ପିନାକୀ ନାରାୟଣ ଦାସ ହେଲେ କଂଗ୍ରେସ ଦଳର ବ୍ଲକ୍ ସଭାପତି
ଏରସମା:ଏରସମା ବ୍ଲକ ୪ ନଂ ଜୋନ୍ ର ଜିଲ୍ଲାର ପରିଷଦ ସଭ୍ୟ ତଥା କଂଗ୍ରେସ ଦଳର ଦୃଢ ସଂଗଠକ ପିନାକୀ ନାରାୟଣ ଦାସଙ୍କୁକଂଗ୍ରେସ ଦଳର ଏରସମା ବ୍ଲକର ସଭାପତି ଭାବେ ମନୋନୀତ କରାଯାଇଛି।ରାଜ୍ୟ କଂଗ୍ରେସ ଦଳର ପିସିସି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସଙ୍କ ଅନୁମୋଦନ କ୍ରମେ ବ୍ଲକ୍ କଂଗ୍ରେସ ସଭାପତିକ ନାମଶ ଘୋଷଣା କରାଯାଇଥିଲା ଏହି ଘୋଷଣାରେ କଂଗ୍ରେସର ଏରସମା ବ୍ଲକ୍ ସଭାପତି ଭାବେ ଗୁରୁତ୍ୱପୂର୍ଣ୍ଣ ଦାଇତ୍ଵ ଦେଇଥିବାରୁ ଶ୍ରୀଯୁକ୍ତ ଦାସ ଅତ୍ୟନ୍ତ ଖୁସି ହେବା ସହିତ ପିସିସି ସଭାପତି ଓ ସମସ୍ତ ରାଜ୍ୟ ବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।ନିଜର ଦାଇତ୍ୱ ସଠିକ୍ ଭାବରେ ତୁଲାଇବା ସହିତ ଯୁବକମାନଙ୍କର ସମସ୍ୟା ଓ ଦଳର ସାଂଗଠନିକ କାର୍ଯ୍ୟ ଦକ୍ଷତା କିପରି ଆଗାମୀ ଦିନରେ ସୁଦୃଢ ହେବ ସେ ଦୀଗରେ କାମ କରିବେ ବେଲି ଶ୍ରୀଯୁକ୍ତ ଦାସ ପ୍ରକାଶ କରିଛନ୍ତି।ଏଇ ଭଳି ଗୁରୁ ଦାଇତ୍ୱ ରାଜ୍ୟ କଂଗ୍ରେସ ପକ୍ଷରୁ ପ୍ରଦାନ କରିଥିବାରୁ ଏରସମା ଓ ବାଲିକୁଦା ସମସ୍ତ ଅଞ୍ଚଳ ବାସୀଙ୍କ ତରଫରୁ ପିନାକୀ ନାରାୟଣ ଦାସଙ୍କୁ ଅଶେଷ ଅଶେଷ ଅଭିନନ୍ଦନ ଶୁଭେଚ୍ଛା ଜଣେଇବା ସହିତ କୃତଜ୍ଞତା ଜ୍ଞାପନ କରୁଛନ୍ତି।
