ମରଣଯନ୍ତା ପାଲଟିଛି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ।
ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ର ରେଢୁଆ ରୁ ଦେଢସର ଦେଉଳି ଗୋବିନ୍ଦା ପୋଖରୀ ରାସ୍ତାରେ ସରକାରୀ ଅର୍ଥ କେତେମାତ୍ରାରେ ଆତ୍ମସାତ ହେଉଛି ତାହା ସ୍ପଷ୍ଟ ବାରି ହୋଇପଡୁଛି । କେନ୍ଦ୍ର ସରକାର ଲୋକମାନଙ୍କ ଯାତାୟାତ ର ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ପ୍ରସ୍ତୁତ କରିଛନ୍ତି କିନ୍ତୁ ପ୍ରଶାସନ ର ଅବହେଳା ଯୋଗୁ କିପରି ରାସ୍ତାଟି ଅଳ୍ପ ଦିନରେ ନଷ୍ଟ ହେଉଛି ତାହାର ସ୍ପଷ୍ଟ ପ୍ରମାଣ ଏହି ରାସ୍ତା .କୋଟି କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ କରୁଥିବା ବେଳେ ଏହାର ରକ୍ଷଣା ବେକ୍ଷଣ ଅଭାବରୁ ରାସ୍ତା ଫାଟି ଆଁ କରୁଛି, ତିର୍ତ୍ତୋଲ ଗ୍ରାମ ଉନ୍ନୟନ ବିଭାଗ ଅଧିନରେ ଥିବା ଏହି ରାସ୍ତା ନିର୍ମାଣ ସମୟ ରେ ବିଭାଗୀୟ ଏସ୍ ଡି ଓ ଏବଂ ସହକାରୀ ଯନ୍ତ୍ରୀ ଅନୁପସ୍ଥିତିରେ ଠିକାଦାର ନିଜ ମର୍ଜିରେ କାର୍ଯ୍ୟ କରିଥିବାରୁ ଖୁବ୍ କମ୍ ଦିନରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡୁଛି । ପ୍ରତିଥର କାମ ହେବାର ତିନିମାସ ମଧ୍ୟରେ ଏହି ରାସ୍ତା ଫାଟି ଆଁ କରୁଥିବା ସ୍ଥଳେ ବିଭାଗୀୟ ଅଧିକାରୀ ମାନେ ଏହାର ସ୍ଥାୟୀ ପ୍ରତିକାର କରୁ ନାହାନ୍ତି ସତେ ଯେମିତି ଏହି ରାସ୍ତାଟି ନେଉଟିଆ କିଆରି ସଦୃଶ .ଏଥି ପ୍ରତି ଯେମିତି କାହାର ନିଘା ନାହିଁ ,ଯାହା ଫଳରେ ପ୍ରତିଦିନ ଏହି ରାସ୍ତା ଦେଇ ଯାତାୟତ କରୁଥିବା ହଜାର ହଜାର ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ପ୍ରଶାସନ ଏହି ରାସ୍ତାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ସହିତ ରାସ୍ତା ପ୍ରଶସ୍ଥୀ କରଣ କରିବା ପାଇଁ ସାଧାରଣରେ ଦାବୀ ହେଉଛି.ଯଦି ଏହି ରାସ୍ତା ନିର୍ମାଣ କାମ ତ୍ୱରାନ୍ୱିତ ନ ହୁଏ,ଏଥିପାଇଁ ଯାହା ଅସୁବିଧା ସୃଷ୍ଟି ହେବ ସେଥିପାଇଁ ପ୍ରଶାସନ ଦାୟି ରହିବେ ବୋଲି ଚେତାବନୀ ଦେଇଛନ୍ତି ଅଂଚଳବାସୀ.
ଜଗତ୍ସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ରୁ ମଳୟ କୁମାର ପାଣିଙ୍କ ରିପୋର୍ଟ
