4ଟି ଶ୍ରମ ସଂହିତାର କାର୍ଯ୍ୟକାରିତାକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ
4ଟି ଶ୍ରମ ସଂହିତାର କାର୍ଯ୍ୟକାରିତାକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀସ୍ୱାଧୀନତା ପରଠାରୁ ଏହା ସବୁଠାରୁ ବ୍ୟାପକ ଓ ପ୍ରଗତିଶୀଳ ଶ୍ରମିକ ଆଧାରିତ ସଂସ୍କାର ମଧ୍ୟରୁ ଅନ୍ୟତମ ଏବଂ ଏହା ବ୍ୟବସାୟିକ ସୁଗମତାକୁ ପ୍ରୋତ୍ସାହିତ କରେ: ପ୍ରଧାନମନ୍ତ୍ରୀଏହି ସଂହିତାଗୁଡ଼ିକ ସାର୍ବଜନୀନ ସାମାଜିକ ସୁରକ୍ଷା ପାଇଁ ଏକ ଦୃଢ଼ ଭିତ୍ତିଭୂମି ଭାବରେ କାର୍ଯ୍ୟ କରିବ: ପ୍ରଧାନମନ୍ତ୍ରୀଏହା ଏକ ଭବିଷ୍ୟତ ପାଇଁ ପ୍ରସ୍ତୁତ ଇକୋସିଷ୍ଟମ ନିର୍ମାଣ କରିବ ଯାହା ଶ୍ରମିକଙ୍କ ଅଧିକାରକୁ ସୁରକ୍ଷା ଦେବ ଏବଂ ଭାରତର ଆର୍ଥିକ ଅଭିବୃଦ୍ଧିକୁ ସୁଦୃଢ଼ କରିବ: ପ୍ରଧାନମନ୍ତ୍ରୀଏହି ସଂସ୍କାରଗୁଡ଼ିକ ନିଯୁକ୍ତି ସୃଷ୍ଟିକୁ ବଢ଼ାଇବ, ଉତ୍ପାଦକତାକୁ ଗତି ଦେବ ଏବଂ ଏକ ବିକଶିତ ଭାରତ ଆଡକୁ ଆମର ଯାତ୍ରାକୁ ତ୍ୱରାନ୍ୱିତ କରିବ: ପ୍ରଧାନମନ୍ତ୍ରୀପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚାରୋଟି ଶ୍ରମ ସଂହିତା କାର୍ଯ୍ୟକାରିତାକୁ ସ୍ୱାଗତ କରିଛନ୍ତି। ସେ ଏହାକୁ ସ୍ୱାଧୀନତା ପରଠାରୁ ସବୁଠାରୁ ବ୍ୟାପକ ଏବଂ ପ୍ରଗତିଶୀଳ ଶ୍ରମିକ ଆଧାରିତ ସଂସ୍କାର ମଧ୍ୟରୁ ଅନ୍ୟତମ ଭାବରେ ବର୍ଣ୍ଣନା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ସଂସ୍କାରଗୁଡ଼ିକ ଶ୍ରମିକମାନଙ୍କୁ ବହୁଳ ଭାବରେ ସଶକ୍ତ କରିବା ସହିତ ଅନୁପାଳନକୁ ଯଥେଷ୍ଟ ସରଳ କରିଥାଏ ଏବଂ ‘ବ୍ୟବସାୟିକ ସୁଗମତା’କୁ ପ୍ରୋତ୍ସାହିତ କରିଥାଏ।ପ୍ରଧାନମନ୍ତ୍ରୀ କହିଛନ୍ତି, ଚାରୋଟି ଶ୍ରମ ସଂହିତା ସାର୍ବଜନୀନ ସାମାଜିକ ସୁରକ୍ଷା, ସର୍ବନିମ୍ନ ଓ ସମୟାନୁସାରେ ମଜୁରୀ ପ୍ରଦାନ, ସୁରକ୍ଷିତ କର୍ମକ୍ଷେତ୍ର ଏବଂ ଲୋକମାନଙ୍କ ପାଇଁ ବିଶେଷକରି ନାରୀ ଶକ୍ତି ଓ ଯୁବ ଶକ୍ତି ପାଇଁ ପାରିଶ୍ରମିକ ସୁଯୋଗ ପାଇଁ ଏକ ଦୃଢ଼ ଭିତ୍ତିଭୂମି ଭାବରେ କାର୍ଯ୍ୟ କରିବ।