ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ନେଇ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ
= । ଉକ୍ତ ସମ୍ମିଳନୀରେ ବିଜେପିର ଜିଲ୍ଲା ସଭାପତି ସୁବାସ ସାହୁ, ଉପ ସଭାପତି ରାମ ପlତ୍ର, ବରିଷ୍ଠ ଆଇନଜୀବି ଓ ବିଜେପି ନେତା ପୀତବାସ ପଣ୍ଡା, ସଂଯୋଜକ ସରୋଜ ସାବତ, ବ୍ରହ୍ମପୁର ଜୋନ ମିଡ଼ିଆ ସଂଯୋଜକ ସୁନିଲ କୁମାର ସାହୁଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ। ଏହି ବୈଠକରେ ଶାସକ ଦଳର ବିଭିନ୍ନ ଦୋଷ ତ୍ରୁଟିକୁ ସମାଲୋଚନା କରିବା ସହିତ ମୋଦି ଗ୍ୟାରେଣ୍ଟି ଉପରେ ଆଲୋଚନା କରା ଯାଇଥିଲା। ଟେବେ ମୋଦୀଙ୍କ ଗସ୍ତକୁ ନେଇ ବିଜେପି କାର୍ଯ୍ୟକାରିଣୀ ସଭାପତି ସୁବାସ ସାହୁ କହିଥିଲେ, ଆସନ୍ତା ଛଅ ତାରିଖ ପୂର୍ବାହ୍ନ 10 ଘଣ୍ଟା 05 ମିନିଟ ସମୟରେ ମୋଦି କନିଶି କାଶୀ ବିଶ୍ଵନାଥ ମନ୍ଦିର ପଛ ପାର୍ଶ୍ଵ ପଡ଼ିଆରେ ଆସି ପହଁହିବେ। ତାଙ୍କ ସହ ରାଜ୍ୟ ସଭାପତି ମନ ମୋହନ ସାମଲ ଆସିବା ନେଇ ବର୍ତମାନ ସୁଦ୍ଧା ସୂଚନା ପହଞ୍ଚିଛି। ଏଥିସହ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆସିଲେ ଆର୍ଥିକ କ୍ଷେତ୍ରରେ ଅନଗ୍ରସର ମହିଳା ମାନଙ୍କୁ 1000 ତାଙ୍କ ଭତ୍ତା, ଯୁବପିଢୀଙ୍କୁ ନିବେଶ ମାଧ୍ୟମରେ ରୋଜଗାରକ୍ଷମ କରାଯିବ, ମିନିମମ ସପୋର୍ଟ ପ୍ରାଇସ 3100 ହେବା ସହ 70ରୁ ଊର୍ଦ୍ଧ୍ବ ସମସ୍ତ ବୟସ୍କ ବ୍ୟକ୍ତିଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ବୋଲି ଉପସ୍ଥିତ ନେତା ମାନେ କହିଥିଲେ।
