ଫୁଲବାଣୀ ନଗର ପ୍ରଶାସନପକ୍ଷରୁ ମୌଳିକ ସମସ୍ୟା ସମାଧାନ ପାଇଁ ପାଞ୍ଚଦଫା ଦାବୀ ପତ୍ର ପ୍ରଦାନ।
କନ୍ଧମାଳ ଜିଲ୍ଲା ଫୁଲବାଣୀ ତ୦୬/୦୩/୨୦୨୫ ଫୁଲବାଣୀ ପୌର ପରିଷଦର ବିପର୍ଯ୍ୟସ୍ତ ମୌଳିକ ସମସ୍ୟାର ସମାଧାନ ପାଇଁ ମିଳିତ ନାଗରିକ କମିଟି ପକ୍ଷରୁ ପଦ୍ମଚରଣ ସ୍ୱାଇଁଙ୍କପୌରୋହିତ୍ୟରେ ବନାନୀ କଳା ସଂଙ୍ଗମ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଆଗକୁ ଖରାଦିନ ଆସୁଥିବାରୁ ପିଲାସାଲକି ନଦୀର ସ୍ରୋତ ଶୁଖିଯାଉଥିବାରୁ ବିଭିନ୍ନ ୱ।ଡରେ ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଣ ପାଇଁ ବିଭାଗ ପକ୍ଷରୁ ସ୍ଥାୟୀ ପଦକ୍ଷେପ ଓ ସାମୟିକ ଜଳ ଯୋଗାଣ ପାଇଁ ପଦକ୍ଷେପ ନେବାକୁ ଲିଖିତ ଭାବେ ପ୍ରଶାସନକୁ ଅନୁରୋଧ କରାଯାଇଛି।ଭୂଗର୍ଭସ୍ଥ ଜଳସ୍ତର ବୃଦ୍ଧି ପାଇଁ ଜଳାଶୟ ପୁନରୁଦ୍ଧାର ପାଇଁ ପଦକ୍ଷେପ ନେବା ଜରୁରୀ।ସହରରେ ଦୀର୍ଘ ଦିନ ଧରି ଅବାଧ ଗାଇ ବିଚରଣ ନିୟନ୍ତ୍ରଣ ହୋଇ ପାରୁ ନଥିବାରୁ ଦୁର୍ଘଟଣା ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବା ନିତ୍ୟାନ୍ତ ଆବଶ୍ୟକ।ବଜାରର ପାଣି ନିଷ୍କାସନ ପାଇଁ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ବର୍ଷା ଦିନେ କୃତ୍ରିମ ବନ୍ୟା ସୃଷ୍ଟି ହେଉଛି।ଫୁଲବାଣୀ ସହରରେ ପାର୍କିଂ ପାଇଁ ଜାଗା ନଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ପୋଲିସ ରାସ୍ତା ଉପରୁ ସୁରକ୍ଷାଦୃଷ୍ଟି ରୁ ଗାଡି ହଟାଇବା କୁ ବାଧ୍ୟ ହଉଛି ।ଫୁଲବାଣୀ ସହରର ସୌନ୍ଦର୍ଯ୍ୟ କରଣ ପାଇଁ ବ୍ୟୁଟିଫିକେସନ କମିଟି ବୈଠକ ଦୀର୍ଘ ବର୍ଷ ଧରି ବସିନଥିବାରୁ ନଗରର ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ସିମେଣ୍ଟ ଦ୍ୱାରା ଗଛ ଗୁଡ଼ିକ ମୂଳ ରୁ ପ୍ଲାଷ୍ଟର କରିଦେଇଥିବାରୁ ସହରର ସୌନ୍ଦର୍ଯ୍ୟ ଶହ ଶହ ବର୍ଷର ଗଛ ଗୁଡିକ ମରିବାକୁ ବସିଲାଣି। ବଡ ପୋଖରୀ ୩ଟିର ପୁନରୁଦ୍ଧାର କରି ପିଲର ଦେଇ ଚାରିପଟ ହୁଡାକୁ ଓସାରିଆ କରି ଗାଡି ପାର୍କିଂ, ଫୁଡପାର୍କ ,,ଓଭରବ୍ରିଜ ଓ ନୌକା ବିହାର ଭଳି ସମନ୍ୱିତ ଯୋଜନା କାର୍ଯ୍ୟକାରୀ କରାଯାଉ। ଏହା ବ୍ୟତୀତ ଦକ୍ଷିଣ ଓଡିଶା ବିକାଶ ପରିଷଦରେ କନ୍ଧମାଳର ସାମିଲ ନେଇ ଆଲୋଚନା ହୋଇଥିଲା। ଏହିଅବସରେ ଡ, ଅରୁପ ଜେନା, ବିଜୟ ପଟ୍ଟନାୟକ ,ସୁନିଲ ପଟ୍ଟନାୟକ ନାୟକ ବିଜୟ ମହାନ୍ତି, ଉମେଶ ପାତ୍ର,ମଧୂସୁଦନ ସାହୁ, ଟି ପ୍ରଶନ୍ନ ବେହେରା,ରାଜଗୋପାଳ ପାତ୍ର ନବୀନ ପଣ୍ଡା, ପ୍ରଣବ ମଣ୍ଡଳ ପ୍ରମୁଖ ଉପସ୍ଥିତ ହୋଇ ଜିଲାପାଳ ଓ ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ୧୫ଦିନ ମଧ୍ୟରେ ପଦକ୍ଷେପ ନେବାକୁ ଲିଖିତ ଭାବେ ଅବଗତ କରାଯାଇଛି।
