ଶ୍ରାବଣ ମାସରେ ବଟ ବୃକ୍ଷ ରୋପଣ

ଶ୍ରାବଣ ମାସରେ ବଟ ବୃକ୍ଷ ରୋପଣ
କୋଣାର୍କ- ପବିତ୍ର ଶ୍ରାବଣ ମାସ ଦ୍ଵିତୀୟ ସୋମବାର ଅବସରରେ ଶୋଭା ଫାଉଣ୍ଡେସନ ପକ୍ଷରୁ ବାଲିଦୋକାନ ସ୍ଥିତ ବାବା ବଟେଶ୍ୱର ମନ୍ଦିର ପୀଠରେ ବଟ ବୃକ୍ଷ ରୋପଣ କରାଯାଇଛି। ପ୍ରକୃତିବନ୍ଧୁ ସାମ୍ବାଦିକ ଜ୍ଞାନ ରଞ୍ଜନ ବିଶ୍ଵାଳଙ୍କ ସହଯୋଗରେ ବାଲିଦୋକାନ ଅବସ୍ଥିତ ବଟ ଈଶ୍ୱର ବାବା ବଟେଶ୍ୱର ମହାଦେବଙ୍କ ନିମନ୍ତେ ପୀଠରେ ବଟ (ବର) ବୃକ୍ଷ ନଥିଲା। ଏଥିପାଇଁ ପୂଜାରୀଙ୍କ ପରାମର୍ଶ କ୍ରମେ ବଟ ବୃକ୍ଷ ରୋପଣ କରାଯାଇଛି। ବଟେଶ୍ୱର ମନ୍ଦିର ପୀଠରେ ଠାକୁରଙ୍କ ପୂଜାରୀ ମଧୁ ଭାଇନା ବୃକ୍ଷ ଦେବତାଙ୍କୁ ପୂଜାର୍ଚ୍ଚନା କରି ପ୍ରତିଷ୍ଠା କରିଥିଲେ। ସେହିପରି ବାଲିଦୋକାନ ତଳବଜାର ବ୍ୟାଙ୍କ ଛକ ନିକଟରେ ଥିବା ତ୍ରିନାଥ ମଣ୍ଡପ ନିକଟରେ ମଧ୍ଯ ବଟ ବୃକ୍ଷ ରୋପଣ କରାଯାଇଛି। ଶ୍ରଦ୍ଧାଳୁ ମାନଙ୍କୁ ଅମ୍ଳଜାନ ଓ ଛାୟା ପ୍ରଦାନ କରିବା ସହ ପରିବେଶ ସୁରକ୍ଷା ପାଇଁ ବଟ ବୃକ୍ଷ ଅତ୍ୟନ୍ତ ସହାୟକ ହେବ।

Leave a Reply

Your email address will not be published. Required fields are marked *