ପିପୁଲ ଏମପାୱାର ମେଣ୍ଟ ଟ୍ରଷ୍ଟ ଭୁବନେଶ୍ୱର ତରଫରୁ ବାଲିକୁଦା ହାଇସ୍କୁଲ ଠାରେ ମେଗା ହେଲଥ କ୍ୟାମ୍ପ ଅନୁଷ୍ଠିତ
Date-26/1025*ପିପୁଲ ଏମପାୱାର ମେଣ୍ଟ ଟ୍ରଷ୍ଟ ଭୁବନେଶ୍ୱର ତରଫରୁ ଜଗସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକ୍ ଅନ୍ତର୍ଗତ ବାଲିକୁଦା ପଞ୍ଚାୟତର ବାଲିକୁଦା ସରକାରୀ ଉଇ ବିଦ୍ୟାଳୟର କ୍ୟାମ୍ପସ ପରିସରରେ ବୃହତ ମାଗଣା ସ୍ବାସ୍ଥ୍ୟ ଶିବିର କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିରକୁ ବାଲିକୁଦା ଏରସମା ନିର୍ବାଚମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସନ୍ନ ଜେନା ମୁଖ୍ୟ ଅତିଥି ରୂପେ ଯୋଗଦେବା ସହ ପ୍ରଦିପ ପ୍ରଜ୍ୱଳନ କରି ଶିବିରଟି ଉଦଘାଟନ କରିଥିଲେ। ଏବଂ ସମ୍ମାନିତ ଅତିଥି ଭାବେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧକ୍ଷ ଡକ୍ଟର ସୋରଜ କୁମାର ଜେନା, ବ୍ଳକ ଉନ୍ନୟନ ଅଧିକାରୀ ସାଗର

କୁମାର ନନ୍ଦ, ବାଲିକୁଦା ପଂଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ପ୍ରଧାନ, କେୟାର ହସ୍ପିଟାଲର ଭୁବନେଶ୍ଵର ର ହୃଦ୍ ରୋଗ ବିଭାଗ ର ମୁଖ୍ୟ ଡ଼କ୍ଟର ବିପିନ ବିହାରୀ ମହାନ୍ତି, MLHS, Bhilai ର ପୂର୍ବତନ ଉପନିର୍ଦେଶକ ଡ଼କ୍ଟର ଶ୍ରୀକାନ୍ତ ଚରଣ ସ୍ୱାଇଁ, aye ହସ୍ପିଟାଲ ଭୁବନେଶ୍ୱର ର ବରିଷ୍ଠ ଡ଼କ୍ଟର ଡ଼କ୍ଟର ବିଜୟ କୁମାର ମହାନ୍ତି, ଟ୍ରଷ୍ଟ ର ଅଧକ୍ଷ ଡ଼କ୍ଟର ପ୍ରୋବାଧ କୁମାର ମହାନ୍ତି, କୋଷାଧ୍ୟାକ ସୁଶାନ୍ତ କୁମାର ପଟ୍ଟନାୟକ ଅତିଥିଭାବେ ଯୋଗଦେଇ ଜନସାଧାରଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଯୋଗାଇଦେବ l ଏହି ଟ୍ରଷ୍ଟ ର ଆଭିମୁଖ୍ୟ ସେବା । ଆଜିର ଏହି ସ୍ୱାସ୍ଥ୍ୟ ଶିବିରରେ ପ୍ରାୟ ଦୁଇ ହଜାରରୁ ଅଧିକ ରୋଗୀ ଆସିଥିବା ବେଳେ ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ୱାରା ଚିକିତ୍ସା ଓ ପରାମର୍ଶ ଦିଆଯାଇଥିଲା । ଏହା ସହିତ ରୋଗୀମାନଙ୍କୁ ମାଗଣାରେ ଔଷଧ ସବୁ ବଣ୍ଟନ କରାଯlଇଥିଲା । ତେବେ ଏଭଳି କାର୍ଯ୍ୟକ୍ରମ କୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।
