ଲୋକଙ୍କ ଜୀବନ ସହ ଖେଳ, ନିର୍ବାଚନ ସମୟର ପ୍ରତିଶୃତି ପାଣିର ଗାର, ଉଛୁଳା ନଦୀରେ ବେପରୁଆ ଢଙ୍ଗରେ ହେଉଛି ନଦୀ ପାରି
ଏ ଚିତ୍ର କୌଣସି ଉପାନ୍ତ ଅଂଚଳ ନୁହେଁ, ଏ ଚିତ୍ର ରାଜନୀତିର ବଡ଼ ବଡ଼ ଦିଗଜ ନେତାଙ୍କ ଭଦ୍ରକ ଜିଲ୍ଲା ମନ୍ତେଇ ନଦୀରେ ବାଲିଆପାଳ ଘାଟର ଦୃଶ୍ୟ। ଗତ କିଛି ଦିନ ମୁଣ୍ଡଳୀ ଠାରେ ଘଟି ଥିବା ଦୁର୍ଘଟଣାକୁ ଓଡିଶା ବାସି ଭୁଲି ନଥିବା ବେଳେ, ଏ ଚିତ୍ର ଦେଖିଲେ ପୁଣି ଏକ ବିପଦ କୁ ଆହ୍ୱାନ କଲା ଭଳି ଲାଗୁଚି। ସବୁ ଆଶ୍ଚର୍ଯ୍ୟର କଥା ହେଲା ଘାଟର ଗୋଟିଏ ପାର୍ଶ୍ୱ ପୂର୍ବତନ ଦୁଇ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ହରେକୃଷ୍ଣ ମହତାବ ଓ ନୀଳମଣି ରାଉତରାୟ ଙ୍କ ସହିତ ପୂର୍ବତନ ଜଙ୍ଗଲ ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ସ୍ବର୍ଗତ ବିଜୟ ଶ୍ରୀ ରାଉତରାୟଙ୍କ ନିର୍ବାଚନ ମଣ୍ଡଳୀ ଅଟେ। ବିଜୟଶ୍ରୀ ରାଉତ ରାୟଙ୍କ ପୁତ୍ର ଏବେ ମଧ୍ୟ ବିଧାୟକ ଅଛନ୍ତି। ନଦୀର ଅନ୍ୟ ପାର୍ଶ୍ଵଟି ବର୍ତମାନ ଶାସକ ଦଳର ଯୁବସଭାପତି ଓଡିଶା ର୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରିୟ ପାୱାରଫୁଲ୍ ନେତା ବ୍ୟମକେଶ ରାୟଙ୍କ ନିର୍ଵାଚନ ମଣ୍ଡଳୀ, ପ୍ରତି ଇଲେକ୍ସନ ଆସିଲେ ପୋଲ କରିବାର ପ୍ରତିଶୃତି ଦେଇ ନିର୍ବାଚନ ବୈତରଣୀ ପାର ହେଲାପରେ ଦେଇଥିବା ପ୍ରତିଶୃତି ପାଣିର ଗାର ପାଲଟି ଯାଏ, ବାସୁଦେବପୁର ଓ ଚାନ୍ଦବାଲି ଦୁଇଟି ବ୍ଲକର ଲୋକ ମୁଖ୍ୟ ତ ନିର୍ଭର କରନ୍ତି ଏହି ଡ଼ଙ୍ଗା ଉପରେ, ନା ଡ଼ଙ୍ଗା ରେଅଛି ଲାଇଫ ଜାକେଟ୍ ନା ଅଛି ଅତ୍ୟାଧୁନିକ ବ୍ୟବସ୍ଥା, ଖଣ୍ଡିଏ ଦଉଡି ସାଜୁଛି ଭରସା, ଦେଖିବାକୁ ବାକି ରହିଲା କେବେ ଭାଙ୍ଗିବ ସରକାରଙ୍କ ନିଦ । ଆଉ କେବେ ପୂରଣ ହେବ ସାଧାରଣ ଜଣଙ୍କ ପୋଲ ଉପରେ ଯିବାର ସ୍ବପ୍ନ।
ରିପୋର୍ଟ – ପୁନିଲ କୁମାର ସାମନ୍ତ।
