ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ବୃକ୍ଷରୋପଣ
୨୯/୭- ଆଜି ଦିନ ୧୨ଟା.୩୦ ସମୟରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ପୁରୀ ସଦର ବ୍ଲକ ହନ୍ତୁକ ପଞ୍ଚାୟତ ଖଜୁରି ଗୋରଡା ଓ ବାଣିଆକେରା ଗ୍ରାମ ଏବଂ କେରାଣ୍ଡିପୁର ପଞ୍ଚାୟତର କମାଶାସନ ଗ୍ରାମର ଗତେସ୍ଵର ମନ୍ଦିରଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜୁ ଜନତା ଦଳ ସାଧାରଣ ସମ୍ପାଦକ କାର୍ତ୍ତବିଜ୍ୟ ସ୍ଵାଇଁ, ସରପଞ୍ଚ ଅଜୟ କୁମାର ଜେନା, ସମିତି ସଭ୍ୟ ନିରଞ୍ଜନ ପ୍ରଧାନ ଓ ପଞ୍ଚାୟତ ସଭାପତି ବିଭୁତି ଜେନା, କେରାଣ୍ଡିପୁର ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ବିରବର ବେହେରା, ସମିତି ସଭ୍ୟ ରବିନ୍ଦ୍ର କୁମାର ସେଠୀ ଓ ପଞ୍ଚାୟତ ସଭାପତି ଇନ୍ଦ୍ରମଣି ବାରିକ୍ ଉପସ୍ଥିତ ଥିଲେ ।