ଶ୍ରୀ ମୋଦୀ ଆହୁରି କହିଛନ୍ତି, ଏହି ସଂସ୍କାରଗୁଡ଼ିକ ଏକ ଭବିଷ୍ୟତ ପାଇଁ ପ୍ରସ୍ତୁତ ଇକୋସିଷ୍ଟମ ନିର୍ମାଣ କରିବ ଯାହା ଶ୍ରମିକଙ୍କ ଅଧିକାରକୁ ସୁରକ୍ଷା ଦେବ ଏବଂ ଭାରତର ଆର୍ଥିକ ଅଭିବୃଦ୍ଧିକୁ ସୁଦୃଢ଼ କରିବ। ସେ କହିଛନ୍ତି, ଏହା ନିଯୁକ୍ତି ସୃଷ୍ଟିକୁ ବଢ଼ାଇବ, ଉତ୍ପାଦକତାକୁ ଗତି ଦେବ ଏବଂ ଏକ ବିକଶିତ ଭାରତ ଆଡକୁ ଆମର ଯାତ୍ରାକୁ ତ୍ୱରାନ୍ୱିତ କରିବ।ଏକ୍ସରେ ଏକାଧିକ ପୋଷ୍ଟ କରି ଶ୍ରୀ ମୋଦୀ କହିଛନ୍ତି:‘‘ଶ୍ରମେବ ଜୟତେ!ଆଜି ଆମ ସରକାର ଚାରୋଟି ଶ୍ରମ ସଂହିତା କାର୍ଯ୍ୟକାରୀ କରିଛନ୍ତି । ଏହା ସ୍ୱାଧୀନତା ପରଠାରୁ ସବୁଠାରୁ ବ୍ୟାପକ ଏବଂ ପ୍ରଗତିଶୀଳ ଶ୍ରମିକ ଆଧାରିତ ସଂସ୍କାର ମଧ୍ୟରୁ ଅନ୍ୟତମ। ଏହି ସଂସ୍କାରଗୁଡ଼ିକ ଶ୍ରମିକମାନଙ୍କୁ ବହୁଳ ଭାବରେ ସଶକ୍ତ କରିବା ସହିତ ଅନୁପାଳନକୁ ଯଥେଷ୍ଟ ସରଳ କରିଥାଏ ଏବଂ ‘ବ୍ୟବସାୟିକ ସୁଗମତା’କୁ ପ୍ରୋତ୍ସାହିତ କରିଥାଏ।#श्रमेव_जयते#ShramevJayatehttps://www.pib.gov.in/PressReleseDetailm.aspx?PRID=2192463”‘‘ଏହି ସଂହିତାଗୁଡ଼ିକ ସାର୍ବଜନୀନ ସାମାଜିକ ସୁରକ୍ଷା, ସର୍ବନିମ୍ନ ଓ ସମୟାନୁସାରେ ମଜୁରୀ ପ୍ରଦାନ, ସୁରକ୍ଷିତ କର୍ମକ୍ଷେତ୍ର ଏବଂ ଲୋକମାନଙ୍କ ପାଇଁ ବିଶେଷକରି ନାରୀ ଶକ୍ତି ଓ ଯୁବ ଶକ୍ତି ପାଇଁ ପାରିଶ୍ରମିକ ସୁଯୋଗ ପାଇଁ ଏକ ଦୃଢ଼ ଭିତ୍ତିଭୂମି ଭାବରେ କାର୍ଯ୍ୟ କରିବ।’’‘‘ଏହା ଏକ ଭବିଷ୍ୟତ ପାଇଁ ପ୍ରସ୍ତୁତ ଇକୋସିଷ୍ଟମ ନିର୍ମାଣ କରିବ ଯାହା ଶ୍ରମିକଙ୍କ ଅଧିକାରକୁ ସୁରକ୍ଷା ଦେବ ଏବଂ ଭାରତର ଆର୍ଥିକ ଅଭିବୃଦ୍ଧିକୁ ସୁଦୃଢ଼ କରିବ। ଏହି ସବୁ ସଂସ୍କାର ନିଯୁକ୍ତି ସୃଷ୍ଟିକୁ ବଢ଼ାଇବ, ଉତ୍ପାଦକତାକୁ ଗତି ଦେବ ଏବଂ ଏକ ବିକଶିତ ଭାରତ ଆଡକୁ ଆମର ଯାତ୍ରାକୁ ତ୍ୱରାନ୍ୱିତ କରିବ।’’
