ପିଏମଶ୍ରୀ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ପରିସରରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ପାଳିତ ।

ଗଣିଆ – ପିଏମଶ୍ରୀ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ପରିସରରେ ୭୬ ତମ ବନମହୋତ୍ସବ ପାଳିତ ହୋଇଯାଇଛି । ସାରା ରାଜ୍ୟରେ ଜୁଲାଇ ୧ ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ ବନମହୋତ୍ସବ ସପ୍ତାହ ପାଳନ କରାଯାଉଛି । ଏହି ଅବସରରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ନିହାର ବାଳା ରାଉତ ବୃକ୍ଷ ରୋପଣ କରିବା ସହିତ ଛାତ୍ର ଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ବୃକ୍ଷ ରୋପଣ କରିବାକୁ ପ୍ରବର୍ତ୍ତାଇ ଥିଲେ । ଗଛଟିଏ ଲଗାଇ ତାର ଯତ୍ନ ନେଲେ ସିଏ ବଡ଼ ହେବା ପରେ ମନୁଷ୍ୟ ସମାଜର କର୍ମରେ ଆସିବ ବୋଲି ସେ ପ୍ରକାଶ କରିଥିଲେ । ବିଦ୍ୟାଳୟ ପରିସରରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ କରି । ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସମସ୍ତେ ଗୋଟିଏ ଗୋଟିଏ ବୃକ୍ଷରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ପବିତ୍ର କୁମାର ବେହେରା, ସଶ୍ମିତା ମଣ୍ଡଳ, ସତ୍ୟଭାମା ସେନାପତି, ପ୍ରିୟବ୍ରତ ଦାଶ,ରାକେଶ କୁମାର ସାହୁ,ଦୀପକ କୁମାର ମହାରଣା, ଅମ୍ଳାନ ତପନ ରାଉତ,ବିରେନ ନାୟକ, ଜ୍ୟୋତିର୍ମୟୀ ମହାରଣା, ରିଙ୍କି ମଲ୍ଲିକ,କୈଶଲ୍ୟା ନାୟକ,ଉର୍ଜା ସାହୁଙ୍କ ସମେତ ବିଦ୍ୟାଳୟର ସ୍କାଉଟ୍,ଗାଇଡର ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମ ଟିକୁ ସଫଳ କରିବା ପାଇଁ ବନ୍ୟାଞ୍ଚଳ କର୍ମଚାରୀ ସହଯୋଗ କରିଥିଲେ ।

ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *