ଶିଶୁ ମୃତ୍ୟୁ ପ୍ରସଙ୍ଗରେ ଧାରଣା, ପ୍ରତିଶ୍ରୁତି ପରେ ପ୍ରତ୍ୟାହାର
ଭଦ୍ରକ : ୨୫/୧୦:- ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧିନସ୍ଥ ନଗୁଆଁ ଗ୍ରାମ ନିଵାସୀ ବିକାଶ ଜେନାଙ୍କ ଶିଶୁ ପୁତ୍ରର ଦେହ ଖରାପ ଥିବା ଜାଣି ମଧ୍ୟ ଗତ ୧୫ ତାରିଖରେ ପରିବାର ଲୋକଙ୍କ ବିରୋଧ ସତ୍ତ୍ଵେ ସ୍ୱାସ୍ଥ୍ୟ କର୍ମୀମାନେ ନଗୁଆଁ ସ୍କୁଲରେ ପୋଲିଓ ଟୀକା ଦେଇଥିବା ଓ ଏହା ପରେ ଶିଶୁଙ୍କ ମୃତ୍ୟୁ ହେବାରୁ ଏହା ବିରୋଧରେ ଆଜି ଆଶୀର୍ବାଦ ସଂଗଠନର ଅଧକ୍ଷା ମଞ୍ଜୁଲତା ସ୍ୱାଇଁଙ୍କ ନେତୃତ୍ୱରେ ଗ୍ରାମବାସୀ ଭଦ୍ରକ ଏସପି ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଆସନ୍ତା ୭ ଦିନ ମଧ୍ୟରେ ନିୟମ ଅନୁଯାୟୀ ତଦନ୍ତ କରାଯିବ ବୋଲି ପ୍ରଶାସନ ପ୍ରତିଶୃତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଛି।
ରିପୋର୍ଟ :-ପୁନିଲ କୁମାର ସାମନ୍ତ।
