23 ରେ ଶ୍ରୀମନ୍ଦିରରେ ରତ୍ନଅଳଙ୍କାର ସ୍ଥାନାନ୍ତକରଣ

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଚାଲିଥିବା ରତ୍ନଭଣ୍ଡାର ସବକମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଭିତର ଓ ବାହାର ରତ୍ନଭଣ୍ଡାରର ଅଳଙ୍କାର ସ୍ଥାନାନ୍ତରଣ ନେଇ ବିସ୍ତୃତ ଆଲୋଚନା ହୋଇଛି। ସବକମିଟି ନିଷ୍ପତ୍ତି ଅନୁଯାୟୀ ଚଳିତମାସ ୨୩ ତାରିଖ ମାହେନ୍ଦ୍ର ବେଳାରେ ଅସ୍ଥାୟୀ ରତ୍ନଭଣ୍ଡାର ଘରୁ ସ୍ଥାୟୀ ରତ୍ନଭଣ୍ଡାରକୁ ରତ୍ନଅଳଙ୍କାର ସ୍ଥାନାନ୍ତରିତ ହେବ । ସେହିଦିନ ଭୋର୍ ୪ ଟା ରେ ଶ୍ରୀମନ୍ଦିର ଦ୍ଵାର ଫିଟିବା ସହ ସକାଳ 7.17ରୁ 11.17 ମାହେନ୍ଦ୍ର ବେଳା ମଧ୍ୟରେ ଅଳଙ୍କାର ସ୍ଥାନାନ୍ତରଣ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ସେହିଦିନ ଭକ୍ତଙ୍କ ଦର୍ଶନ କଟକଣା ରହିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ସେପ୍ଟେମ୍ବର 23 ତାରିଖ ଦିନ ଅଳଙ୍କାର ସ୍ଥାନାନ୍ତରଣ ନେଇ ପାଳିଆ ସେବାୟତଙ୍କୁ ପାସ୍ ଦିଆଯିବ। ଅସ୍ଥାୟୀ ଖଟଶେଯ ଘର,ଓ ଚାଙ୍ଗଡ଼ା ଘରୁ ମୂଳ ବା ସ୍ଥାୟୀ ରତ୍ନଭଣ୍ଡାରକୁ ରତ୍ନ ଅଳଙ୍କାର ସ୍ଥାନାନ୍ତରିତ ହେବ ।ସ୍ଥାନାନ୍ତରଣ ଶେଷ ହେବା ପର୍ଯ୍ୟନ୍ତ ଦର୍ଶନ ଉପରେ ରହିବ କଟକଣା।କୌଣସି ଭକ୍ତ ନାଟମଣ୍ଡପ କିମ୍ବା ବେହରଣ ଦ୍ଵାର ପର୍ଯ୍ୟନ୍ତ ଯାଇପାରିବେ ନାହିଁ ।ପୂର୍ବରୁ ରାଜ୍ୟ ସରକାର ଗଠନ କରିଥିବା ଏସଓପି ବା ମାର୍ଗଦର୍ଶିକା ଆଧାରରେ ଏହି ସ୍ଥାନାନ୍ତରଣ ପ୍ରକ୍ରିୟା କରାଯିବ।ଏହି ସ୍ଥାନାନ୍ତରଣ ସମୟରେ ରତ୍ନଭଣ୍ଡାର ସବ କମିଟିର ସମସ୍ତ ୯ ସଦସ୍ୟଙ୍କ ସହ ପୂର୍ବରୁ ରାଜ୍ୟ ସରକାର କରିଥିବା ରତ୍ନଭଣ୍ଡାର ତଦାରଖ କମିଟିର ଦୁଇ ଜଣ ସଦସ୍ୟ ଉପସ୍ଥିତ ରହିବେ । ରତ୍ନଭଣ୍ଡାର ତଦାରଖ କମିଟିର କେଉଁ ଦୁଇ ଜଣ ସଦସ୍ୟ ରହିବେ ତାହା କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ନିଷ୍ପତ୍ତି ନେବେ । ଅସ୍ଥାୟୀ ରତ୍ନଭଣ୍ଡାର ଘରୁ ମୂଳ ବା ସ୍ଥାୟୀ ରତ୍ନଭଣ୍ଡାରକୁ ରତ୍ନ ଅଳଙ୍କାର ସ୍ଥାନାନ୍ତରଣ ସମୟରେ କେବଳ ଅଧିକୃତ ଓ ପାଳିଆ ସେବାୟତ ହିଁ ପ୍ରବେଶ କରିପାରିବେ ।ସେମାନଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଇ ଏସପିଙ୍କୁ ପ୍ରଦାନ କରାଯିବ।ସ୍ଥାନାନ୍ତରଣ ସମୟରେ ମହାପ୍ରଭୁଙ୍କ ନୀତିକାନ୍ତିରେ କୌଣସି ପ୍ରଭାବ ପଡିବ ନାହିଁ। ଯଦିଓ ଭକ୍ତ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିପାରିବେ ତେବେ ମହାପ୍ରଭୁଙ୍କ ଦର୍ଶନ ଆଦୌ ହେବ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ତେବେ ସ୍ଥାନାନ୍ତରଣ ପ୍ରକ୍ରିୟାର ଏକଘଣ୍ଟା ପୂର୍ବରୁ ଶ୍ରୀମନ୍ଦିରକୁ ଶୋଧ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ସେପଟେ ନାଟମଣ୍ଡପରେ ଧାଡି ଦର୍ଶନ ପାଇଁ ହୁଣ୍ଡି ସ୍ଥାନାନ୍ତର ପ୍ରକ୍ରିୟା ଉପରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ହୁଣ୍ଡି ସ୍ଥାନାନ୍ତର ନେଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିସାରିଛି। ଖୁବଶୀଘ୍ର ନାଟମଣ୍ଡପରେ ଧାଡି ଦର୍ଶନ ପରୀକ୍ଷାମୂଳକ ଭାବେ ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ତେବେ ରତ୍ନ ଅଳଙ୍କାର ଗଣତିମଣତି ଉପରେ ମଧ୍ୟ ମୁଖ୍ୟ ପ୍ରଶାସକ ପ୍ରତିକ୍ରିୟା ରଖିଛନ୍ତି। ରତ୍ନ ଅଳଙ୍କାର ଗଣତିମଣତି କେବେ ହେବ ସେନେଇ ପରିଚାଳନା କମିଟି ନିଷ୍ପତ୍ତି ନେବ। ତେବେ ଶେଷଥର ପାଇଁ 1978 ମସିହାରେ ରତ୍ନ ଅଳଙ୍କାର ଗଣତିମଣତି ହୋଇଥିବା ବେଳେ ତାହାର ତାଲିକା ସହ ମଧ୍ୟ ବର୍ତ୍ତମାନର ଅଳଙ୍କାର ମେଳକ କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ତେଵେ ସ୍ଥାନାନ୍ତରଣ ପ୍ରକ୍ରିୟା ସଂପୂର୍ଣ୍ଣ ହେବା ପରେ ଆଗାମୀ ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାର ଗଣତି ମଣତି ନେଇ ଆଲୋଚନା ହେବ ।ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରତ୍ନଭଣ୍ଡାର ସବ୍ କମିଟି ୟର ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ l

Leave a Reply

Your email address will not be published. Required fields are marked *