ଗଣେଶ୍ବପୁର ପଞ୍ଚାୟତ ରେ ପାନୀୟ ଜଳ ଅଭାବ ହେତୁ ଗାଁ ଛାଡିବାକୁ ବସିଲେଣି ଲୋକେ
ଗୋପ :୭/୦୩/୨୫ ଗୋପ ବ୍ଲକ ର ୩୧ପଞ୍ଚାୟତ ମଧ୍ୟରୁ ସର୍ବ ବୃହତ ପଞ୍ଚାୟତ ଟି ହେଉଛି ଗଣେଶ୍ୱରପୁର ପଞ୍ଚାୟତ l ଏହାର ୱାର୍ଡ ସଂଖ୍ୟା ହେଉଛି ୨୪ଲୋକ ସଂଖ୍ୟା ହେଉଛି ୧୪ହାଜର ରୁ ଉର୍ଦ୍ଧ ହେଵ l ଲୋକ ସଂଖ୍ୟା ଓ ଅନ୍ୟାନ୍ୟ ଦୁଷ୍ଟି କୋଣରୁ ଗଣେଶ୍ୱରପୁର ପଞ୍ଚାୟତ ଟି ହେଉଛି ଉଚ୍ଚ ଶିକ୍ଷିତ ପଞ୍ଚାୟତ l ଶିକ୍ଷା ହାର ରେ ମଧ୍ୟ ପ୍ରଥମ ସରକାରୀ ଚାକିରିଆ କ୍ଷେତ୍ରରେ ବି ପ୍ରଥମ କିନ୍ତୁ ଦୁଃଖ ଓ ପରିତାପର ବିଷୟ ଟି ହେଉଛି ଠାରେ ବିଗତ ୪ ବର୍ଷ ହେଵ ପାଇନୀୟ ଜଳ ର ଉତ୍କଟ ଅଭାବ ପରିଲକ୍ଷିତ ହେଉଛି l ଯଦିଓ ଏହା କୁଶଭଦ୍ରା ଓ ଧନୁଆ ଏବଂ କାଦୁଅ ନଦୀ ର ପ୍ରଶବର୍ତ୍ତୀ ଅଞ୍ଚଳ ରେ ଅବସ୍ଥିତ ପଞ୍ଚାୟତ କିନ୍ତୁ କୌଣସି ନଦୀ ରେ ବିଗତ କିଛି ବର୍ଷ ହେଵ ବନ୍ୟା ପାଣି ନଥିବା ହେତୁ ମୃତ ଅବସ୍ଥାରେ ସମସ୍ତ ନଦୀ l ସେଥିପାଇଁ ପାଣିର ସ୍ତର ମଧ୍ୟ କମ ହେଉଥିବାରୁ ପାନୀୟ ଜଳ ର ସମସ୍ୟା କ୍ରମଶଃ ବୃଦ୍ଧି ପାଉଛି l ଗଣେଶ୍ୱରପୁର ପଞ୍ଚାୟତ ର ସରପଞ୍ଚ ପ୍ରଭାତ ବେହେରା କହିଛନ୍ତି ଆମ ପଞ୍ଚାୟତ ରେ ଗୋଟେ ବି ବସୁଧା ଜଳ ଯୋଜନାରେ ଓଭର ହେର୍ଡ ଟ୍ୟାଙ୍କ ନଥିବା ଫଳରେ ଆମେ ପାଇପ ଯୋଗେ ପିଇବା ପାଣି ପାଇବାରୁ ବଞ୍ଚିତ l ଅନେକ ଥର ସର୍ବେ ହୋଇଛି ସତ କିନ୍ତୁ ପାଣି ଟ୍ୟାଙ୍କୀ ନିର୍ମାଣ ହେଲାନାହିଁ l ପାଣି ର ସମସ୍ୟା ଆସିଲେ ଆମ ପଞ୍ଚାୟତ ରୁ ଶତକଡା ୩୫ଭାଗ ଲୋକ ଗୋପ ଓ ନିମାପଡା ଆଦି ଅଞ୍ଚଳ ଘର ଭଡା ନେଇ ରୁହନ୍ତି l ବର୍ଷା ଦିନ ହେଲେ ଗାଁ କୁ ଫେରନ୍ତି l ୱାର୍ଡ ମେମ୍ବର ଲିଖିତ ଅଭିଯୋଗ କଲେ ଆମେ ବ୍ଲକ ରେ ସୂଚିତ କରିବୁ ଆଉ ଟ୍ରାକ୍ଟର ଯୋଗେ ୱାର୍ଡ ଅନୁଯାଇ ପାଣି ଦେବୁ l ଆଗାମୀ ୧୭ ତାରିଖ ରେ ପଞ୍ଚାୟତ ବୈଠକ ରେ ଜଣାପଡିବ କେତେ କ ୱାର୍ଡ ପାଇଁ ଟ୍ରାକ୍ଟର ଯୋଗେ ପାଣି ଆବଶ୍ୟକ ପଡୁଛି l ଉକ୍ତ ପଞ୍ଚାୟତ ପାଇଁ ଭାର୍ଗବୀ ନଦୀ ରୁ ପାଇପ ଲାଇନ ରେ ପାନୀୟ ଜଳ ଆସିବାକୁ ଆଉ ଦେଢ଼ ବର୍ଷ ସମୟ ଲାଗିବ ବୋଲି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କହିଛନ୍ତି l ଗତ ସପ୍ତାହ ରେ ବନ୍ତୁଳି ଗାଁ ଠାରେ ବୃହତ ମେଗା ପାନୀୟ ଜଳ ର ଶିଳାନ୍ୟାସ କରିବା ଅବସରରେ ଶ୍ରୀମତୀ ପରିଡା କହିଥିଲେ l
