ଫୁଲବାଣୀ ବନାନୀ କଳା ସଙ୍ଗମର ବିଶ୍ୱ ନାଟ୍ୟ ଦିବସ ପାଳିତ ।

ଫୁଲବାଣୀ , ଫୁଲବାଣୀ ସଦର ମହକୁମା ସ୍ଥିତ ବନାନୀ କଳା ସଙ୍ଗମ ର ଜୁବିଲି ହଲ ରେ ବିଶ୍ଵ ନାଟକ ଦିବସ ୨୦୨୫ ର ଅଳଚନ। ଚକ୍ର ଅନୁଷ୍ଠିତ ହୋଇଯାଇଛି ।ଏହିଠାରେ ସଭାପତି ଶ୍ରୀ ଅରୂପ କୁମାର ଜେନା ଙ୍କ ଅଧକ୍ଷତାରେ ଉକ୍ତ ବିଶ୍ୱ ନାଟକ ଦିବସ ପାଳନ ଅବସରରେ ସମ୍ପାଦକ ଶ୍ରୀ ସୁନୀଲ କୁମାର ପ ଟ୍ଟନାୟକ , ମୁଖ୍ୟ ଅତିଥିଭାବେ ଫୁଲବାଣୀ ଆଦିବାସୀ ଉର୍ନ୍ନୟନ ପ୍ରକଳ୍ପ ନିର୍ଧେଶକ ତଥା ଜଣେ ଦକ୍ଷ ପ୍ରଶାସକ ଶ୍ରୀ ଗଦାଧର ପାତ୍ର, ଯୋଗଦାନ କରିଥିବା ବେଳେ ସନମାନୀତ, ଅତିଥିଭାବେ ନାଟ୍ୟକାର ଲେଖକ ପଣ୍ଡିତ ଶ୍ରୀ ଅନନ୍ତ ଚରଣ ମିଶ୍ର, ବରିଷ୍ଠ ଆଇନଜୀବୀ , ସାହିତ୍ୟକ ଲେଖକ ଶ୍ରୀ ରବୀନ୍ଦ୍ର ମିଶ୍ର, ମିଡ଼ିଆ ଫୋରମ ସଭପତି ଶ୍ରୀ ସୂର୍ଯ୍ୟ ନାରାୟଣ ବେହେରା ବରିଷ୍ଠ ସାମ୍ୱାଦିକ ଶ୍ରୀ ପ୍ରଶାନ୍ତ କୁମାର ବେହେରା ସମେତ ବରିଷ୍ଠ ନାଗରିକ ମଞ୍ଚରେ ସଭାପତି ସମ୍ପାଦକ ତଥା ଅନ୍ୟ ସମସ୍ତ କଳାପ୍ରେମୀ ନାଟକ ପ୍ରେମୀ ଏହି ଆଲୋଚନା ଚକ୍ରରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ | ଏହି ସଭାରେ ବରିଷ୍ଟ ସାମ୍ବାଦିକ ଶ୍ରୀ ସନ୍ତୋଷ କୁମାର ଡିଗାଲ ସମେତ କନ୍ଧମାଳ ଜିଲ୍ଲାର ବରିଷ୍ଠ ଆଇନଜୀବୀ ତଥା ଲେଖକ, ସାହିତ୍ୟିକ, ଗାଳ୍ପିକ ତଥା ନାଟକ ନିଁର୍ଧେଶକ ଶ୍ରୀ ବିଜୟ କୃଷ୍ଣ ପଟନାୟକ ଙ୍କ ସହିତ ବରିଷ୍ଠ ନାଗରିକ ମଞ୍ଚରେ ସଭାପତି ସମ୍ପାଦକ ତଥା ଅନ୍ୟ ସମସ୍ତ କଳାପ୍ରେମୀ ନାଟକ ପ୍ରେମୀ ଏହି ଆଲୋଚନା ଚକ୍ରରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ | ମଂଚାସୀନ ବକ୍ତା ମାନେ ନାଟକ, ଆଜିର ନାଟକସମାଜ ଉପରେ ପଡୁଥିବା ପ୍ରଭାବ, ସଚେତନତା, ଦିଗଦର୍ଶନ ଦେଇଥାଏ ବୋଲି ପ୍ରକାଶ କରିଥିବା ବେଳେ ମୁଖ୍ୟ ଅତିଥି ତଥା ଦକ୍ଷ ପ୍ରଶାସକ ଶ୍ରୀ ଗଦାଧର ପାତ୍ର ନାଟକ ଓ କଳା ଉପରେ ସୁନ୍ଦର ଆଲୋଚନା କରିଥିଲେ, ଓ ନାଟକ ଦ୍ୱାରା ସମାଜ ର ଉପକାରିତା ଉପରେ ମଧ୍ୟ୍ୟ ପ୍ରକାଶ କରିଥିଲେ | ବିଶେଷ କଥା ହେଲା ମୁଖ୍ୟ ଅତିଥିଙ୍କ ଅଭିଭାଷଣ ରୁ ଜଣା ପଡିଲା କି ସେ ଜଣେ ଦକ୍ଷ ପ୍ରଶାସକ ସହିତ ଜଣେ ଲେଖକ, ସାହିତ୍ୟକ, ଓ ଜଣେ ଦକ୍ଷ କଳାକାର ମଧ୍ୟ୍ୟ ଏଥିରେ ଦ୍ୱିମତ ନାହିଁ, ଆଜିର ବିଶ୍ୱ ନାଟକ ଦିବସରେ ସେ ଏକ ସନ୍ଦେଶ ଦେଇଥିଲେ କି କଳା ସଂସ୍କୃତି ଲୋପ ପାଇଯାଉଥିବା ସ୍ରୋତରୁ ତାକୁ ବଞ୍ଚାଇ ରଖିବାକୁ ପଡିବ ଆଉ ଆଗାମୀ ଦିନରେ ସମାଜରେ କାଳପ୍ରତି ବା ଅନେକ କଳାକାର ସୃଷ୍ଟି କରିବାକୁ ଆଊହାନ କରିଥିଲେ ଓ ନିଜର ସୁନ୍ଦର ବକ୍ତବ୍ୟ ସମାପ୍ତ କରିଥିଲେ |

Leave a Reply

Your email address will not be published. Required fields are marked *