ଲୋକଙ୍କ ପିଇବା ପାଣି ସମସ୍ୟା ଦୂର କରିପାରୁନାହିଁ ପଂଚାୟତରାଜ ଓ ପାନୀୟ ଜଳ ବିଭାଗ

କଥାରେ ଅଛି ଜଳ ହିଁ ଜୀବନ!ମଣିଷ କୁ ବଞ୍ଚିବାକୁ ହେଲେ ଜଳ ନିହାତି ଆବଶ୍ୟକ!କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳ ହେଉ ଅଥବା ସହରାଞ୍ଚଳ ପ୍ରତ୍ୟେକ ସ୍ଥାନରେ ଲୋକଙ୍କ ପିଇବା ପାଇଁ ପାଣି ବିଭିନ୍ନ ଯୋଜନା ମାଧ୍ୟମରେ ପହଞ୍ଚାଇଥାନ୍ତି!କିନ୍ତୁ ଏଠାରେ ଏହାର ଓଲଟା!ବର୍ଷ ବର୍ଷ ଧରି ଲୋକେ ପାଣି ପାଇଁ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି କିନ୍ତୁ ପାନୀୟ ଜଳ ବିଭାଗ ଲୋକଙ୍କୁ ଭୁଆଁ ବୁଲେଇବାରେ ବ୍ୟସ୍ତ!ଗରିବ ନିରୀହ ଲୋକଙ୍କୁ ପାଣି ଯୋଗେଇ ଦିଆଯିବ ବୋଲି କହି ଗ୍ରାମ ଗୁଡିକରେ ପାଣି ପୋଇଣ୍ଟ, ପାଣି ପାଇପ ବିଛେଇ ଚୁପ ରହୁଛନ୍ତି!ଲୋକେ ଗ୍ରାମରେ ଥିବା ଗୋଟିଏ ଦୁଇଟି ନଳକୂପ ଉପରେ ଭରସା ରଖି ନିଜର ଶୋଷ ମେଣ୍ଟାଉଥିବା ଦେଖିବାକୁ ମିଳିଛି!ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବକୋଦା ପଂଚାୟତ ଅଧୀନରେ ଥିବା ଅମଲାଭଟା ଗ୍ରାମରେ!ଏହି ଗ୍ରାମରେ ବହୁ ଦିନ ହେଲା ବସୁଧା ଯୋଜନା ରେ ପାଣି ପାଇପ ବିଛେଇ ଛାଡିଦେଇଛି ପଂଚାୟତରାଜ ଓ ପାନୀୟ ଜଳ ବିଭାଗ!ଗ୍ରାମରେ ଗୋଟିଏ ନଳକୂପ ରୁ ପାଣି ଆଣି ନିଜ ନିତ୍ୟ କାର୍ଯ୍ୟ କରୁଛନ୍ତି ଗ୍ରାମବାସୀ!ଏଭଳି ଉମରକୋଟ ଅଞ୍ଚଳରେ ଅନେକ ଗ୍ରାମ ଅଛି ଯେଉଁଠି ପାଣି ର ସମସ୍ୟା ଦୂର ହୋଇପାରୁନାହିଁ!ଗ୍ରାମବାସୀ ବାରମ୍ବାର ସ୍ଥାନୀୟ ପ୍ରତିନିଧିଙ୍କୁ ଜଣେଇଲେ ସୁଦ୍ଧା କୌଣସି ସୁଫଳ ମିଳିପାରୁନାହିଁ!ଉମରକୋଟ ପଂଚାୟତ ରାଜ ଓ ପାନୀୟ ଜଳ ବିଭାଗ ର ଏସଡ଼ିଓ ବୁଢାରାମ ଗୁରୁ ଓ କନିଷ୍ଟ ଯନ୍ତ୍ରୀ ଶରତ ବେହେରା ଙ୍କୁ ଯେତେବେଳେ ଭେଟ ହେବାକୁ ଗଲେ ଆମେ ଫିଲଡରେ ଅଛୁ ବୋଲି କହନ୍ତି କିନ୍ତୁ ସେମାନେ କେଉଁ ଫିଲଡରେ ରହନ୍ତି ଏବଂ ଆଜି ପର୍ଯ୍ୟନ୍ତ କୌଣସି ଗ୍ରାମରେ ଠିକ ଭାବେ ପାଣି ର ସମସ୍ୟା ଦୂର କରିପାରୁନାହାନ୍ତି!ସେପଟେ ଅମଲାଭଟା ଗ୍ରାମବାସି ବାରମ୍ବାର ପାଣି ପାଇଁ ଅଭିଯୋଗ କଲେ କନିଷ୍ଟ ଯନ୍ତ୍ରୀ ଶରତ ବେହେରା ଲୋକଙ୍କ ଉପରେ ରାଗି ଯାଇ ଖରାପ ବ୍ୟବହାର ଦେଖାନ୍ତି, ସେମାନଙ୍କୁ ତୁ କିଏ ବୋଲି ଧମକ ଦିଅନ୍ତି ଏଭଳି ଅଭିଯୋଗ କରିଛନ୍ତି ଗ୍ରାମବାସୀ!ଏସବୁ ସହ୍ୟ କରି ନ ପାରି ଅମଲାଭଟା ଗ୍ରାମର ଶତାଧିକ ମହିଳା ହାତରେ ହାଣ୍ଡି, ଗରିଆ ଧରି ବ୍ଲକ ରେ ବିଡ଼ିଓ ଙ୍କ ଅଫିସ ସାମ୍ନାରେ ଧାରଣା ଦେଇ ବସିଥଲେ ଏବଂ ଯେତେଦିନ ପର୍ଯ୍ୟନ୍ତ ଗ୍ରାମରେ ପାଣି ସମସ୍ୟା ଦୂର ନ ହୁଏ ସେତେଦିନ ପର୍ଯ୍ୟନ୍ତ ଆମେ ବ୍ଲକ ରେ ବସି ରହିଥିବୁ ବୋଲି ଗ୍ରାମବାସୀ କହିଛନ୍ତି!ସେପଟେ କନିଷ୍ଟ ଯନ୍ତ୍ରୀ ଶରତ ବେହେରା ଉକ୍ତ ଗ୍ରାମକୁ ଯାଇ ବୋରିଙ୍ଗ ଖୋଳି ପାଣିରେ ବ୍ୟବସ୍ଥା ତୁରନ୍ତ କରାଯିବ ବୋଲି ଯହିଛନ୍ତି!ଏଭଳି କେତେ ଦିନ ଏହି ଜଳ ବିଭାଗ ଗରିବ ନିରୀହ ଲୋକଙ୍କୁ ଭୁଆଁ ବୁଲେଇବ? ଏପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ ରହିଛି!

Leave a Reply

Your email address will not be published. Required fields are marked *