ଇଟାମାଟି ଯୁବ ସମାଜ ସେବୀ ଙ୍କ ଦ୍ୱାରା ବୃକ୍ଷ ରୋପଣ

74 ତମ ବନ ମହୋତ୍ସବ ଉପଲକ୍ଷେ ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ପ୍ରତି ସଚେତନତା ଉଦେଶ୍ୟ ରେ ଆଜି ଇଟାମାଟି ଯୁବ ସମାଜସେବୀ ଭାଇ ମାନ ଙ୍କ ଦ୍ୱାରା ବୃକ୍ଷରୋପଣ କରାଯାଇଛି | ବୃକ୍ଷ ରୋପଣ କରାଯିବା ସହିତ ” ଗଛ ଲଗାଅ ଜୀବନ ବଞ୍ଚାଅ ” , ପରିବେଶ ” ସୁରକ୍ଷା ଜୀବନ ରକ୍ଷା ” , ଇତ୍ୟାଦି ସ୍ଲୋଗାନ ଦେଇଛନ୍ତି | ଏକ ପୋଖରୀ ର ଚତୁଃପାର୍ଶ୍ଵ ରେ ବଉଳ, କଦମ୍ବ, ଜାମୁ , ଅଁଳା, ଏପରି 50 ରୁ ଉର୍ଦ୍ଧ ବୃକ୍ଷ ରୋପଣ କରାଯାଇଛି | ଗ୍ରାମ ର ଯୁବ ସମାଜସେବୀ ଅନନ୍ତ ସାହୁ, ପ୍ରଶାନ୍ତ କୁମାର ସାହୁ (ଲିଙ୍କନ), ସୁମନ୍ତ ପ୍ରଧାନ, ମନୋରଞ୍ଜନ ସ୍ୱାଇଁ, ସୁମିତ ଭାଇ, ବିଶ୍ୱଜିତ ଭାଇ, ଆଶିଷ ଭାଇ, ଦେବା ଭାଇ, ବିଦ୍ୟା ଭାଇ, ପିଣ୍ଟୁ ଭାଇ, ସଞ୍ଜୟ ବୀର ଙ୍କ ଦ୍ୱାରା ବୃକ୍ଷ ରୋପଣ କରାଯାଇଥିଲା | ଆଜି ର ଯୁବ ପିଢ଼ି ଙ୍କ କାର୍ଯ୍ୟ କ୍ରମ ଦେଖି ସ୍ଥାନୀୟ ଅଞ୍ଚଳରେ ଖୁବ ପ୍ରଶଂସା କରୁଛନ୍ତି |

Leave a Reply

Your email address will not be published. Required fields are marked *