ପିପୁଲ୍ସ ପ୍ରେସ୍ ଟ୍ରଷ୍ଟର ୬ଷ୍ଠ ବାର୍ଷିକୋତ୍ସବ ଅନୁଷ୍ଠିତ;ବିଭିନ୍ନ ବ୍ଯକ୍ତିତ୍ବ ସମ୍ବର୍ଦ୍ଧିତ।
ବ୍ରହ୍ମପୁର,୨୨/୦୩: ପିପୁଲ୍ସ ପ୍ରେସ୍ ଟ୍ରଷ୍ଟର ୬ଷ୍ଠ ବାର୍ଷିକ ଉତ୍ସବ ବ୍ରହ୍ମପୁର ସ୍ଥିତ Answer Academy ଠାରେ ଅନୁଷ୍ଠିତ ହୋଇ ଯାଇଛି । ବାର୍ଷିକୋତ୍ସବ ପ୍ରଥମ ଅଧିବେଶନରେ କବିତା ପାଠୋତ୍ସବରେ ବିଘ୍ନେଶ୍ୱର ସାହୁଙ୍କ ସଭାପତିତ୍ବ କରିଥିବା ବେଳେ ମୁଖ୍ଯ ଅତିଥି ଭାବେ ନିରଞ୍ଜନ ଶତପଥି,ବିଭାଗୀୟ ମୁଖ୍ଯ,ଆଞ୍ଚଳିକ ମହାବିଦ୍ୟାଳୟ,ଜଗନ୍ନାଥପ୍ରସାଦ, ଡ.ଲକ୍ଷ୍ମୀନାରାୟଣ ଦାଶ,ସମ୍ପାଦକ, ତ୍ରିଧାରା ସାହିତ୍ଯ ସଂସଦ,ଯୋଗ ଦେଇଥିବାବେଳେ କବିତା ସଂଯୋଜନା କରିଥିଲେ ଡ. ସ୍ବାତିଶ୍ରୀ ଦାଶ ଓ ଦେବାଶିଷ ସ୍ବାଇଁ । ୩୫ ରୁ ଉର୍ଦ୍ଧ୍ବ କବି ଓ କବୟତ୍ରୀ କବିତା ପାଠ କରିଥିଲେ। ଦ୍ବିତୀୟ ଅଧିବେଶନରେ ବାର୍ଷିକୋତ୍ସବ ପାଳନ ହୋଇଥିଲା। ବାର୍ଷିକୋତ୍ସବରେ ପିପିଟି ଅଧ୍ୟକ୍ଷା ଦେବସ୍ମିତା ମହାନ୍ତି ସଭାପତିତ୍ବ କରିଥିଲେ। ମୁଖ୍ଯ ଅତିଥି ଡ.ସୁରେନ୍ଦ୍ର ନାଥ ପାଣିଗ୍ରାହୀ, ଅବସରପ୍ରାପ୍ତ ପ୍ରଧ୍ଯାପକ,ମୁଖ୍ଯ ବକ୍ତା ଭାବେ ଡ.(ଇଁ)ସଞ୍ଜୟ କୁମାର ପଣ୍ଡା,ମୁଖ୍ଯ ସମ୍ପାଦକ,”ବୌଦ୍ଧ ଚକ୍ର”, ବିଶିଷ୍ଟ ଅତିଥି,ପ୍ରସାଦ ରାଓ,ବରିଷ୍ଠ ସାମ୍ବାଦିକ, ସମ୍ମାନିତ ଅତିଥି ମିହିର କାନ୍ତ ଶତପଥି, ଶିକ୍ଷାବିତ୍, ସମ୍ପାଦକ ସମରଜିତ୍ ମହାନ୍ତି,ଉପ ସଭାପତି ବିଘ୍ନେଶ୍ୱର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। “ଗଣ ମାଧ୍ୟମ ଓ କୃତ୍ରିମ ବୁଦ୍ଧିମତ୍ତା” ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଶ୍ରେଷ୍ଠ ସାମ୍ବାଦିକ ଭାବେ ବରିଷ୍ଠ ସାମ୍ବାଦିକ ପ୍ରସାଦ ରାଓ,ମାନ ପତ୍ର ସହିତ ୫୦୦୦ ଟଙ୍କାର ଚେକ୍ ପ୍ରଦାନ କରାଯାଇଥିବା ବେଳେ, ପିପିଟି ସାହିତ୍ୟ ସମ୍ମାନ ଡ.(ଇଁ)ସଞ୍ଜୟ କୁମାର ପଣ୍ଡା,ମୁଖ୍ଯ ସମ୍ପାଦକ “ବୌଦ୍ଧ ଚକ୍ର “ସମ୍ମାନିତ କରାଯାଇଥିଲା,ପିପିଟି ନବକଳିକା ସମ୍ମାନ ଜୁଏଲ ଶତପଥୀ,ପିପିଟି ସଂସ୍କୃତି ସମ୍ମାନ ରାଜେନ୍ଦ୍ର ପାତ୍ର । ୩୫ ଜଣ କବିଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା। “ବୌଦ୍ଧ ଚକ୍ର” ସଂସ୍କରଣକୁ ଉନ୍ମୋଚିତ କରାଯାଇଥିଲା । ପିପିଟି ପକ୍ଷରୁ ସହ ସମ୍ପାଦକ ନାରାୟଣ ମିଶ୍ର, ଏସ୍.ବିଜୟ ଲକ୍ଷ୍ମୀ,ସପ୍ନେଶ୍ବର ପାଣିଗ୍ରାହୀ, ଉମାଚରଣ ପଟ୍ଟନାୟକ, ଟି.ଶରତ କୁମାର ସୁବୁଦ୍ଧି,ସନ୍ତୋଷ କୁମାର ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାନା କରିଥିଲେ।
