁରୀ ବଳଗଣ୍ଡି ସ୍ଥିତ ମାଜଣା ଜାଗା ଠାରୁ ଶ୍ରୀମନ୍ଦିର ସିଂହଦ୍ଵାର ପର୍ଯ୍ୟନ୍ତ ପୁରୀଇ ସମସ୍ତ ଠିକାଦାରମାନଙ୍କ ଆନୁକୂଲ୍ୟରେ ଆୟୋଜିତ ସରକାରଙ୍କ ଠିକା ନୀତି (Circular) ବିରୁଦ୍ଧରେ ଶାନ୍ତି ପୂର୍ବ ପ୍ରତିବାଦ ପଦଯାତ୍ରା ଏବଂ ପ୍ରଦୀପ ପ୍ରଜ୍ଜଳନ କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ଠିକାଦାର ମହାସଂଘର ସଭାପତି, ସମ୍ପାଦକ ଏବଂ ଅନ୍ୟ ପ୍ରତିନିଧୁଗଣ ଏବଂ ନିଖଳ ଓଡ଼ିଶା ଠିକାଦାର ମହାସଂଘର ସଭାପତି ଏବଂ ସମ୍ପାଦକ ଏବଂ ପ୍ରତିନିଧିଗଣ ଯୋଗଦାନ ପୂର୍ବକ ଉକ୍ତ ଶାନ୍ତିପୂର୍ଣ ପଦଯାତ୍ରା ଏବଂ ପ୍ରଦୀପ ପ୍ରଜ୍ଜଳନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ନିଜର ଆଭିମୁଖ୍ୟ ପ୍ରତିପାଦନ କରିବେ ।ଶାନ୍ତପୂର୍ଣ ପ୍ରତିବାଦ ପଦଯାତ୍ରା ଏବଂ ପ୍ରଦୀପ ପ୍ରଜ୍ଜ୍ଵଳନ ସମ୍ପର୍କରେ ଜଣାଇବାକୁ ଗହୁଁ ଗତ ଜାନୁଆରୀ ତା ୦୩. ୧. ୨୬ ରିଖରେ ଓଡ଼ିଶା ସରକାରଙ୍କ ଦ୍ଵାରା ଜାରି କରାଯାଇଥିବା ଠିକାକାର୍ଯ୍ୟର ପୂର୍ବ ଟେଣ୍ଡର ନିୟମ, ପଦ୍ଧତି ପରିବର୍ତନ କରି ନୂତନ ଢ଼ାଞ୍ଚାରେ ଅର୍ଥାତ 0% ରୁ All Limited % ପର୍ଯ୍ୟନ୍ତ ଠିକାଦାରମାନେ ଯେକୌଣସି କାର୍ଯ୍ୟ ପାଇଁ ଟେଣ୍ଡର ପକାଇପାରିବେ ।

ପୂର୍ବରୁ ତାହା ଏକ ନିର୍ଦ୍ଧିଷ୍ଟ ଅର୍ଥାତ ୧୪.୯୯% ଥିବା ସୁଳେ ଆମ୍ଭେମାନେ ଓଡ଼ିଶାର ସମୁହ ଠିକାଦାର ସରକାରଙ୍କୁ ଅନୁରୋଧ କରିଥିଲୁ ୧୪.୯୯% Less ପରିବରେ ଏହାକୁ Schedule of Rate ରେ ସୀମିତ ରଖାଯାଇ ଫଳରେ କାର୍ଯ୍ୟର ମାନ (Quality of Work) ଭଲ ହେବା ସହିତ କାର୍ଯ୍ୟଧାରା ଠିକ୍ ହେବ ।ବର୍ତମାନ ଆମ୍ଭେମାନେ ସରକାରଙ୍କର ନୂତନ ନୀତି ସମ୍ପର୍କରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଏବଂ ବିରୋଧ କରୁଅଛୁ । ସରକାରଙ୍କୁ ଆମ୍ଭମାନଙ୍କ ତରଫରୁ ବିନମ୍ର ନିବେଦନ ଲାଗୁ କରିଥିବା ନୂତନ ଟେଣ୍ଡର ନୀତି ନିୟମକୁ ପୁନଃ ସମୀକ୍ଷା ପୂର୍ବକ Schedule of Rate ରେ କାର୍ଯ୍ୟ ପରିପ୍ପଳନା କରିବା ପାଇଁ Circular ଜାରି କରାଯାଯାଉ । ନଚେତ୍ ଆମ୍ଭେମାନେ ଓଡ଼ିଶାର ସମୂହ ଠିକାଦାର ଆସନ୍ତା ତା ୨୦.୨.୨୬ ରିଖ ଠାରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ସରକାରଙ୍କ ବୈମାତ୍ମକ ମନୋଭାବ ପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯିବ ଏବଂ ଲୋୟର ପି.ଏମ୍.ଜି ଛକ ଠାରେ ସମସ୍ତ ଠିକାଦାରମାନେ ଏକତ୍ରୀତ ହୋଇ ଆଗାମୀ ଦିନର କାର୍ଯ୍ୟପନ୍ଥା ଗ୍ରହଣ ପୂର୍ବକ ସରକାରଙ୍କୁ ଦାବୀପତ୍ର ପ୍ରଦାନ କରାଯିବ ।
