ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ପ୍ରଧାନମନ୍ତ୍ରୀ ଆପ୍ରେଣ୍ଟିସିପ ମେଳା ଅନୁଷ୍ଠିତ

ରାୟଗଡା-୨୦/୧()ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ରାୟଗଡାଠାରେ ପ୍ରଧାନମନ୍ତ୍ରୀ ଅIପ୍ପରେଣ୍ଟିସିପି ମେଳା -2025 ଅନୁଷ୍ଠିତ ହୋଇଯାଇଛି l ଏହି ମେଳାରେ 127ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ଏବଂ ଜିଲାର ପ୍ରାୟ 04 ଗୋଟି କମ୍ପାନୀ ଯୋଗଦାନ କରି 125 ଛାତ୍ର ଛାତ୍ରୀଙ୍କୁ ଚୟନ କରିଥିଲେ ଏହି ମେଳାରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ତତ୍ତ୍ୱମସୀ ମହାପାତ୍ର ,ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ, ରାୟଗଡା, ଶ୍ରୀ ଚିତ୍ତରଞ୍ଜନ ମଲିକ, ଏ. ଆଇ. ଓ,, ଡି. ଆଇ. ସି, ରାୟଗଡା ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଆପରେଣ୍ଟିସିପ ଏବଂ ଏହାର ଆବଶ୍ୟକତା ଉପରେ ଆଲୋକ ପାତ କରିଥିଲେ lଅନୁଷ୍ଠାନ ର ଅଧ୍ୟକ୍ଷ ଶ୍ରୀ ବିନୟ କୁମାର ବାସନ୍ତରାୟ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏଇ ମେଳା ରେ ନିମନ୍ତ୍ରିତ ଅତିଥି ମାନେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ| ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର ଛାତ୍ର ଛାତ୍ରୀ ମାନଙ୍କୁ କୁଶଳୀ ହେଇ ଆତ୍ମ ନିର୍ଭରଶିଳ ହେବାପାଇଁ ଆହ୍ୱାନ ଦେଇ ଉପାଦେୟ ବାର୍ତ୍ତା ପ୍ରଦାନ କରିଥିଲେ l ଅନ୍ୟ ଅତିଥି ବୃନ୍ଦ ସେମାନଙ୍କର ମୂଲ୍ୟବାନ ଅଭିଭାଷଣ ପ୍ରଦାନ କରିଥିଲେ l ଅନୁଷ୍ଟାନ ର ତାଲିମ ଅଧିକାରୀ ଶ୍ରୀଯୁକ୍ତ ନିଶିକାନ୍ତ ଶର୍ମା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶ୍ରୀ ସନ୍ତୋଷ କୁମାର ସାହୁ ମଂଚ ପରିଚାଳନା କରିଥିଲେ l ଅନୁଷ୍ଠାନ ର ସମସ୍ତ କର୍ମଚାରୀଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ସୁଚାରୁରୂପେ ସମ୍ପାଦନ ହୋଇଥିଲା।

ରିପୋର୍ଟ-ନୃସିଂହ ଚରଣ ବାରିକ

Leave a Reply

Your email address will not be published. Required fields are marked *