ପେକ୍ସ ସେକ୍ରେଟାରୀ ଙ୍କ ମନମାନି ଯୋଗୁଁ ହଇରାଣ ହେଉଛନ୍ତି ଚାଷୀ!
ପେକ୍ସ ସେକ୍ରେଟାରୀ ଙ୍କ ମନମାନି ଯୋଗୁଁ ହଇରାଣ ହେଉଛନ୍ତି ଚାଷୀ! ମାଲିଶିରା ପେକ୍ସ ରେ ଚାଷୀ ଙ୍କର ଆଧାର କାର୍ଡ ଲାଇନ !!
ମୁରିବାହାଲ, ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଅଞ୍ଚଳ ରେ ଚାଷୀ ଙ୍କ ପାଇଁ ୟୁରିଆ ସାର ର ଘୋର ଅଭାବ ଦେଖିବାକୁ ମିଳିଛି ! ମୁରିବାହାଲ ବ୍ଲକ ରେ କେତେକ ପେକ୍ସ କୁ ୟୁରିଆ ସାର ଆସିଥିବା ଜାଣି ଭୋର ସକାଳୁ ସକାଳୁ ଚାଷୀ ମାନେ ପେସ୍କ କୁ ଆସି ଗୋଟେ ବସ୍ତା ୟୁରିଆ ସାର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଭିଡ଼ ହୋଇଥିବା ଦେଖିବାକୁ ମିଳିଛି ! ଚଳିତ ବର୍ଷ ବିଳମ୍ବିତ ବର୍ଷା ଯୋଗୁଁ ଚାଷୀ ମାନେ ବହୁ ବିଳମ୍ବରେ ଧାନ, କପା ତଥା ଖରିଫ ଫସଲ ଚାଷ ମାନ କରିଛନ୍ତି ! ବ୍ଲକ ଅଞ୍ଚଳ ରେ ବର୍ଷା ଆରମ୍ଭ ରୁ ୟୁରିଆ ସାର ର ଘୋର ଅଭାବ ଦେଖିବାକୁ ମିଳିଥିବା ବେଳେ ଅତି କମ ସାର ଯୋଗାଣ ଯୋଗୁଁ ବେଆଇନ ଭାବେ ଗଚ୍ଛିତ ରଖିଥିବା କିଛି ଅବ୍ୟବସାୟୀ ମାନେ ସରକାରୀ ଧର୍ଯ୍ୟ ଦର ଠାରୁ ବହୁ ଗୁଣା ଦର ରେ ବିକ୍ରି କରୁଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି ! ଠିକ ସେହି ପରି ଆଜି ମୁରିବାହାଲ ବ୍ଲକ ର ମାଲିଶିରା ପେକ୍ସ ଠାରେ ୟୁରିଆ ସାର ପାଇଁ ଗତ ତିନି ଦିନ ଠାରୁ ଆଧାର କାର୍ଡ ଧରି ଚାଷୀ ମାନେ ସକାଳୁ ଆସି ହଇରାଣ ହେଉଥିବା ଅଭିଯୋଗ ହୋଇଛି ! ମାଲିଶିରା ପେକ୍ସ ର ସେକ୍ରେଟାରୀ ପିତାମ୍ବର ବାଗ ଚାଷୀ ମାନଙ୍କୁ କହିଥିଲେ କି ଗୁରୁବାର ଦିନ ସକାଳ ୧୦.୦୦ ସମୟ ରେ ୟୁରିଆ ସାର ବଣ୍ଟାଯିବ ବୋଲି ତେଣୁ ପାଖ ଅଂଚଳ ର ସମସ୍ତ ଚାଷୀ ଆଜି ସକାଳୁ ପେକ୍ସ ନିକଟରେ ଭିଡ ହେଇଥିବା ଦେଖା ଦେଇଥିଲା ! ପରେ ସେକ୍ରେଟାରୀ ପିତାମ୍ବର ବାଗ କହିଥିଲେ କି ଶନିବାର ଦିନ ଦିଆଯିବ ବୋଲି ତେଣୁ ଚାଷୀ ମାନେ ଉତ୍ୟକ୍ତ ହୋଇ ସେକ୍ରେଟାରୀ ଙ୍କ ମନମୁଖୀ କାର୍ଯ୍ୟ ଚାଲିଛି ବୋଲି ଚାଷୀ ମାନେ ଦାବୀ କରିଛନ୍ତି ! ମାଲିଶିରା ପେସ୍କ ରେ ଶତାଧିକ ଚାଷୀ ଥିବା ବେଳେ ପେକ୍ସ କୁ କେବଳ ୩୩୦ ବସ୍ତା ୟୁରିଆ ସାର ଆସିଛି ବୋଲି ସେକ୍ରେଟାରୀ କହିଛନ୍ତି ! ବ୍ଲକ ଅଞ୍ଚଳ ରେ ୟୁରିଆ ସାର ର ଅଧିକ ଆବଶ୍ୟକତା ରହିଥିବାରୁ ସରକାର ଙ୍କ ପକ୍ଷରୁ ଏହାର ଅଧିକ ଯୋଗାଣ ପାଇଁ ବ୍ଲକ ଅଞ୍ଚଳ ର ଚାଷୀ ମାନେ ଦୃଢ଼ ଦାବୀ କରିଛନ୍ତି !!
