ଶିଶୁ ମହୋତ୍ସବରେ ନାଟକ ‘ରେବତୀ’ ଓ ‘ମା’ ଅଭିନିତ

କୁଜଙ୍ଗ-୧୪/୧୧-କୁଜଙ୍ଗ ସ୍ଥିତ ନ୍ୟାସନାଲ ସ୍କୁଲ ପରିସରରେ ଶିଶୁ ଦିବସ ଅବସରରେ ଶିଶୁ ମହୋତ୍ସବରେ କୁନି କୁନି ପିଲାମାନଙ୍କ ଦ୍ୱାରା ଦୁଇଟି ନାଟକ ଅଭିନିତ ହୋଇଯାଇଛି l ନ୍ୟାସନାଲ ସ୍କୁଲର ଛାତ୍ରଛାତ୍ରୀମାନେ ନାଟକ ରେବତୀ ଓ ସେଣ୍ଟ ଜାଭିଅର ପିଲାଙ୍କ ଦ୍ୱାରା ନାଟକ ମା ଅଭିନୟ ବେଶ ଆକର୍ଷଣିୟ ହୋଇଥିଲା l ଶତାଧିକ ପିଲାମାନେ ନାଟକ ସମେତ ବକ୍ତୃତା ,ସାଧାରଣ ଜ୍ଞାନ ,ନୃତ୍ୟ ,ସଂଗୀତ ଓ ଏକକ ଅଭିନୟ ପ୍ରତିଯୋଗିତାରେ ଭାଗ ନେଇଥିଲେ l ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମ ମିଶନର ଅଧ୍ୟକ୍ଷ କ୍ୟାପଟେନ ସଂଜୀବ କୁମାର ମୁଦୁଲି ଯୋଗଦେଇ ଉଦଘାଟନ କରିବା ସହ କହିଥିଲେ ଯେ , ଶିଶୁ ଦେଶର ଭବିଷ୍ୟତ l ଆଜି ମଞ୍ଚର ନାଟକ ନାରୀ ଶିକ୍ଷାକୁ ଗୁରୁତ୍ୱ ଦେଉଛି ଓ ଶିଶୁମାନେ ବଡ ମଣିଷ ହେବା ପରେ ବାପା ମା ଗୁରୁଙ୍କୁ କେବେବି ଭୁଲିବେନି l ଶିଶୁଙ୍କୁ ଉଚିତ ଦିଗ ଦର୍ଶନ ଦେବା ସହିତ ତାଙ୍କ ଭବିଷ୍ୟତ ଗଢିବାକୁ ବିଦ୍ୟାଳୟ ପ୍ରକୃତ କ୍ଷେତ୍ର କହିବା ସହ ଶିକ୍ଷକ ଶିକ୍ଷୟତ୍ରି ହିଁ ଏଥିନେଇ ସର୍ବଦା ତତ୍ପର ରହିବାକୁ ପରାମର୍ଶ ଦେଇଥିଲେ l ନ୍ୟାସନାଲ ସ୍କୁଲ ପ୍ରିନସିପାଲ ପ୍ରମିଳା ନନ୍ଦଙ୍କ ଅଧ୍ୟକ୍ଷତା ଆୟୋଜିତ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଜାଭିଅର ସ୍କୁଲ ପ୍ରିନସିପାଲ ସୁଧାକର ବିଶ୍ୱାଳ ଓ ସ୍କୁଲ ଚେୟାରମ୍ୟାନ ଡକ୍ଟର ରଘୁ ସାହୁ ବକ୍ତବ୍ୟ ପ୍ରଦାନ କରିଥିଲେ l ସ୍କୁଲ ଭାଇସ ପ୍ରିନସିପାଲ ସଞ୍ଜୟ ଓଝା ଧନ୍ୟବାଦ ପ୍ରଦାନ କରିଥିଲେ l ଶିକ୍ଷକ ଶିକ୍ଷୟତ୍ରିମାନେ ଉତ୍ସବ ପରିଚାଳନା କରିଥିଲେ l ବିଭିନ୍ନ ପ୍ରତିଯୋଗୀତାରେ ସଫଳତା ପାଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l

Leave a Reply

Your email address will not be published. Required fields are marked *