ଜଗନ୍ନାଥପୁର ହାଇସ୍କୁଲ ରେ ପିଏମ୍ ଶ୍ରୀ ଉତ୍ସବ
ଜଗନ୍ନାଥପୁର ହାଇସ୍କୁଲ ରେ ପିଏମ୍ ଶ୍ରୀ ଉତ୍ସବ।
ତିର୍ତ୍ତୋଲ:ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଜଗନ୍ନାଥ, ତିରଣ ରେ ବିଦ୍ୟାଳୟ ସ୍ତରୀୟ ପ୍ରଥମ ପିଏମଶ୍ରୀ ଉତ୍ସବ ଅନୁସ୍ଥିତ ହୋଇଯାଇଅଛି। ଏହି ଉତ୍ସବ ପାଳନ କରିବାର ମୁଖ୍ୟଉଦ୍ଦେଶ୍ୟ ହେଉଛି ଛାତ୍ର ଛାତ୍ରୀ ମାନେ ନିଜର ସୃଜନଶୀଳତା ,ଦକ୍ଷତା,ଜିଜ୍ଞାସା ପ୍ରତିପାଦନ କୁ ପ୍ରଦର୍ଶନୀ କରିବେ। ଏହା କେବଳ ଏକ ଉତ୍ସବ ନୁହେଁ ଛାତ୍ର ଛାତ୍ରୀ ମାନକୁ ପ୍ରେରଣା ଯୋଗାଇବା ଶସକ୍ତ କରିବା ସହିତ ନିଜ ନିଜର ଆଗାମୀ ଭବିଷ୍ୟତ ଜୀବନରେ ସ୍ବାବଲମ୍ବୀ ହେବ ପାଇଁ ଉତ୍ସାହିତ କରିବା। ଏହି ଉତ୍ସବରେ ମୋଟ୍ ତିନୋଟି ବିଭାଗର ୫୦ ରୁ ଉର୍ଦ୍ଧ୍ବ ଷ୍ଟଲ ପଡ଼ିଥିଲା।ପ୍ରଥମ ଆକଂଖି ମେଳା ରେ

ଇକୋଭେଶନ ଏକ୍ସପୋ @ ୨୦୩୬ ସବୁଜ ଓଡ଼ିଶା ଥିମରେ ୨୦୩୬ ରେ ମୋ ଓଡ଼ିଶା ,ସ୍ମାର୍ଟ ସିଟି ,ସ୍ମାର୍ଟ ଭିଲେଜ, ବଜ୍ୟବସ୍ତୁ ପରିଚାଳନା ଇତ୍ୟାଦି ଇନୋଭେଟି ଭ୍ ପ୍ରକଳ୍ପ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପ୍ରଦର୍ଶିତ ହୋଇଥିଲା।ଦିତୀୟ ବିଭାଗର ଆକଂଖି ଛାତ୍ର ପରିଷଦ ରେ ଚାରୋଟି କ୍ଳବ୍ କୌଶଳି, ବିଜ୍ଞାନ ,ସାହିତ୍ୟ ସୁଜନୀ,କ୍ରୀଡା ଘଂନ ମଧ୍ୟ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।ତୃତୀୟ ବିଭାଗର ଦୋକାନ ଯାତ୍ରା ରେ ବିଦ୍ୟାଳୟରେ ବଜାର,ଦିନିକିଆ ଉଦ୍ୟୋଗ, ହାତ ଖର୍ଚ୍ଚ ,ଆମ ବ୍ୟାଙ୍କ୍ ,ଯାଦୁ ପେଡ଼ି ଇତ୍ୟାଦି ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରକାର ହାତ ତିଆରି ସଜ୍ଜସଜ୍ଜା ଉପକରଣ, ହାତ ତିଆରି ଖାଦ୍ୟ ପ୍ରସ୍ତୁତି ଇତ୍ୟାଦି ପରିଦର୍ଶନ କରିବା ସହିତ ଛାତ୍ରଛାତ୍ରୀ ମାନେ ଜିନିଷ କିଣାବିକା ସମ୍ପର୍କରେ ନିଜର ଞାନ ଆହରଣ କରିଥିଲେ।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ତିର୍ତ୍ତୋଲ ଅତିରିକ୍ତ ତହସିଲଦାର କଳ୍ପନା ତପସ୍ଵିନୀ ନାୟକ, ବିଦ୍ୟାଳୟ ସଭାପତି ବିଶ୍ବମ୍ବର ମଲ୍ଲିକ, ମୁଖ୍ୟ ବକ୍ତା ହୃଦାନନ୍ଦ ସ୍ବାଇଁ ଙ୍କ ସମେତ ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସୁଶାନ୍ତ କୁମାର ନାୟକ, ସମିତି ସଭ୍ୟା ହମିଦା ବେଗମ,ପଞଶଖା ଶିକ୍ଷା ସେତୁ କମିଟିର ସଭାପତି ଜଗନ୍ନାଥ ଖଣ୍ଡୁଆଳ, ସମ୍ପାଦକ ପ୍ରମୋଦ କୁମାର ସାହୁ, ବାବାଜୀ ଚରଣ ନାୟକ,ଅଧ୍ୟାପକ ସଞୀବ କୁମାର ରାଉତ,ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ଜେନା ଙ୍କ ସମେତ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମରେ ଯେଉଁ ଛାତ୍ରଛାତ୍ରୀମାନେ ଭଲ ପ୍ରଦର୍ଶିତ କରିଥିବେ ସେମାନେ ଜିଲ୍ଲା ସ୍ତରୀୟ ପିଏମ ଶ୍ରୀ କାର୍ଯ୍ୟକ୍ରମରେ ଭାବନେବେ ବୋଲି ସୂଚନା ମିଳିଛି।
