ସାଂସଦ ଖେଳ ମହୋତ୍ସବ ସେପ୍ଟେମ୍ବର ୨୧ରୁ
ସାଂସଦ ଖେଳ ମହୋତ୍ସବ ସେପ୍ଟେମ୍ବର ୨୧ରୁ
ପୁରୀ ୨୯/୮ କ୍ରିଡା ସୁସ୍ଥ ରହିବାକୁ ଏକ ଶ୍ରେଷ୍ଠ ପନ୍ଥା।ବିଭିନ୍ନ କ୍ରିଡା ଶୃଙ୍ଖଳା, ସୁସ୍ଥତା ଓ ନୀରୋଗ ର ମହୌଷଧି ସଦୃଶ୍ୟ।ସେଥିପାଇଁ ପ୍ରଧାନମନ୍ତ୍ରୀ ଖେଳକୁ ଗୁରୁତ୍ୱ ଦେଇ ସମଗ୍ର ଦେଶରେ ସାଂସଦ ଖେଳ ମହୋତ୍ସବ ର ଆୟୋଜନ ବ୍ୟବସ୍ଥା କରିଛନ୍ତି ବୋଲି ପୁରୀ ସାଂସଦ ଡା ସମ୍ବିତ ପାତ୍ର ସୂଚନା ଦେଇଛନ୍ତି।ଆଜି ପୁରୀ ତାଳବଣିଆ ଇଣ୍ଡୋର ଷ୍ଟାଡିୟମ ଠାରେ ପୁରୀ ଜିଲ୍ଲା ସ୍ତରୀୟ ଜାତୀୟ କ୍ରିଡା ଦିବସ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡା ପାତ୍ର ଉପସ୍ଥିତ ସମସ୍ତ କ୍ରିଡାବିତ ଙ୍କୁ ଶୁଭେଚ୍ଛା ଜଣାଇଥିଲେ।ଆମ ପାରମ୍ପରିକ କ୍ରିଡା କୁ ଆଗକୁ ନେବା ଓ ହଜି ଯାଉଥିବା କ୍ରିଡାର ପୁନରୁଦ୍ଧାର ପାଇଁ ଏହି ସାଂସଦ ଖେଳ ମହୋତ୍ସବ ଏକ ସୁନ୍ଦର ପଦକ୍ଷେପ।ସେପ୍ଟେମ୍ବର ୨୧ ତାରିଖ ଠାରୁ ଏହି ଖେଳ ପ୍ରତିଯୋଗିତା ମାଧ୍ୟମରେ ୮ ପ୍ରକାର ଖେଳକୁ ସାମିଲ କରାଯାଉଛି।ତେଣୁ କ୍ରିଡାବିତ ମାନେ ସାଂସଦ ଖେଳ ମହୋତ୍ସବ ପୋର୍ଟାଲ କୁ ଯାଇ ନାମ ପଞ୍ଜିକରଣ ପାଇଁ ଡା ପାତ୍ର ପରାମର୍ଶ ଦେଇଥିଲେ।ଏହି ଅବସରରେ ସାଂସଦ ଖେଳ ମହୋତ୍ସବ ର ଲିଫଲେଟ କୁ ଡା ପାତ୍ର ପ୍ରଦର୍ଶନ କରି କ୍ରିଡା ପ୍ରେମୀ ଙ୍କୁ ଉତ୍ସାହିତ କରିଥିଲେ।
