ଫୁଲେଇ ଫଗୁଣ — ୨
ଫୁଲେଇ ଫଗୁଣ — ୨
( ରାଗ — ବିଭାସ କେଦାର )
🖊️କବିରତ୍ନ ନୂତନ କୁମାର ବେହେରା
ଫୁଲେଇ ଫଗୁଣ ଟାଣି ନିଏ ମନ,
ତା’ ରୂପ ଲାବଣ୍ୟ ଅଗ୍ରେ ପାଏ ମାନ୍ୟ।
ବସନ୍ତେ ଉଚ୍ଛନ୍ନ ହୁଏ ତା’ ଯୌବନ,
ନୟନେ ସପନ ଦେଖେ ଘନ ଘନ।
ପ୍ରାଣର ସ୍ପନ୍ଦନ ହୁଏ ଉଚ୍ଚାଟନ,
ପ୍ରେମର କିରଣ ବୁଣେ ଅନୁକ୍ଷଣ।
ଦେଇ ଦରଶନ କରେ ଆକର୍ଷଣ,
ମଧୁର ଚୁମ୍ଵନ ତାର ପ୍ରତିଦାନ।
ଆସିଲେ ଫଗୁଣ ହସେ କୁଞ୍ଜବନ,
ମଧୁପ ଗୁଞ୍ଜନ ପ୍ରୀତି ସମ୍ମୋହନ।
ଶୋଭାର ଭୁବନ ଆମ୍ର ର କାନନ,
କୋଇଲି କୂଜନ ସୁମଧୁର ତାନ।
ମୃଦୁ ସମୀରଣ ପ୍ରୀତିର ଚନ୍ଦନ,
ଆଣେ ଶିହରଣ ଉଲ୍ଲସିତ ପ୍ରାଣ।
ଆକାଶରୁ ଜହ୍ନ ରୂପେଲି କିରଣ,
କରି ବିକିରଣ କରାଏ ପ୍ରବଣ।
ଫୁଲେଇ ଫଗୁଣ ମନ ଛନଛନ,
କରି ଅଭିମାନ ଖୋଜେ ପ୍ରିୟଜନ।
ସୁମନେ ସୁମନ ବାସ ବିତରଣ,
କରେ ରାତିଦିନ ଆଣେ ସୁଲଗନ।
କରି ତା’ ଆଘ୍ରାଣ ସଞ୍ଚରେ ଜୀବନ,
ପ୍ରେମେ ପ୍ରେମୀ ମନ ହୁଅଇ ମିଳନ।
ବସନ୍ତ ଫଗୁଣ କରି ସମ୍ଭାଷଣ,
ଦେଇ ଯେ ତୋରଣ କରନ୍ତି ଆହ୍ବାନ।
ହୋଲିର ପାର୍ବଣ ରଙ୍ଗରେ ରଙ୍ଗୀନ,
ଶ୍ରୀରାଧା ଶ୍ରୀକୃଷ୍ଣ ଯୁଗଳ ମିଳନ।
ଦର୍ଶନେ ପୂଜନ ପବିତ୍ର ନୟନ,
ଘୁଞ୍ଚଇ ଦୁର୍ଦ୍ଦିନ ଆସେ ସୁଦିନ।
ଫୁଲେଇ ଫଗୁଣ ବୁଣେ ତାର ଗୁଣ,
ରଖି ଜନ ମନ ଜଣାଏଁ ସମ୍ମାନ।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
‘ ନବସୃଜନ ‘ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ।
