ମୌଳିକ ସମସ୍ୟା ଦୂର କରିବାକୁ ଗୋପାଳପୁର ଗ୍ରାମବାସୀମାନଙ୍କ ନିବେଦନ
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଅନ୍ତର୍ଗତ ଗୋପାଳପୁର ଶାସନ ପଞ୍ଚାୟତ ର ଦୀର୍ଘ ଦିନ ଧରି ରହିଥିବା ମୌଳିକ ସମସ୍ୟାକୁ ଦୂର କରିବାକୁ ସ୍ଥାନୀୟ ପ୍ରଶାସନ ତଥା ବିଭାଗୀୟ ଅଧିକାରୀଙ୍କ ନିକଟରେ ଦାବୀ କରିଛନ୍ତି ସୋରଡା ବ୍ଲକ ଅନ୍ତର୍ଗତ ଗୋପାଳପୁର ଶାସନ ଗ୍ରାମବାସୀ। ଗ୍ରାମ ମଧ୍ୟକୁ ଯାତାୟତ ନିମନ୍ତେ ରହିଥିବା ମୁଖ୍ୟ ରାସ୍ତା ମରଣ ଜନ୍ତା ପାଲଟି ଥିବା ବେଳେ ଅନ୍ୟାନ୍ୟ ରାସ୍ତାର ଅବସ୍ଥା ବିପର୍ଯ୍ୟୟ ଅବସ୍ଥାରେ ରହିଅଛି l ଗୋପାଳପୁର ଶାସନ ଗ୍ରାମରେ ବତି ଖୁଣ୍ଟ ଅଛି କିନ୍ତୁ ଆଲୋକ ଦେଖିବାକୁ ସ୍ବପ୍ନ ଯାହା ଫଳରେ ରାତ୍ରୀ ସମୟ ରେ ଗମନା ଗମନ ର ଅସୁବିଧା ନ କହିବା ଭଲ ଏଵଂ ପାନୀୟ ଜଳ ବଣ୍ଟନରେ ଅନିୟମିତତା ରହିଥିବା ଯୋଗୁଁ ଗୋପାଳ ପୁର ଗ୍ରାମ ବାସୀ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ଆଣିଛନ୍ତି ଗୋପାଳପୁର ଗ୍ରାମ ବାସୀ।

ବିଗତ ବହୁ ବର୍ଷ ସରକାର ଥିଲାବେଳେ ୨୦୧୬ ମସିହାରେ ଗ୍ରାମର ମୁଖ୍ୟ ରାସ୍ତା ମରାମତି କରଯାଇଥିବା ବେଳେ ଉନ୍ନତ ମାନର କାମ ହୋଇନଥିବାରୁ ଅଳ୍ପ ଦିନ ମଧ୍ୟରେ ତାହା ଭାଙ୍ଗି ଯାଇ ଖାଲ ଖମାରେ ପରିଣତ ହୋଇ ଯାଇଛି। ଯାହା ଫଳରେ ଗମନା ଗମନ ପାଇଁ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି l ଏହି ଭଳି ଗ୍ରାମ ରେ ମୌଳିକ ସମସ୍ୟା ରହିଛି l ଏହି ମୌଳିକ ସମସ୍ୟା କୁ ଦୂର କରିବା କୁ ବିଭାଗୀୟ ଅଧିକାରୀ ଓ ପ୍ରଶାସନ କୁ ଗୋପାଳପୁର ଶାସନ ଗ୍ରାମବାସୀ ମାନେ ନିବେଦନ କରିଛନ୍ତି l
