ପିପିଲି ଉପ ନିର୍ବାଚନ
ଡେଲାଙ୍ଗ ଉପ ନିର୍ବାଚନ ପରିପ୍ରେକ୍ଷୀରେ ଆଜି ପିପିଲି ବ୍ଲକର ଯଶୁଆପୁର ପଞ୍ଚାୟତର ବୁଦ୍ଧେଶ୍ୱର ମନ୍ଦିର ପ୍ରାଙ୍ଗଣରେ ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସ୍ଵର୍ଗତ ପ୍ରଦିପ ମହାରଥୀଙ୍କ ଆବର୍ତ୍ତମାନରେ ଡେଲାଙ୍ଗ ପିପିଲିରେ ଉପନିର୍ବାଚନରେ ତାଙ୍କର ସୁପୁତ୍ର ରୁଦ୍ର ମହାରଥୀ ପ୍ରାର୍ଥୀ ହୋଇଛନ୍ତି । ଡେଲାଙ୍ଗ ପିପିଲି ବାସି ନିଷ୍ପତ୍ତି କରିଛନ୍ତି ଶଙ୍ଖ ଚିହ୍ନରେ ଖଣ୍ଡିଏ ଭୋଟ ଦେବେ ସେ ଭୋଟ ଖଣ୍ଡିକ ଯିବ ଭାରତ ବର୍ଷର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ପାଖକୁ, ସେ ଭୋଟ ଖଣ୍ଡିକ ହେବ ଦିବଙ୍ଗତ ନେତା ମାହାରଥୀଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି, ସେ ଭୋଟ ଖଣ୍ଡିକ ଡେଲାଙ୍ଗ ଓ ପିପିଲି ବିକାଶ କୁ ଅଧିକ ଗତି ଦେବ। ଏହି କାର୍ଯ୍ୟକ୍ରମରେ ମୋ ସହିତ ପୁରୀ ଜିଲ୍ଲା ସଭାପତି ମହେଶ୍ୱର ମହାନ୍ତି, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ଉପାଧ୍ୟକ୍ଷ ବିଜୟ ନାୟକ ଓ ପ୍ରାର୍ଥୀ ରୂଦ୍ର ମହାରଥୀ ଉପସ୍ଥିତ ଥିଲେ ।

ଡେଲାଙ୍ଗ ପିପିଲି ଉପ ନିର୍ବାଚନ ପରିପ୍ରେକ୍ଷୀରେ ଆଜି ଡେଲାଙ୍ଗ ବ୍ଲକ ଗଡ଼ମୋଟରି ପଞ୍ଚାୟତ ଗଣ୍ଡପଡା ଗ୍ରାମର ଉଗ୍ରେଶ୍ୱର ମନ୍ଦିର ପ୍ରାଙ୍ଗଣ ଠାରେ ୩୦ ନମ୍ବର ବୁର୍ଥ ସ୍ତରୀୟ ମହିଳା ସମାବେଶ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ଓ ପ୍ରାର୍ଥୀ ରୂଦ୍ର ମହାରଥୀ ଉପସ୍ଥିତ ଥିଲେ ।
