୩ ଜାନୁଆରୀରେ ଭଗବାନ ବୁଦ୍ଧଙ୍କ ସମ୍ବନ୍ଧିତ ପବିତ୍ର ପିପ୍ରାହୱାକୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

୩ ଜାନୁଆରୀରେ ଭଗବାନ ବୁଦ୍ଧଙ୍କ ସମ୍ବନ୍ଧିତ ପବିତ୍ର ପିପ୍ରାହୱା ଅବଶେଷର ଅର୍ନ୍ତଜାତୀୟ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀପିପ୍ରାହୱା ଅବଶେଷ ଭଗବାନ ବୁଦ୍ଧଙ୍କ ସହିତ ସିଧାସଳଖ ଜଡିତ ପ୍ରାଚୀନ ଏବଂ ଐତିହାସିକ ଭାବରେ ଗୁରୁତ୍ୱପୂର୍ଣ୍ଣ ଅବେଶଷ ମଧ୍ୟରୁ ଅନ୍ୟତମ‘ଦ ଲାଇଟ୍ ଆଣ୍ଡ ଦ ଲୋଟସ: ରିଲିକ୍ସ ଅଫ୍ ଦି ଆୱେକେନ୍‌ଡ ୱାନ’ ଶୀର୍ଷକ ଏହି ପ୍ରଦର୍ଶନୀ ଭଗବାନ ବୁଦ୍ଧଙ୍କ ଜୀବନ ସମ୍ପର୍କରେ ଗହନ ସୂଚନା ପ୍ରଦାନ କରୁଛିଏହି ପ୍ରଦର୍ଶନୀ ଭାରତର ସ୍ଥାୟୀ ବୌଦ୍ଧ ଐତିହ୍ୟକୁ ଦର୍ଶାଉଛିଏହି ପ୍ରଦର୍ଶନୀ ଏକ ଦଶନ୍ଧିରୁ ଅଧିକ ସମୟ ହେବ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଥିବା ଅବଶେଷ ଏବଂ ପିପ୍‌ରାହ୍ୱାର ପ୍ରତ୍ନତାତ୍ତ୍ୱିକ ସାମଗ୍ରୀକୁ ଏକତ୍ରିତ କରୁଛି୧ ଜାନୁଆରୀ ୨୦୨୬: ପିଆଇବି ଦିଲ୍ଲୀପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୩ ଜାନୁଆରୀ ୨୦୨୬ ଦିନ ପ୍ରାୟ ୧୧ଟାରେ ନୂଆଦିଲ୍ଲୀ ସ୍ଥିତ ରାୟ ପିଥୋରା ସାଂସ୍କୃତିକ ପରିସରରେ ଭଗବାନ ବୁଦ୍ଧଙ୍କ ସହିତ ଜଡିତ ପବିତ୍ର ପିପ୍ରାହୱା ଅବଶେଷର ଭବ୍ୟ ଅର୍ନ୍ତଜାତୀୟ ପ୍ରଦର୍ଶନୀ, “ଦି ଲାଇଟ୍ ଆଣ୍ଡ ଦି ଲୋଟସ: ରିଲିକ୍ସ ଅଫ୍ ଦି ଆୱେକେନ୍‌ଡ ୱାନ”କୁ ଉଦ୍‌ଘାଟନ କରିବେ ।ଏହି ପ୍ରଦର୍ଶନୀ ପ୍ରଥମ ଥର ପାଇଁ, ଏକ ଶତାବ୍ଦୀରୁ ଅଧିକ ସମୟ ପରେ ସ୍ୱଦେଶ ପ୍ରତ୍ୟାବର୍ତ୍ତିତ ପିପ୍ରାହୱା ଅବଶେଷଗୁଡିକୁ ପିପ୍ରାହୱାରୁ ପ୍ରାମାଣିକ ଅବଶେଷ ଏବଂ ପ୍ରତ୍ନତାତ୍ୱିକ ସାମଗ୍ରୀ ସହିତ ଏକତ୍ରିତ କରେ, ଯାହା ନୂଆଦିଲ୍ଲୀ ସ୍ଥିତ ଜାତୀୟ ସଂଗ୍ରହାଳୟ ଏବଂ କୋଲକାତାର ଭାରତୀୟ ସଂଗ୍ରହାଳୟର ସଂଗ୍ରହରେ ସଂରକ୍ଷିତ ଅଛି ।୧୯୮୯ ମସିହାରେ ଆବିଷ୍କୃତ, ପିପ୍ରାହୱା ଅବଶେଷ ପ୍ରାରମ୍ଭିକ ବୌଧ ଧର୍ମର ପ୍ରତ୍ନତାତ୍ତ୍ୱିକ ଅଧ୍ୟୟନରେ ଏକ କେନ୍ଦ୍ରୀୟ ସ୍ଥାନ ଅଧିକାର କରୁଛି । ଏଗୁଡିକ ଭଗବାନ ବୁଦ୍ଧଙ୍କ ସହିତ ସିଧାସଳଖ ଜଡିତ ପ୍ରାଚୀନ ଏବଂ ଐତିହାସିକ ଭାବରେ ଗୁରୁତ୍ୱପୂର୍ଣ୍ଣ ଅବଶେଷ ମଧ୍ୟରୁ ଗୋଟିଏ । ପ୍ରତ୍ନତାତ୍ତ୍ୱିକ ପ୍ରମାଣ ଏହି କିର୍ତ୍ତୀମାନର ସମ୍ପ୍ରତି ସ୍ୱଦେଶ ପ୍ରତ୍ୟାବର୍ତ୍ତନ ନିରନ୍ତର ସରକାରୀ ପ୍ରୟାସ, ସଂସ୍ଥାଗତ ସହଯୋଗ ଏବଂ ଅଭିନବ ସରକାରୀ-ବେସରକାରୀ ସହଭାଗୀତା ମାଧ୍ୟମରେ ହାସଲ କରାଯାଇଛି । ସ୍ଥାନକୁ ପ୍ରାଚୀନ କପିଳବସ୍ତୁ ସହିତ ଜଡିତ କରେ, ଯାହାକୁ ପରିତ୍ୟାଗ ପୂର୍ବରୁ ଭଗବାନ ବୁଦ୍ଧ ତାଙ୍କ ପ୍ରାରମ୍ଭିକ ଜୀବନ ବିତାଇଥିଲେ ବୋଲି ବ୍ୟାପକ ଭାବରେ ଚିହ୍ନଟ କରାଯାଏ ।ଏହି ପ୍ରଦର୍ଶନୀ ଭଗବାନ ବୁଦ୍ଧଙ୍କ ଶିକ୍ଷା ସହିତ ଭାରତର ଗଭୀର ଏବଂ ନିରନ୍ତର ସଭ୍ୟତାଗତ ସମ୍ପର୍କକୁ ଉଜ୍ଜ୍ୱଳ କରିଥାଏ । ଏହା ସହ ଭାରତର ସମୃଦ୍ଧ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ପ୍ରତି ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥାଏ। ଏହି କିର୍ତ୍ତୀମାନର ସମ୍ପ୍ରତି ସ୍ୱଦେଶ ପ୍ରତ୍ୟାବର୍ତ୍ତନ ନିରନ୍ତର ସରକାରୀ ପ୍ରୟାସ, ସଂସ୍ଥାଗତ ସହଯୋଗ ଏବଂ ଅଭିନବ ସରକାରୀ-ବେସରକାରୀ ସହଭାଗୀତା ମାଧ୍ୟମରେ ହାସଲ କରାଯାଇଛି ।ପ୍ରଦର୍ଶନୀକୁ ବିଷୟବସ୍ତୁ ଅନୁଯାୟୀ ଆୟୋଜନ କରାଯାଇଛିି । ଏହାର କେନ୍ଦ୍ରରେ ସାଞ୍ଚି ସ୍ତୁପ ଦ୍ୱାରା ଅନୁପ୍ରାଣିତ ଏକ ପୁନଃନିର୍ମିତ ବ୍ୟାଖ୍ୟାମୂଳକ ମଡେଲ ରହିଛି, ଯାହା ଜାତୀୟ ସଂଗ୍ରହରୁ ପ୍ରାମାଣିକ ଅବଶେଷ ଏବଂ ପ୍ରତ୍ୟାବର୍ତ୍ତିତ ରତ୍ନଗୁଡିକୁ ଏକତ୍ରିତ କରିଥାଏ। ଅନ୍ୟାନ୍ୟ ବିଭାଗଗୁଡିକ ମଧ୍ୟରେ ପିପ୍ରାହୱା ପୁନଃଜୀବିତ, ବୁଦ୍ଧଙ୍କ ଜୀବନର ଝଲକ, ମୂର୍ତ୍ତିରେ ଅଦୃଶ୍ୟ: ବୌଦ୍ଧ ଶିକ୍ଷାର ସୌନ୍ଦର୍ଯ୍ୟ ଭାଷା, ସୀମା ବାହାରେ ବୌଦ୍ଧ କଳା ଏବଂ ଆଦର୍ଶର ପ୍ରସାରଣ ତଥା ସାଂସ୍କୃତିକ କଳାକୃତିର ପ୍ରତ୍ୟାବର୍ତ୍ତନ: ନିରନ୍ତର ପ୍ରୟାସ ଅନ୍ତର୍ଭୁକ୍ତ ।ଜନସାଧାରଣଙ୍କ ବୁଝାମଣାକୁ ବୃଦ୍ଧି କରିବା ପାଇଁ, ପ୍ରଦର୍ଶନୀଟି ଏକ ବ୍ୟାପକ ଅଡିଓ-ଭିଜୁଆଲ୍ ଉପାଦାନ ଦ୍ୱାରା ସମର୍ଥିତ, ଯେଉଁଥିରେ ଇମର୍ସିଭ୍ ଫିଲ୍ମ, ଡିଜିଟାଲ୍ ପୁନଃନିର୍ମାଣ, ବ୍ୟାଖ୍ୟାମୂଳକ ପ୍ରକ୍ଷେପଣ ଏବଂ ମଲ୍ଟିମିଡିଆ ଉପସ୍ଥାପନା ଅନ୍ତର୍ଭୁକ୍ତ। ଏହି ଉପାଦାନଗୁଡ଼ିକ ବୁଦ୍ଧଙ୍କ ଜୀବନୀ, ପିପ୍ରାହୱା କୀର୍ତ୍ତିରାଜିର ଆବିଷ୍କାର, ବିଭିନ୍ନ ଅଞ୍ଚଳରେ ସେମାନଙ୍କର ଗତିବିଧି ଏବଂ ତାଙ୍କ ସହିତ ଜଡିତ କଳାତ୍ମକ ପରମ୍ପରା ବିଷୟରେ ସୁଗମ ଏବଂ ଗଭୀର ସୂଚନା ପ୍ରଦାନ କରେ।

Leave a Reply

Your email address will not be published. Required fields are marked *