ୱାଲ୍ଟର ରସେଲ୍‌ ମେଡଙ୍କ ନେତୃତ୍ୱାଧୀନ ଆମେରିକୀୟ ପ୍ରତିନିଧି ଦଳ ସହ ମତବିନିମୟ କଲେ ପ୍ରଧାନମନ୍ତ୍ରୀ

ୱାଲ୍ଟର ରସେଲ୍‌ ମେଡଙ୍କ ନେତୃତ୍ୱାଧୀନ ଆମେରିକୀୟ ପ୍ରତିନିଧି ଦଳ ସହ ମତବିନିମୟ କଲେ ପ୍ରଧାନମନ୍ତ୍ରୀ l ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ଓ୍ୱାଲ୍ଟର ରସେଲ୍‌ ମେଡ୍‌ଙ୍କ ନେତୃତ୍ୱାଧୀନ ଆମେରିକୀୟ ବିଚାରକ ଏବଂ ବ୍ୟବସାୟ ନେତୃବର୍ଗଙ୍କର ଏକ ପ୍ରତିନିଧି ଦଳ ସହ ମତବିନିମୟ କରିଛନ୍ତି।ଭାରତ-ଆମେରିକା ସମ୍ପର୍କକୁ ସୁଦୃଢ଼ କରିବା ଏବଂ ବିଶ୍ୱ ଶାନ୍ତି, ପ୍ରଗତି ଓ ସମୃଦ୍ଧି ପାଇଁ ଦୁଇ ଦେଶର ଭାଗିଦାରୀକୁ ଆଗେଇ ନେବା ଲାଗି ସେମାନଙ୍କର ଯୋଗଦାନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ।ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି; ‘‘ଓ୍ୱାଲ୍ଟର ରସେଲ୍‌ ମେଡ୍‌ଙ୍କ ନେତୃତ୍ୱାଧୀନ ଆମେରିକୀୟ ବିଚାରକ ଏବଂ ବ୍ୟବସାୟ ନେତୃବର୍ଗଙ୍କର ଏକ ପ୍ରତିନିଧି ଦଳ ସହ ମତବିନିମୟ କରିବା ଖୁସିର ବିଷୟ। ଭାରତ-ଆମେରିକା ସମ୍ପର୍କକୁ ସୁଦୃଢ଼ କରିବା ଏବଂ ବିଶ୍ୱ ଶାନ୍ତି, ପ୍ରଗତି ଓ ସମୃଦ୍ଧି ପାଇଁ ଦୁଇ ଦେଶର ଭାଗିଦାରୀକୁ ଆଗେଇ ନେବା ଲାଗି ସେମାନଙ୍କର ଯୋଗଦାନ ମୂଲ୍ୟବାନ।

Leave a Reply

Your email address will not be published. Required fields are marked *