ମୟୂର ଗୋଟା ୨୦୦୦ ଟଙ୍କା ଓ ମାଂସ ୬୦୦ ଟଙ୍କା
(ସୁନ୍ଦରଗଡ଼, କୁତ୍ରା ):-ଭାରତର ଜାତୀୟ ପକ୍ଷୀ ହେଉଛି ମୟୂର। ସାରା ଦେଶରେ ଏହା ଏକ ବିରଳ ପକ୍ଷୀ। ନିଜ ସୌନ୍ଦର୍ଯ୍ୟରେ ଅନ୍ୟକୁ ଆକୃଷ୍ଟ କରେ ଏହି ପକ୍ଷୀ। ଏହାର ସୌନ୍ଦର୍ଯ୍ୟକୁ ଦେଖିଲେ ନିଜ ମନ ନାଚି ଉଠେ। ମୟୂରକୁ ସୁରକ୍ଷା ଦେବା ପାଇଁ ବନ୍ୟା ସୁରକ୍ଷା ଅଧିନିୟମ ୧୯୭୨ ହିସାବରେ ତାର ପୂର୍ଣ୍ଣ ସଂରକ୍ଷଣ ଦିଆ ଯାଇଛି। କିନ୍ତୁ ଦୁଃଖ ଓ ବିଡମ୍ବନାର ବିଷୟ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଜଙ୍ଗଲରୁ ବର୍ତ୍ତମାନ ଜାଲ ପକାଇ ଶିକାରୀମାନେ ମୟୂର ଶିକାର କରି ଏହାର ମାଂସ ଓ ଗୋଟା ପକ୍ଷୀ ବିକ୍ରି କରିବାରେ ଲାଗି ପଡିଛନ୍ତି। ଏଥିରେ ଏକ ରାକେଟ କାମ କରୁଛି। ବଡ଼ଗାଁ ଫରେଷ୍ଟ ରେଞ୍ଜ ଅଞ୍ଚଳର ରଙ୍ଗାପାଟି ଜଙ୍ଗଲରୁ ଶିକାରୀମାନେ ଜାଲ ପକାଇ, ମୟୁର ଧରି ଗୋଟାକୁ ୧୫୦୦ଟଙ୍କା ରୁ ଆରମ୍ଭ କରି ୨୦୦୦ଟଙ୍କା ବିକୁଥିଲା ବେଳେ ଏହାକୁ ମାରି ତା ମାଂସ ୬୦୦ଟଙ୍କା କେଜି ପିଛା ବିକ୍ରି କରୁଥିବା ଦେଖାଦେଇଛି। ତଥାପି କିପରି ବନ କର୍ମଚାରୀ ବିଭାଗ ଚୁପ ଅଛି ସେ ନେଇ ସାଧାରଣରେ ବିଭିନ୍ନ ପ୍ରଶ୍ନ ଉଙ୍କିମାରିଛି।
