ଫୁଲବାଣୀ ମେଡିକାଲ୍ କଲେଜ ରେ ଚଳିତ ବର୍ଷରୁ ହେବ ପାଠ ପଢା ।

କନ୍ଧମାଳ ତା ୦୫/୦୯/୨୦୨୫ ଫୁଲବାଣୀ,ଫୁଲବାଣୀ ସରକାରୀ ମେଡିକାଲ କଲେଜ ରେଅନୁମତି ପ୍ରଦାନ କରିଛନ୍ତି ଜାତୀୟ ଭେଷଜ ପଶିଷଦ ।ଚଳିତ ଶିକ୍ଷାବର୍ଷରୁ ୨୦୨୫-୨୦୨୬ ବର୍ଷ ପାଇଁ ୧୦୦ ଆସନ ଛାତ୍ର ଛାତ୍ରୀ ଗ୍ରହଣ ପାଇଁ ମିଳିଛି ଅନୁମତି । ସହର ଉପକଣ୍ଠ ତିଳକ ପଡା ଠାରେ ନିର୍ମିତ ଭେଷଜ ମହାବିଦ୍ୟାଳୟ ଜିଲ୍ଲା ସ୍ବାସ୍ଥ୍ୟ ସେବା ଜନିତ ସମସ୍ୟାକୁ ଦୂର କରିବା ବଲି ଆଶା କରାଯାଉଅଛି ।ଗତ ଜୁନ ୭ ତାରିଖରେ ମୁଖ୍ୟ ମନ୍ତ୍ରୀ ମହୋନ ଚରଣ ମାଝୀ ଉଦ୍ଘାଟନ କରିଥିଲେ ।କଲେଜ ପାଇଁ ଡି ନ ,ପ୍ରଫେସର୍ ଅଧ୍ୟକ୍ଷ,ଡାକ୍ତର ସମେତ ଅନ୍ୟାନ୍ୟ ନ ନିଯୁକ୍ତି ସରିଥିଲା ।ଗତ ମେ ମାସରେ ଜାତୀୟ ଭେଷଜ ପରିଷଦ କ୍ଷେତ୍ର ଅନୁଧ୍ୟାନ କରିଥିଲେ ।କିନ୍ତୁ ଅନୁମତି ଚିଠା ନ ମିଳିବାରୁ କଲେଜ ଖୋଲିବାର ଅ ନିଶ୍ଚିତ ତା ଦେଖାଦେଇଥିଲା ।ନିକଟରେ ସ୍ବାସ୍ଥ୍ୟ ମନ୍ତ୍ରୀ ଡ, ମୁକେଶ ମହା ଲିଙ୍ଗ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଂସଦ ସୁକାନ୍ତ ପାଣିଗ୍ରାହୀ,ପ୍ରମୁଖ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡା କୁ ଭେଟି ଅନୁମତି ପ୍ରଦାନ ପାଇଁ ଅନୁରୋଧ ଜଣାଇ ଥିଲେ ।ମଙ୍ଗଳବାର ଏନ ଏମ୍ ସି ଏହି ଅନୁମତି ପ୍ରଦାନ କରିଥିଲା ।ଖବର ପ୍ରସାରିତ ହେବାପରେ କନ୍ଧମାଳ ବାସୀଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି । ମୁଖ୍ୟ ମନ୍ତ୍ରୀ, ସ୍ବାସ୍ଥ୍ୟ ମନ୍ତ୍ରୀ ସାଂସଦ ଉଦ୍ୟମ ପାଇଁ ବିଭିନ୍ନ ମହଲରୁ ସାଧୁବାଦ୍ ଦିଆଯାଉଛି ।ଦୀର୍ଘ ଦିନ ପରେ ଏହି ସପ୍ନ ସାକାର ହଇଇଥିବାରୁ ପୂର୍ବତନ ନବୀନ ସରକାର, ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତ, ବିଭିନ୍ନ ଅନୁଷ୍ଠାନ ସମସ୍ତ ସଂଗଠନକୁ ସାଧୁବାଦ୍ ଦିଆଯାଉଛି ।

Leave a Reply

Your email address will not be published. Required fields are marked *