୬ ମାର୍ଚ୍ଚରେ “କୃଷି ଏବଂ ଗ୍ରାମୀଣ ରୂପାନ୍ତରଣ” ଶୀର୍ଷକ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

୫ ମାର୍ଚ୍ଚ ୨୦୨୬: ପିଆଇବି ଦିଲ୍ଲୀପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୬ ମାର୍ଚ୍ଚ ୨୦୨୬ ରେ ସକାଳ ପ୍ରାୟ ୧୧:୧୫ ରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ “କୃଷି ଏବଂ ଗ୍ରାମୀଣ ରୂପାନ୍ତରଣ” ବିଷୟବସ୍ତୁ ଉପରେ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିବେ ।ଏହି ବିଷୟବସ୍ତୁ ଅନ୍ତର୍ଗତ, ଆଠଟି ଭିନ୍ନ ଭିନ୍ନ ୱେବିନାର ଅଧିବେଶନ ଆୟୋଜନ କରାଯାଉଛି, ଯେଉଁଥିରେ ଚାରୋଟି ପ୍ରମୁଖ କ୍ଷେତ୍ରକୁ ସାମିଲ କରାଯାଛି: (୧) କୃଷି (୨) ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ (୩) ମତ୍ସ୍ୟପାଳନ (୪) ଗ୍ରାମୀଣ ଜୀବିକା ।ଏହି ବଜେଟ୍ ପରବର୍ତ୍ତୀ ୱେବିନାରରେ କାଜୁ, ନଡ଼ିଆ, ଚନ୍ଦନ କାଠ, ଅଗର କାଠ, ବାଦାମ, ୱାଲନଟ୍ ଏବଂ ପାଇନ ନଟ୍ସ ଭଳି ଫସଲର କ୍ଷମତାକୁ ବିକଶିତ କରି ଉଚ୍ଚ-ମୂଲ୍ୟର କୃଷିକୁ ପ୍ରୋତ୍ସାହିତ କରିବା ଉପରେ ବିଶେଷ ଧ୍ୟାନ ଦିଆଯିବ । ଏହାଛଡା କୃଷି ପାଇଁ ଏଆଇ-ଚାଳିତ ଡିଜିଟାଲ ସାର୍ବଜନୀନ ଭିତ୍ତଭୂମି – ଭାରତ ଭିସ୍ତାର ଦ୍ୱାରା ପ୍ରଦାନ କରାଯାଇଥିବା ସୁଯୋଗ ଉପରେ ମଧ୍ୟ ଆଳୋଚନା କରାଯିବ । ଅଧିବେଶନଗୁଡିକରେ ପଶୁପାଳନ ମୂଲ୍ୟ ଶୃଙ୍ଖଳାରେ ଘରୋଇ କ୍ଷେତ୍ରର ନିବେଶ ଏବଂ ଔଦ୍ୟୋଗିକତା; ମତ୍ସ୍ୟପାଳନ ପାଇଁ ଜଳଭଣ୍ଡାର ଏବଂ ଅମୃତ ସରୋବରର ସମନ୍ୱିତ ବିକାଶ; ଉପକୂଳ ମତ୍ସ୍ୟପାଳନ ମୂଲ୍ୟ ଶୃଙ୍ଖଳାକୁ ସୁଦୃଢ଼ କରିବା ଏବଂ ଗ୍ରାମୀଣ ପରିବର୍ତ୍ତନ ପାଇଁ ସ୍ୱୟଂ ସହାୟକ ଉଦ୍ୟୋଗୀ-ବିପଣନ ସୁଯୋଗ (ସି-ମାର୍ଟସ୍‌) ମାଧ୍ୟମରେ ଗ୍ରାମୀଣ ମହିଳା ଉଦ୍ୟୋଗୀମାନଙ୍କ ଦ୍ୱାରା ପ୍ରସ୍ତୁତ ଉତ୍ପାଦ ନିମନ୍ତେ ବଜାର ପ୍ରବେଶ ବିସ୍ତାର କରିବା ଉପରେ ମଧ୍ୟ ଆଲୋଚନା କରାଯିବ ।

Leave a Reply

Your email address will not be published. Required fields are marked *